କୁଲାଡ଼ : ହିଡରୁ ନଦୀ ଭିତରକୁ ଓଲଟିଲା ଅଟୋ । ଆଉ ଏଥିରେ ଥିବା ଚାକଳର ଶୋଚନୀୟ ମୃତ୍ୟୁ ଘଟିଛି । ଏଭଳି ଏକ ଦୁଃଖଦ ଖବର ତାରାସିଂ ଥାନା ଅନ୍ତର୍ଗତ ଗୋଲାପଡା ଗଜାପଦର ରାସ୍ତାରେ ଘଟିଛି । ବଡନଦୀ ହିଡ ରାସ୍ତାରେ ଗୋଲାପଡାକୁ କୌଣସି କାମରେ ଆସି ନିଜ ଅଟୋ ଧରି ଗଜାପଦର ଯାଉଥିବା ଅଟୋଚାଳକ ଶଙ୍କର ନାୟକ(୨୨) ଅଣଓସାରିଆ ରାସ୍ତାରେ ଭାରସାମ୍ୟ ହରାଇ ନଦୀହିଡରୁ ପାଖାପାଖି ୨୦ ଫୁଟ ତଳକୁ ଅଟୋ ସହ ଖସି ପଡିଥିଲେ । ଅଟୋଟି ହିଡରେ ୩/୪ଥର ଓଲଟିବାପରେ ନଦୀ ଗର୍ଭରେ ଠିଆ ହୋଇଯାଇଥିଲା । ତେବେ ଏଥିରେ ବସିଥିବା ଚାଳକ ଶଙ୍କର କିନ୍ତୁ ତାଭିତରୁ ଫୋପାଡି ହୋଇ ବାହାରେ ପଡିଥିଲା । ଆଉ ଘଟଣାସ୍ଥଳରେ ହିଁ ଶଙ୍କର ନାୟକଙ୍କ ମୃତ୍ୟୁ ଘଟିଥିଲା । ଖବରପାଇ ତାରାସିଂ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଅଟୋକୁ ଜବତ କରିବାସହ ମୃତ ଅଟୋଚାଳକ ଶଙ୍କର ନାୟକଙ୍କ ଶବକୁ ଜବତ କରି ଭଞ୍ଜନଗର ମେଡିକାଲକୁ ବ୍ୟବଚ୍ଛଦ ପାଇଁ ପଠାଇଛି ।

LEAVE A REPLY

Please enter your comment!
Please enter your name here