କୁଆଖିଆ ୪/୯ : ରସୁଲପୁର ବ୍ଲକ ଅନ୍ତର୍ଗତ ୨୮ ଗୋଟି ପଂଚାୟତରେ ବନ୍ୟା ଆସି ପ୍ରଭୁତ କ୍ଷୟକ୍ଷତି କରିଥିବା ବେଳେ ଏଥିରେ ଲକ୍ଷାଧିକ ଲୋକେ କ୍ଷତିଗ୍ରସ୍ଥ ହୋଇଛନ୍ତି । ଏ ସମ୍ପର୍କରେ ରସୁଲପୁର ବ୍ଲକ ସମ୍ମିଳନୀ କକ୍ଷରେ ଏକ ସମିକ୍ଷା ବୈଠକ ବିଡିଓ ଉମାକାନ୍ତ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି ।

ଏଥିରେ ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ ଯୋଗ ଦେଇ ଲୋକଙ୍କ ସେବା ସୁବିଧା ରିଲିଫ ଯୋଗାଣ ଥଇଥାନ ଓ ରନ୍ଧା ଖାଦ୍ୟ ଯୋଗାଇ ଦେବା ସମ୍ପର୍କରେ କର୍ମଚାରୀଙ୍କୁ ଅବଗତ କରିଥିଲେ । ବନ୍ୟାରେ ବିଭିନ୍ନ ପଂଚାୟତର ୧୬ ଟି ଜାଗାରେ ରନ୍ଧା ଖାଦ୍ୟ ଦିଆଯାଉଥିବା ବିଡିଓ ପରିଡା ପ୍ରକାଶ କରିଥିଲେ ।

ରସୁଲପୁର ବ୍ଲକର ୫୨୫୦ ହେକ୍ଟର ଚାଷ ଜମିରେ ବନ୍ୟାପାଣି ପଶି ବିଅଳିଧାନା ଓ ପନିପରିବା ଚାଷ କ୍ଷତିଗ୍ରସ୍ଥ ହୋଇଛି । ଏସବୁର ତାଲିକା ଘର ଭାଙ୍ଗିବା ତାଲିକା ପ୍ରସ୍ତୁତ କରିବାକୁ ଅବଗତ କରିଥିଲେ । ଏଥିରେ କୃଷି ଉଦ୍ୟାନ ରେଭିନ୍ୟୁ ଆରଆଇ ସୁପରଭାଇଜର ଆଦି କର୍ମଚାରି ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here