ମାହାଙ୍ଗା ୦୧ା୦୭: ଛତା ଜଳ ସମ୍ପଦ ବିଭାଗ କନିଷ୍ଟ ଯନ୍ତ୍ରୀଙ୍କ ଅଧିନରେ ଥିବା ୯ନଂ କେନାଲର ଏଫ୍ ୧ ଯାହାକି ବେଗୁନିଆ ପଦାଠାରୁ ବାହାରି ଗୋପାଳପୁର ଗ୍ରାମ ଦେଇ ଶେଷରେ ପାଟରେ ପଡିଛି । ଉକ୍ତ କେନାଲ ଭିତର ଅଳିଆ ଆବର୍ଜନା ଓ ବଣରେ ପରିପୂର୍ଣ୍ଣ ହୋଇଥିଲା ବେଳେ ଠିକ୍ ରୂପେ କେନାଲ ଭିତର ସଫେଇ ଓ ବନ୍ଧ ରୁ ଅନାବନା ଗଛ କଟାଯାଉନଥିବାରୁ ଏବେ ନାଗସାପ ମାନଙ୍କର ଆଶ୍ରୟ ସ୍ତଳୀ ପାଲଟିଛି । ଚାଷୀମାନଙ୍କର ସମସ୍ୟା ବଢିବାରେ ଲାଗିଛି । ସାପ ଭୟରେ କେନାଲ ବନ୍ଧ ଦେଇ ଚାଷୀ ବିଲକୁ ଯାଇ ପାରୁ ନାହାନ୍ତି ।

ଏପରିକି କେନାଲରେ ପାଣି ଆସିଲେ ଶେଷ ମୁଣ୍ଡ ପର୍ଯ୍ୟନ୍ତ ପାଣି ଯାଉନଥିବା ଚାଷୀଙ୍କମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଜଳସେଚନ ବିଭାଗ ପ୍ରତିବର୍ଷ କେନାଲ ସଫେଇ ନାମରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲା ବେଳେ ବାସ୍ତବରେ ତାହା ଚାଷୀଙ୍କର ହିତ ପାଇଁ କାମରେ ଆସୁନାହିଁ । ଏଣୁ ଗୋପାଳପୁର ଅଂଚଳର ଚାଷୀମରନଙ୍କର ସମସ୍ୟାକୁ ତୁରନ୍ତ ସମାଧାନ କରିବା ପାଇଁ ଜଳସେଚନ ବିଭାଗ ପଦକ୍ଷେପ ଗ୍ରହଣ କରିବାକୁ ଚାଷୀ କଲ୍ଲୋଳ ଚନ୍ଦ୍ର ମହାନ୍ତି, ପ୍ରଦୀପ୍ତ ନାଥଶର୍ମ୍ମା ସାଧାରଣରେ ଦାବୀ ଜଣାଇଛନ୍ତି । ତାହା ନହେଲେ ·ଷୀ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଗଣମାଧ୍ୟମକୁ ସେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here