କୁଜଙ୍ଗ-ସମ୍ପତ୍ତିର ଲୋଲପ ଦୃଷ୍ଟି କିପରି ମା’ ପୁଅ ଓ ଭାଇ-ଭଉଣିର ଆବେଗିକ ସମ୍ପର୍କକୁ ତୁଛ କରିଦିଏ ତାର ଏକନଗ୍ନ ଉଦାହରଣ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲା କୁଜଙ୍ଗ ଥାନା ଅନ୍ତର୍ଗତ ମଙ୍ଗରାଜପୁର ପଂଚାୟତରେ ହସିଣା ଖ ଗ୍ରାମରେ । ମଙ୍ଗଳବାର ୪ଟା ସମୟରେ ହସିଣା ଗ୍ରାମର ସ୍ୱର୍ଗତ ନବଘନ ତରାଇଙ୍କ ଦୁଇ ପୁଅ ବିଜୟ ତରାଇ ଏବଂ ଗଜେନ୍ଦ୍ର ତରାଇ ସେମାନଙ୍କର ପିତା ମାତାଙ୍କ ଯତ୍ନ ନନେବାରୁ ନବଘନ ତରାଇ ୧୧ ଡ଼ିସିିମିଲ୍ ଢିଅ ମଧ୍ୟରୁ ୫ ଡ଼ିସିମିଲ ଢିଅକୁ ନିଜ ଝିଅ ପୁଷ୍ପଲତା ସାମଲଙ୍କୁ ବିକ୍ରି କରି ଦେଇଥିଲେ । ତେବେ ଏହି ଜମି ଜମାକୁ ନେଇ ସେମାନଙ୍କ ମଧ୍ୟରେ ଦୀର୍ଘଦିନ ହେବ କନ୍ଦଳ ଏବଂ ଗଣ୍ଡଗୋଳ ଲାଗି ରହିଥିଲା । ଗତକାଲି ଅପରାହ୍ନ ୪ଟା ସମୟରେ ଅଭିଯୁକ୍ତ ବିଜୟ ଏବଂ ଗଜେନ୍ଦ୍ର ପାଇଖାନାନିର୍ମାଣ ଦ୍ୱନ୍ଦକୁ ନେଇ ଭଉଣୀ ଅନିମା ତରାଇ ଏବଂ ପୁଷ୍ପଲତା ସାମଲଙ୍କୁ କୋଦାଳ ବେଂଟରେ ମାଡ଼ ମାରିଥିଲେ । ସେମାନେ ତଳେ ପଡ଼ି ଯାଇଥିଲେ । ଏହି ସମୟରେ ଦୁଇଭାଇ ଏକ ରଶି ସହାଯ୍ୟରେ ମା ହାରାମଣୀଙ୍କୁ ଘର ଖୁଂଟରେ ବାନ୍ଧି ଦେବା ସହିତ ଦୁଇ ଭଉଣୀ ଅନୀମା ଏବଂ ପୁଷ୍ପଲତାଙ୍କୁ ବାଡ଼ିରେ ଥିବା ନଡ଼ିଆ ଗଡ଼ରେ ବାନ୍ଧି ପକାଇଥିଲେ । ଏହି ଅମାନୁଷିକ କାର୍ଯ୍ୟ ସ୍ପଷ୍ଟ ଦିବ୍ୟାଲୋକରେ ଚାଲିଥିଲେ ମଧ୍ୟ ସେମାନଙ୍କ ଭୟରେ ସ୍ଥାନୀୟ କୋ÷ଣସି ଲୋକମାନେ ତାଙ୍କୁ ଉଦ୍ଧାର କରିବାକୁ ସହାସ କରିନଥିଲେ । ପୁଲିସ ଆସି ଘଟଣା ସ୍ଥଳରୁ ମା ଏବଂ ଦୁଇ ଭଉଣୀଙ୍କୁୂ ବନ୍ଧା ହୋଇଥିବା ଅବସ୍ଥାରେ ଉଦ୍ଧାର କରିଥିଲେ । ଆଜି ଅନୀମା ତରାଇଙ୍କ ଲିଖିତ ଅଭିଯୋଗ କ୍ରମେ ପୁଲିସ ଦୁଇ ଅଭିଯୁକ୍ତ ବିଜୟ ଏବଂ ଗଜେନ୍ଦ୍ରଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଦୁଇ ଅଭିଯୁକ୍ତଙ୍କୁ ଆଜି ସ୍ଥାନୀୟ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତକୁ ପଠାଇ ଦିଆଯାଇଛି । ସେଠାରେ ସେମାନଙ୍କର ଜାମିନୀ ଆବେଦନ ଖାରଜ ହୋଇ ଯିବାରୁ ଦୁଇ ଅଭିଯୁକ୍ତଙ୍କୁ ସ୍ଥାନୀୟ ସମାଗୋଳ ଜେଲକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here