କଟକ/ଭୁବନେଶ୍ୱର,୧୬/୧ : ମୁମ୍ବାଇ-ଭୁବନେଶ୍ୱର ଲୋକମାନ୍ୟ ତିଲକ ଏକ୍ସପ୍ରେସ୍ (ଏଲଟିଟି) ଦୁର୍ଘଟଣା ପ୍ରସଙ୍ଗରେ ୪ ଜଣ ରେଳ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ପୂର୍ବତଟ ରେଳବାଇ ପକ୍ଷରୁ ଏହି ସୂଚନା ଦିଆଯାଇଛି । କାର୍ଯ୍ୟରେ ଅବହେଳା ଯୋଗୁଁ ନିର୍ଗୁଣ୍ଡି ଷ୍ଟେସନ ଡେପୁଟି ଷ୍ଟେସନ ମ୍ୟାନେଜର, ମାଲବାହୀ ଟ୍ରେନର ଗାର୍ଡ ଓ ଏଲଟିଟି ଟ୍ରେନର ୨ ଜଣ ଡ୍ରାଇଭରଙ୍କୁ ନିଲମ୍ବନ କରିଛି ପୂର୍ବତଟ ରେଳବାଇ । ସୂଚନାଯୋଗ୍ୟ, ଗୁରୁବାର ସକାଳ ପ୍ରାୟ ୬: ୩୦ ସମୟରେ କଟକ ଜିଲ୍ଲାର ଟାଙ୍ଗୀ ଅଂଚଳର ନିର୍ଗୁଣ୍ଡି ଷ୍ଟେସନ୍ ପୂର୍ବରୁ ମୁମ୍ବାଇରୁ ଭୁବନେଶ୍ୱର ଆସୁଥିବା ଲୋକମାନ୍ୟ ତିଳକ ଏକ୍ସପ୍ରେସ୍ (ଟ୍ରେନ୍ ନମ୍ବର ୧୨୮୭୯) ଲାଇନ୍‌ଚ୍ୟୁତ ହୋଇଥିଲା । ଦୁର୍ଘଟଣାରେ ଟ୍ରେନର ୮ଟି ବଗି କ୍ଷତିଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ପ୍ରାୟ ୪୦ ଜଣ ଆହତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here