କୋଣାର୍କ : ବିଶ୍ଵ ପ୍ରସିଦ୍ଧ କୋଣାର୍କ ର ପାରିପାର୍ଶ୍ବିକ ବିକାଶ ପାଇଁ ଗତକାଲି ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା ଅନୁଯାଇ ଚନ୍ଦ୍ରଭାଗା କୁ  ୧କିମି ବେଳାମାର୍ଗ ର ବିକାଶ ଓ ପର୍ଯ୍ୟଟନ କ୍ଷେତ୍ର ରେ ସ୍ଵତନ୍ତ୍ର ସ୍ଥାନ ଦେବାପାଇଁ ଦେଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପରେ  ବୁଧବାର ପୂର୍ବାହ୍ନରେ ପୁରୀ ର ନୂତନ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଙ୍କ ସହ ବହୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ଚନ୍ଦ୍ରଭାଗା ଓ କୋଣାର୍କ ଗ୍ରସ୍ଥ କରିଥିଲେ।ପ୍ରଥମେ ଚନ୍ଦ୍ରଭାଗା ଗ୍ରସ୍ଥ କରି ଏହାର ପାରିପାର୍ଶ୍ବିକ ସ୍ଥିତି ସମୀକ୍ଷା କରିବା ପରେ ଚନ୍ଦ୍ରଭାଗା ତେଲୁଗୁ ବସ୍ତି ବୁଲିଦେଖିଥିଲେ।ତେଲୁଗୁ ବସ୍ତିରେ ହେବାକୁ ଥିବା ସ୍ମାର୍ଟ ଟାଉନ ର ପ୍ରସ୍ତୁତି ବୁଲିଦେଖି ଏହାକୁ ଆଉ କିଭଳି ବିକାଶ କରିହେବ ତାହା ଅନୁଧ୍ୟାନ କରିଥିଲେ।ପରେ ଚନ୍ଦ୍ରଭାଗା କୁ ଆନ୍ତର୍ଜାତୀୟ ବେଳାଭୂମି ଓ ପର୍ଯ୍ୟଟନ କ୍ଷେତ୍ର ରେ ବିକାଶ ପାଇଁ  ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଥିବା ନିଷ୍ପତ୍ତି କୁ କିଭଳି ସୁଚାର ଭାବେ ବିକାଶ କରାଯିବ ସେ ନେଇ  ଜିଲ୍ଳାପାଳ  ଉପସ୍ଥିତ ଥିବା ଜିଲ୍ଲାର ପ୍ରଶାସନିକ ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ।
ଚନ୍ଦ୍ରଭାଗା ର ଜୟଦେବ ବାଟିକାକୁ ଉନ୍ନତି କରଣ କରିବା ଏବଂ ଏହାର ବିକାଶ ସହ ଏକ ଅତ୍ୟାଧୁନିକ ପାର୍କ ନିର୍ମାଣ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। ଚନ୍ଦ୍ରଭାଗାର ନିର୍ମିତ ହେବାକୁ ଥିବା ସାଇକେଲ ଟ୍ରାକ, ପର୍ଯ୍ୟଟକଙ୍କ ଚିତବିନୋଦନ ପାଇଁ ଜଳକ୍ରୀଡ଼ା , ଛୋଟ ପିଲା ଙ୍କ ପାଇଁ ମୁକ୍ତ ରଙ୍ଗମଚ ସାଙ୍ଗକୁ ପର୍ଯ୍ୟଟକ ମାନେ ସୂର୍ଯ୍ୟାସ୍ତ ଓ ସୂର୍ଯ୍ୟଦୟ ର ଅନୁଭବ ନେବା ପାଇଁ ଥିବା ପ୍ରସ୍ତୁତି କୁ  ଜିଲ୍ଲାପାଳ ସମୀକ୍ଷା କରିଥିଲେ। ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କର ପ୍ରଶ୍ନ ରେ ଉତ୍ତର ଦେଇ ଜିଲ୍ଲାପାଳ ଶ୍ରୀ ବର୍ମା କହିଲେ ଅତି ଶୀଘ୍ର ଏହି ବେଳାଭୂମି  ଆନ୍ତର୍ଜାତିକ ବେଳାଭୂମି ହେବା ସହ ଏହାର ରୂପରେଖ ବଦଳିବାକୁ ଯାଉଛି । ମାନ୍ୟବର  ମୁଖ୍ୟମନ୍ତ୍ରୀ ପର୍ଯ୍ୟଟନ  ଶିଳ୍ପୀ ର  ବିକାଶ ପାଇଁ ଯେଉଁ ଯୋଜନା ପ୍ରସ୍ତୁତ କରିଛନ୍ତି ତାହାକୁ ଖୁବ ଶୀଘ୍ର କାର୍ଯ୍ୟ କାରି କରିବାକୁ ପ୍ରୟାସ କରାଯାଉଛି ।ଯାହା ଦ୍ୱାରା ଓଡିଶା ସହ ଚନ୍ଦ୍ରଭାଗା ଓ କୋଣାର୍କ ପରିଦର୍ଶନ ରେ ଅଧିକ ପର୍ଯ୍ୟଟକ ଆସିପାରିବେ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ ।
ଜିଲ୍ଲାପାଳ ଙ୍କ ଏହି ଗ୍ରସ୍ତ ସମୟରେ ଜିଲ୍ଲାର ଏଡ଼ିଏମ୍ ବିନୟ ଭୂଷଣ ଦାସ,  ଗୋପ ତହସିଲିଦାର ସୁବାଶିଷ ପାଲଟାସିଂ ସ୍ଥାନୀୟ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ, କୋଣାର୍କ ଏନଏ ସି ର ନିର୍ବାହି ଅଧିକାରୀ ଏମ୍ ଶ୍ରୀ ନିବାସ, ନିମାପଡା ଏସଡିପିଓ ପ୍ରଦୀପ ଦଳାଇ  , କୋଣାର୍କ ବନାଧିକାରୀ ବେଣୁଧର ବେହେରା ,କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ, ମେରାଇନି ଥାନାଅଧିକାରିଣୀ ନିଳୀମା ପଟ୍ଟନାୟକ  ଙ୍କ ସହ ବିଭିନ୍ନ ପଦାଧିକାରୀ ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here