କୁଜଙ୍ଗ, ଦୀର୍ଘଦିନ ହେବ କୁଜଙ୍ଗ ଜଗନ୍ନାଥପୁର ଗ୍ରାମରେ ମାଙ୍କଡ ପଲ ସେମାନଙ୍କ ଉପଦ୍ରବ ଚଲାଇଛନ୍ତି । ଏହି ମାଙ୍କଡ ମାନେ ପନିବାରିବା ନଷ୍ଠ କରିବା ସହ ମଣିଷଙ୍କୁ ଅତର୍କିକ ଆାକ୍ରମଣ କରି କାମୁଡି ଭିଣି ଦେଉଛନ୍ତି । ଏପରିକି ଗତ ଏକ ସପ୍ତାହରେ ଏହି ଜଗନ୍ନାଥପୁର ଗ୍ରାମର ତିନିଜଣ ବ୍ୟକ୍ତି ଅଙ୍କୁର ନାଥ(୪୮), ଚିନ୍ମୟୀ ନାଥ(୨୮),ଅମିତ କୁମାର ସାହୁ(୧୬) ଓ ଚିନୁ ଗୁର(୯)ଙ୍କ ସମେତ ୧୦ରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କୁ ମାଙ୍କଡ କାମୁଡି ଥିବା ସୂଚନା ମିଳିଛି । ସେମାନଙ୍କୁ ଏବେ ମେଡିକାଲରେ ଚିକିତ୍ସା କରୁଥିବା ବେଳେ ମାଙ୍କଡ କାମୁଡା ଭୟରେ ପିଲା ମାନେ ଏବେ ପାଠପଢିବାକୁ ସ୍କୁଲ ଯିବାକୁ ନିରପଦ ମଣୁନଥିବା ଅଭିଯୋଗ କରିଛନ୍ତି ଗ୍ରାମର ଅଧିବାସୀ ବରିଷ୍ଠ ସାମ୍ବାଦିକ ଜୀବନାନନ୍ଦ ଅଧିକାରୀ । ଏହି ବିଷୟରେ ତୁରନ୍ତ ବନବିଭାଗ ପ୍ରତିଶେଧକ ପଦକ୍ଷପ ନେବାକୁ ରାଜେନ୍ଦ୍ରନାରାୟଣ ଗୁରୁ, ରବୀନ୍ଦ୍ର ନାଥ, ଅକ୍ଷୟ କୁମାର ନାଥ ପ୍ରମୁଖ ଦାବି ଜଣାଇଛନ୍ତି । ପ୍ରକାଶରେ ଏହି କେତକ ମାଙ୍କଡ ଗତ କିଛିଦିନହେବ ପାନପୁଲି, ପାରିଅଙ୍ଗ, ବଡଙ୍ଗ ଆଦି ଅଂଚଳରେ ଆତଙ୍କ ସୃଷ୍ଟି କରି ଏବେ ଗଜନ୍ନାଥପୁରରେ ତାଙ୍କଆତଙ୍କ ଚଳାଇଛି ।

LEAVE A REPLY

Please enter your comment!
Please enter your name here