????????????????????????????????????

କୋଣାର୍କ, ଗତ କାଲି ଠାରୁ ଅର୍କକ୍ଷେତ୍ର ଠାରେ ଆରମ୍ଭ ହୋଇଥିବା କୋଣାର୍କ ଉତ୍ସବର ସୋମବାର ଥିଲା ଦ୍ୱିତୀୟ ସଂଧ୍ୟା । ଦ୍ୱିତୀୟ ଦିନର ଶୀତୁଆ ସଂଧ୍ୟାରେ ମୁକ୍ତାକାଶ ରଙ୍ଗମଂଚ ପରିସରରେ ପ୍ରଥମାର୍ଦ୍ଧ ରେ ଈଣ୍ଡୋନେସିଆର ବାଲନିିଜ୍ ଶୀଳ୍ପି ମାନେ ପୁରାଣ ବର୍ନିତ ରାମାୟଣ ର ଗାଥା ଉପରେ ଆଧାରିତ କଥା ବସ୍ତୁକୁ ମଂଚ ରେ ପରିବେଷଣ କରିଥିଲେ । ଏଥିରେ ମାୟାର ସୁବନ୍ନ ହରିଣୀ ପଛରେ ପ୍ରଭୂ ଶୀ୍ରରାମ ଙ୍କ ଅନୁଧାବନ, ବ୍ରାହ୍ମଣ ଭିକ୍ଷୁକ ବେଶରେ ରାବଣର ସୀତା ହରଣ, ଲକ୍ଷ୍ମଣଙ୍କ ଜ୍ୟୋଷ୍ଟ ଭ୍ରାତାଙ୍କୁ ସହାୟତା, ଜଟାୟୁଙ୍କର ରାବଣକୁ ପ୍ରତିରୋଧ,ଜଟାୟୁର ଦଶାନନ ଦ୍ୱାରା ନିଧନ ପ୍ରତିଟି କଥାବସ୍ତୁ କୁ ନିଖୁଣ ଭାବରେ ଚିତ୍ରିତ କରିଥିଲେ ଇଣ୍ଡୋନେସିଆର ବାଲିନିଜ୍ ଶୀଳ୍ପି ମାନେ ଯାହା ଦର୍ଶକଙ୍କୁ ମଂଚରେ ବାନ୍ଧି ରଖିଥିଲା । ପରେ ପରେ ଏହି ଶୀଳ୍ପି ମାନଙ୍କ ଦ୍ୱାରା ମଂଚରେ ପରିବେଷଣ ହୋଇଥିଲା ଓଡିଶା-ଇଣ୍ଡୋନେସିଆର ବାଣିଜିକ ସମ୍ପର୍କ ଉପରେ କଥାବସ୍ତୁ ର ନୃତ୍ୟ ଯାହା ଦର୍ଶକ ଙ୍କୁ ହଜିଲା ଦିନର ସ୍ମୃତି କୁ ମନେ ପକାଇଥିଲା । ଦ୍ୱୀତିୟ ଚରଣରେ ଗୁରୁ ଆଲୋକ କାନୁନ୍ଗୋ ଙ୍କ ସରଂଚନା ରେ କୋଲକାତା ର ସିଂଜନ ନୃତ୍ୟାଳୟ ର ଶୀଳ୍ପି ମାନେ ମଂଚରେ ପରଷି ଦେଇଥିଲେ ଓଡିଶୀ ନୃତ୍ୟ । ଏହା ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ଙ୍କ ସ୍ୱରୂପ ଆଦିତ୍ୟ ଙ୍କ ଉପାସନା ଉପରେ ଶୁଦ୍ଧ ନୃତ୍ୟ ପଲ୍ଲବୀ କୁ ପ୍ରସ୍ତୁତ କରିଥିଲେ ଓଡିଶୀ ନୃତ୍ୟ ଶୀଳ୍ପି । ଶେଷରେ ଦେବୀ ଆରଧନା ସମ୍ବଳିତ ଦଶ ମହାବିଦ୍ୟା କୁ ନୃତ୍ୟ ମାଧ୍ୟମରେ ସିଂଜନ ନୃତ୍ୟାଳୟ ର ଶୀଳ୍ପି ଗଣ ମଂଚରେ ଭେଟିଦେଇଥିଲେ ଯାହା ଦର୍ଶକ ମାନଙ୍କୁ ଖୁବ୍ ଭାବ ବିହ୍ୱଳ କରିଥିଲା । ଦ୍ୱିତୀୟ ଦିନ ସଂଧ୍ୟାର ଅତିଥି ରୂପେ ଓଡିଶା ର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତୀ ସମୀର ରଞନ ଦାଶ, ପର୍ଯ୍ୟଟନ ସଚିବ ବିଶାଲ କୁମାର ଦେବ, ଓଡିଶା ଭାଷା ଓ ସାହିତ୍ୟ ସଂସ୍କୃତିର ନିଦେ୍ର୍ଧଶକ ବିଜୟ କୁମାର ଜେନା, ସୂଚନା ଓ ଲୋକ ସମ୍ପର୍କ ନିଦେ୍ର୍ଧଶକ କୃପାସିନ୍ଧୁ ମିଶ୍ର, ପର୍ଯ୍ୟଟନ ନିଦେ୍ର୍ଧଶକ ସଚିନ ଯାଦବ ଓ ଓ.ଟି.ଡି.ସି ର ହେମକାନ୍ତ ସାଏ ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଡଃ ମୃତ୍ୟୁଞୟ ରଥ ଓ ଡଃ ସାଧନା ଶୀ୍ରବାସ୍ତବ । କୋଣାର୍କ ଉତ୍ସବ ଉପଲକ୍ଷେ ଚନ୍ଦ୍ରଭାଗା ଠାରେ ଆୟୋଜିତ ବାଲୁକା କଳା ମହୋତ୍ସବରେ ପ୍ରବଳ ଜନସମାଗମ ହେଉଥିବାର ଦେଖାଯାଇଥିଲା । କୋଣାର୍କର ସ୍ତାନୀୟ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନଙ୍କ ସହ ଉକ୍ରଳ ପତି, ରତିକାନ୍ତ ପଟ୍ଟନାୟକ ଓ ବିଜୟ ଜେନା ପ୍ରମୁଖ ଉପସ୍ତିତ ରହି ସମସ୍ତ କାର୍ଯ୍ୟକୁ ତଦାରଖ କରୁଥିଲେ ।

LEAVE A REPLY

Please enter your comment!
Please enter your name here