ଭୁବନ:୨୨ / ମହାମାରୀ କରୋନା ର ମୁକାବିଲା ପାଇଁ ସରକାର ୪ର୍ଥ ପର୍ଯ୍ୟାୟ ଲକଡାଉନ ଜାରି କରିବା ସହିତ ମୁହଁରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ ବୋଲି ଘୋଷଣା କରିଛନ୍ତି । ଲକଡାଉନ ସମୟରେ ଏହି ନିୟମ ଉଲଂଘନକାରୀଙ୍କଠାରୁ ଫାଇନ ଆଦାୟ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ତୃତୀୟ ପର୍ଯ୍ୟାୟ ଲକଡାଉନ ପର୍ଯ୍ୟନ୍ତ ଭୁବନରେ ସବୁ ଠିକଠାକ ଥିଲା କିନ୍ତୁ ୪ର୍ଥ ପର୍ଯ୍ୟାୟରେ ଲୋକମାନେ ଆଉ ମାନିବା ପରିସ୍ଥିତିରେ ନାହାଁନ୍ତି । କଟକଣା ଏବେ ବାଟବଣା ହୋଇଯାଇଛି । ଦୈନିକ ପରିବା ମାର୍କେଟ ଠାରୁ ଆରମ୍ଭ କରି ଫଳ ଦୋକାନ, ମାଛ, ମାଂସ, ଅଣ୍ଡା ଦୋକାନ,ଲୁଗା,ଷ୍ଟେସନାରୀ ଦୋକାନ,ବ୍ୟାଙ୍କ,ଗ୍ୟାସ କାଉଁଟର,ଡାକ୍ତରଖାନା ପ୍ରତ୍ୟେକ ସ୍ଥାନରେ କଟକଣା ସଂପୂର୍ଣ୍ଣ ବାଟବଣା ହୋଇଗଲାଣି । କାରଣ ଏସବୁ ସ୍ଥାନରେ ଲୋକେ ପୂର୍ବଭଳି ଗହଳି ଲଗାଇଲେଣି । ସାବିତ୍ରୀ ବ୍ରତ ପାଇଁ ଗତକାଲି ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା । କାଳୀବଜାର ଠାରୁ ନୂଆବଜାର ପର୍ଯ୍ୟନ୍ତ ପ୍ରବଳ ଗହଳି ଯୋଗୁ ଚାଲିକରି ଯିବା ମଧ୍ୟ ସମ୍ଭବ ହୋଇନଥିଲା । ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଲକଡାଉନ ପୂର୍ବରୁ ଦିନବେଳା ବାଲି ବୋଝେଇ ହାଇବ୍ୱା ଗାଡି ଚଳାଚଳ ବନ୍ଦ ଥିବା ବେଳେ ଲକଡାଉନ ସମୟରେ ଭାରିଯାନ ଚଳାଚଳ ଯୋଗୁ ଗତକାଲି ଅସମ୍ଭବ ଭିଡ ଓ ଟ୍ରାଫିକ ସମସ୍ୟା ଉପୁଜିଥିଲା । ଭିଡ ନିୟନ୍ତ୍ରଣ ପାଇଁ ପୋଲିସ ନାକେଦମ ହୋଇଯାଇଥିଲା । ଭିଡ ନିୟନ୍ତ୍ରଣ ପାଇଁ ବଜାର ଭିତରେ ପୋଲିସ ଡ୍ୟୁଟି ନକରି ବରଂ ପ୍ରବେଶ ପଥରେ ଡ୍ୟୁଟି କରି ଭାରିଯାନ ଚଳାଚଳକୁ ବନ୍ଦ କରିବା ଉଚିତ ବୋଲି ବୁଦ୍ଧିଜୀବୀ ମହଲ ପରାମର୍ଶ ଦେଉଛନ୍ତି ।

LEAVE A REPLY

Please enter your comment!
Please enter your name here