ଘଟଗାଁ : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ପିପିଳିଆ ନିକଟରେ ଗତ ଶନିବାର ଦିନ ରାତିରେ ଜଣେ ବ୍ୟବସାୟୀ ଠାରୁ ୫ ଲକ୍ଷ୍ୟ ଟଙ୍କା ଲୁଟ ଘଟଣାରେ ଜଣେ ଅଭିଯୁକ୍ତ ଘଟଗାଁ ପୋଲିସ ଗିରଫ କରିଛି । ସୂଚନା ଅନୁଯାୟୀ କେନ୍ଦୁଝର ଆଇଟିସି କମ୍ପାନୀର ଡିଷ୍ଟ୍ରିବ୍ୟୁଟର ଆଶୁତୋଷ ଅଗ୍ରବାଲଙ୍କ ମ୍ୟାନେଜର ସରତ ବାରିକ ଓ ଦୁଇଜଣ ଶ୍ରମିକଙ୍କ ସହ ଏକ ୪୦୭ ଗାଡିରେ ଘଟଗାଁ ଓ ହରିଚନ୍ଦନପୁର ଅଂଚଳର ବ୍ୟବସାୟୀଙ୍କ ଠାରେ ଟଙ୍କା କଲେକସନ କରି ଫେରୁଥିବା ବେଳେ ୪ ଜଣ ଦୁର୍ବୁତ ପିପିଳିଆ ନିକଟରେ ବିଳମ୍ବିତ ରାତିରେ କାରରେ କିଛି ଦୁର୍ବୁତ ଆସି ଶରତଙ୍କୁ ଖଣ୍ଡାରେ ଆକ୍ରମଣ  ଟଙ୍କା ଭର୍ତି ବ୍ୟାଗନେଇ ଫେରାର ହୋଇଯାଇଛି । ଘଟଣା ଘଟିବା ପରେ  ଏନେଇ ଘଟଗାଁ ଥାନାରେ ଏକ ଅଭିଯୋଗ ହୋଇଥିଲା  । ଅଭିଯୋଗକୁ ଭିତି କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ମୟୁରଭଞ ଜିଲ୍ଲା  ରରୁଆଁ ଥାନା ଅଂଚଳରୁ ଜଣେ ଅଭିଯୁକ୍ତ  ଉଗ୍ରସନ ବାନସିଂଙ୍କୁ ପୋଲିସ ଗିରଫ କରିଛି । ଅଭିଯୁକ୍ତ ଠାରୁ ଏକ ମାରୁତି କାର ଓ ୧ଲକ୍ଷ ଟଙ୍କା ଜବତ କରାଯାଇଥିବା ନେଇ  ଘଟଗାଁ ଏସଡିପିଓ ରବିନ୍ଦ୍ର ମଲ୍ଲିକ ପ୍ରେସମିଟ ଜରିଆରେ ସୂଚନା ଦେଇଛନ୍ତି । ଅନ୍ୟ ଅଭିଯୁକ୍ତ ମାନେ ଏବେବି ଫେରାର ଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here