କୋଣାର୍କ ; ଶାରିରୀକ ସୁସ୍ଥତା ପାଇଁ ଆବଶ୍ୟକ ଶାରିରୀକ ବ୍ୟାୟାମକୁ ଅଣଦେଖା କରିବା ହେତୁ ଏବେ ମଣିଷ ବିଭିନ୍ନ ପ୍ରକାର ରୋଗ ର ଶିକାର ହେଉଛି। ।ପ୍ରତ୍ୟେହ କିଛି ବ୍ୟାୟାମ କରିବାର ସବୁଠାରୁ ସହଜ ଓ ସରଳ ଉପାୟ ହେଉଛି ନିୟ୍ରମିତ ସାଇକେଲ ଚାଳନା ।ଏହି ସଚେତନତାର ବାର୍ତ୍ତା କୁ ଲୋକାଭିଭୁଖୀ କରିବା ଲକ୍ଷ୍ୟ ନେଇ ରାଜ୍ୟ ପର୍ଯ୍ୟଟନ ବିଭାଗ ସହଯୋଗରେ କୋଣାର୍କ ପ୍ରେସକ୍ଳବ ପକ୍ଷରୁ ଆସନ୍ତା ୩୦ ତାରିଖରେ କୋଣାର୍କ ଉତ୍ସବ ୨୦୨୦ ଅବସରରେ ଏକ ଜନ ସଚେତନତା ସାଇକ୍ଳୋଥୋନ ଆୟୋଜନ କରାଯିବ ।ଏହି ସାଇକ୍ଳୋଥୋନରେ ଶାରିରୀକ ସୁସ୍ଥତା ପାଇଁ ସାଇକେଲ ଚାଳନା ସହିତ ପ୍ଳାଷ୍ଟିକ ମୁକ୍ତ ,ସ୍ବଛ, ସବୁଜ ଓ ସବୁଜ କୋଣାର୍କ ଗଠନ ପାଇଁ ସମସ୍ତ ଜନସାଧାରଣଙ୍କ ସହଯୋଗ ଲକ୍ଷ୍ୟ ନେଇ ସଚେତନତତା ସାଇକେଲ ଯାତ୍ରା ଆୟୋଜିତ ହେବ ।
୩୦ ତାରିଖ ସୋମବାର ସକାଳ ୭ଟାରେ ସୂର୍ଯ୍ୟମନ୍ଦିର ସାମ୍ନାରୁ ଏହି ସାଇକ୍ଳୋଥୋନର ଶୁଭାରମ୍ଭ କରାଯିବ । ସାଇକେଲ ଆରୋହୀ ମାନେ ଚନ୍ଦ୍ରଭାଗା ଓ କୋଣାର୍କ- ପୁରୀ ବେଳାମାର୍ଗ ଦେଇ ରାମଚଣ୍ଡୀରେ ପହଞ୍ଚିବା ପରେ ଏହି ସାଇକ୍ଳୋଥୋନ ଉଦଯାପିତ ହେବ । ସାଇକେଲ ଆରେହୀ ମାନେ ପ୍ଳାକାର୍ଡ଼