ମାହାଙ୍ଗା ୯ା୯ : କରୋନା ଦିନକୁ ଦିନ ତାର କାୟା ବିସ୍ତାର କରି ଚାଲିଥିଲା ବେଳେ ଗ୍ରାମାଂଚଳରେ ଦିନକୁ ଦିନ ଏହାର ସଂକ୍ରମଣ ଅଧିକମାତ୍ରାରେ ଦେଖିବାକୁ ମିଳୁଛି । ଆବାଳ ବୃଦ୍ଧବନୀତା କେହି ବି ଏହାର କବଳରୁ ନିସ୍ତାର ପାଇ ପାରୁନାହାଁନ୍ତି । ଏଭଳି ଜଣେ ଉଦୀୟମାନଯୁବ ସ୍ୱେଚ୍ଛାସେବୀ କରୋନାର କବଳରୁ ମୁକ୍ତି ପାଇ ନପାରି ଅକାଳରେ ଆରପାରିକୁ ଚାଲିଯାଇଥିବା ଖବର ମାହାଙ୍ଗା ଅଂଚଳରେ ଶୋକର ଛାୟା ଖେଳାଇଦେଇଛି ।

ଖବରରୁ ପ୍ରକାଶ କଟକ ଜିଲ୍ଲା ମାହାଙ୍ଗା ବ୍ଳକ ରାହାଣିଆ ପଂଚାୟତର ଉଦୀୟମାନ ଯୁବ ସ୍ୱେଚ୍ଛାସେବୀ ବିପ୍ର ଚରଣ ବରାଳ । ତାଙ୍କର ପତ୍ନୀ ସ୍ଥାନୀୟ ପଂଚାୟତର ସମିତିସଭ୍ୟା ଥିଲା ବେଳେ ଉଭୟ ପତି ଓ ପତ୍ନୀ କୋଭିଡ୍ କେନ୍ଦ୍ରରେ ପ୍ରବାସୀ ଓଡିଆମାନଙ୍କର ଦେଖାଶୁଣା ଓ ଦାୟିତ୍ୱ ବୁଝିବାରେ ଅଗ୍ର ଭୂମିକା ନେଇଥିଲେ । କିନ୍ତୁ ବିଧିର ବିଧାନ ବଡ ବିଚିତ୍ର କରୋନା ପଜେଟିଭ ଚିହ୍ନଟ ହେବା ପରେ କଟକ କୋଭିଡ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି l

LEAVE A REPLY

Please enter your comment!
Please enter your name here