ମାହାଙ୍ଗା ୯ା୯ : ଅଚୁ୍ୟତପୁର ଜଳସଂପଦ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧିନରେ ଥିବା ୮ ନମ୍ବର କେନାଲର ୮ (ଜି) ଶାଖା କେନାଲ ଭଦ୍ରେଶ୍ୱରଠାରେ କେନାଲ ବନ୍ଧରେ ଆଜି ଏକ ଘାଇ ସୃଷ୍ଟି ହେବା ଫଳରେ ଧାନ ଜମିରେ କେନାଲ ପାଣି ଜମି ରହିଥିବା ଦେଖିବାକୁ ମିଳିଛି । ଚାଷୀମାନେ ଉକ୍ତ ଘାଇରେ କବାଟ ଦେଇ ପାଣି ବନ୍ଦ କରିବାକୁ ଚେଷ୍ଟା ଚଳାଇଛନ୍ତି । ହେଲେ ଘାଇ ବନ୍ଦ କରିବାକୁ ଜଳସଂପଦ କାର୍ଯ୍ୟାଳୟର କର୍ମଚାରୀଙ୍କ ଦେଖା ମିଳିନଥିଲା ।

ଏଠାରେ ସୂଚନା ଯୋଗ୍ୟଯେ ନିମ୍ନମାନର କେନାଲ ସଫେଇ ଓ କେନାଲ ବନ୍ଧର ଠିକ୍ ମରାମତି କରାଯାଇ ନାହିଁ । କେନାଲରେ ଅଧାପାଣି ଆସୁଥିବା ବେଳେ ଘାଇ ସୃଷ୍ଟି ହେଉଛି । ସଂପୂର୍ଣ୍ଣ ପାଣି କେନାଲରେ ଛଡାଗଲେ ପରିସ୍ଥିତି ଅଣ ଆୟତ ହେବ । ଏହାର ଉଦାହରଣ ପାଲଟିଛି ୮ ନମ୍ବର କେନାଲର ୮ (ଏଚ୍) ଶାଖା କେନାଲରେ ।

ଏବେଠାରୁ ଏହି କେନାଲ ବନ୍ଧରେ ବାଲିବସ୍ତା ଦେଇ ଘାଇ ବନ୍ଦ କରାଯାଇଥିବା ଦେଖିବାକୁ ମିଳୁଛି । ପ୍ରତିବର୍ଷ ଜଳସଂପଦ ବିଭାଗ ତରଫରୁ ଏହି କେନାଲ ବନ୍ଧର ବିଭିନ୍ନ ସ୍ଥାନରେ ବାଲିବସ୍ତା ଦ୍ୱାରା ଘାଇ ବନ୍ଧାଯାଏ । ସରକାର କେନାଲ ସଫେଇ ଓ ମରାମତି ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ତାହାର ସଠିକ୍ ବିନିଯୋଗ ହେଉନାହିଁ । ଅଧିକାଂଶ କେନାଲର ଶେଷ ମୁଣ୍ଡଯାଏ ପାଣି ଯାଉନାହିଁ ।

LEAVE A REPLY

Please enter your comment!
Please enter your name here