ବିଦୁର ମହାଭାରତର ଜଣେ ପ୍ରଭାବଶାଳୀ ବ୍ୟକ୍ତି ଭାବରେ ଜଣାଶୁଣା l ହସ୍ତିନା ପୁରର ରାଜା ଧୃତ ରାଷ୍ଟ୍ର ବିଦୁରଙ୍କ ବିନା ପରାମର୍ଶରେ କୌଣସି କାମ କରୁ ନଥିଲେ l ତାଙ୍କର ନ୍ୟାୟାଵାନ ବ୍ୟକ୍ତିତ୍ୱ ହିଁ ତାଙ୍କର ପରିଚୟ l ସେ ସବୁବେଳେ ସମୟକୁ ଦେଖି ନିଜର ନ୍ୟାୟଯୁକ୍ତ ମନ୍ତବ୍ୟ ଦେଇଥାଆନ୍ତି l ସେହି ନୀତି ଗୁଡିକ ମଧ୍ୟରୁ ଆଜି ମଧ୍ୟ ଏପରି କିଛି ନୀତି ରହିଛି ଯାହା ଆମର ମଣିଷ ସମାଜ ପାଇଁ ନିହାତି ଜାଣିବା ଆବଶ୍ୟକ l

*ଅନ୍ୟର ଉପକାର କୁ କେବେ ବି ଭୁଲିବନି –

ବିଦୁରଙ୍କ ଅନୁସାରେ ଯେଉଁ ଲୋକ ତୁମର ଅସୁବିଧା ସମୟରେ ସାହାଯ୍ୟ କରୁଛି ତାହାର ଉପକାର କେବେବି ଭୁଲିବା ଉଚିତ ନୁହେଁ l କିଛି ଲୋକଙ୍କର ଏହା ଖରାପ ଅଭ୍ୟାସ ଥାଏ ଯେ ସେମାନେ ନିଜର ଖରାପ ସମୟ ଯିବାପରେ ସେମାନେ ଅନ୍ୟର ସାହାଯ୍ୟକୁ ଭୁଲି ଯାଇଥାନ୍ତି l ଏପରି ଲୋକମାନେ ଜୀବନରେ କେବେବି ଉଜୋଗୀ ହୋଇ ପାରନ୍ତି ନାହିଁ l ସେହି ଲୋକ ସବୁବେଳେ ଉନ୍ନତି କରେ ଯିଏ ଅନ୍ୟର ଉପକାରକୁ ଭୁଲେ ନାହିଁ l

* ବୁଦ୍ଧି -ଯେଉଁ ବ୍ୟକ୍ତି ନିଜ ଜୀବନରେ ବିବେକର ସହିତ କୌଣସି ନିଷ୍ପତି ନିଏ ସେ ନିଜ ଲକ୍ଷରେ ପହଂଚି ଥାଏ ଓ ସଫଳତା ଲାଭ କରେ l ଜୀବନରେ କେବେବି କୌଣସି କାର୍ଯ୍ୟ ବିନା ନିର୍ଣ୍ଣୟ ରେ କରିବା ଉଚିତ ନୁହେଁ l ତେଣୁ ବ୍ୟକ୍ତି ନିଜ ବୁଦ୍ଧି ବଳରେ ସମସ୍ତ କାର୍ଯ୍ୟ କରିବା ଆବଶ୍ୟକ l

*ଭଲ ବ୍ୟବହାର -ମଣିଷର ପରିଚୟ ନିଜର ସ୍ୱଭାବରୁ ସୃଷ୍ଟି ହୋଇଥାଏ l ଯଦି କୌଣସି ବ୍ୟକ୍ତି ସରଳ ଓ ଶାନ୍ତ ସ୍ୱଭାବର ହୋଇଥାଏ ତେବେ ତାକୁ ସମସ୍ତେ ପସନ୍ଦ କରିଥାନ୍ତି l ବ୍ୟବହାର ଠିକ ନଥିଲେ କେହି ବି ଆପଣଙ୍କ ପାଖକୁ ଆସିବେ ନାହିଁ ,ସାହାଯ୍ୟ ତ ଦୂରର କଥା l

* ଜ୍ଞାନ -ଯେଉଁ ବ୍ୟକ୍ତି ପାଖରେ ଜ୍ଞାନ ଥାଏ ସିଏ କୌଣସି ସ୍ଥାନରେ ମଧ୍ୟ ହରେ ନାହିଁ  l ସେ ସବୁବେଳେ ଅସୁବିଧାର ବାଟ ବାହାର କରିଦେଇଥାଏ l ଜ୍ଞାନୀ ବ୍ୟକ୍ତି ନିଜ ଜ୍ଞାନ ବଳରେ ସମାଜରେ ନିଜର ସ୍ଥାନ ତିଆରି କରେ l ସେମାନଙ୍କୁ କୌଣସି ପ୍ରକାର ଅସୁବିଧା ହୁଏ ନାହିଁ l

* ମିଠା ବାଣୀ – ଯେଉଁ ନାରୀର କଥା ମଧୁର ଅଟେ କୁହାଯାଏ ଯେ ତାର କଣ୍ଠରେ ସରସ୍ବତୀ ଥାଆନ୍ତି l କିନ୍ତୁ ପୁରୁଷ ମାନଙ୍କୁ ମଧ୍ୟ ମିଠା କଥା କହିବା ଆବଶ୍ୟକ l କାରଣ ଏହିପରି ବ୍ୟକ୍ତିମାନେ ଜୀବନରେ କେବେବି ଅସୁବିଧାରେ ପଡନ୍ତି ନାହିଁ l ତାଙ୍କ ପାଖରେ ସମସ୍ତେ ସବୁବେଳେ ରହିଥାନ୍ତି l

*ସଂଘର୍ଷ – ବିଦୁର ନୀତି ଅନୁସାରେ ଯଦି କୌଣସି ଜିନିଷ ବିନା ସଂଘର୍ଷରେ ଆପଣଙ୍କୁ ମିଳୁଛି ତେବେ ଆପଣ ତାର ମୂଲ୍ୟ ବୁଝି ପାରିବେ ନାହିଁ l ଯଦି ଆପଣ କୌଣସି ଜିନିଷକୁ କଷ୍ଟ କରି ଉପାର୍ଜନ କରନ୍ତି ତେବେ ତାହାର ମୂଲ୍ୟ ବଢି ଯାଇଥାଏ l ଆପଣ ତାହାକୁ ସହଜରେ ନଷ୍ଟ ହେବାକୁ ଦେବେ ନାହିଁ l ତେଣୁ ଜୀବନରେ ପରଶ୍ରମ କରନ୍ତୁ l

 

 

LEAVE A REPLY

Please enter your comment!
Please enter your name here