କୋଣାର୍କ : ପୁରୀ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ପ୍ରୋଭେସ ନାଲ ଟ୍ରେନିଂ ନେବା ପାଇଁ ଆସିଥିବା ଜଣେ ଅଣଓଡ଼ିଆ ଯୁବ ଆଇଏସ ଅଫିସର ଗୁରୁବାର ପୂର୍ବାହ୍ନ ୧୧ଟାରେ କୋଣାର୍କ ଆସି ଏଠାରେ ଥିବା ସରକାରୀ ସ୍ୱିକୃତି ପ୍ରାତ ବିଦେଶୀ ମଦଦୋକାନରେ ପହଞ୍ଚି କାଗଜ ପତ୍ର ଦେଖିବା ସହ ବିଭନ୍ନ କିସମର ମଦ ର ପ୍ରାଇସ ଓ ସରକାରୀ ଟ୍ୟାକ୍ସ ବିଷୟରେ ପଚାରି ବୁଝିଥିଲେ।

ପୁରୀ ଅବକାରୀ ଅଧିକ୍ଷକ ଅମରେନ୍ଦ୍ର ଜେନା ନିଜେ ସାଥିରେ ରହି ଯୁବ ଆଇଏସ ଅଫିସରଙ୍କୁ ଓଡ଼ିଶାରେ ପ୍ରଚଳିତ ସମସ୍ତ ଅବକାରୀ ନିୟମ ବିଷୟରେ ଅବଗତ କରିଥିଲେ। ମହାରାଷ୍ଟ୍ର ଠାରୁ ଓଡିଶା ଅବକାରୀ ବିଭାଗ ସଂପୂଣ୍ଣ ଅଲଗା ଓ ଏଠାରେ ସରକାରୀ ଟ୍ୟାକ୍ସ ଓ ମଦର ପ୍ରାଇସି କମ ବୋଲି ସେ ଜାଣିବାକୁ ପାଇଥିଲେ ।

କୋଣାର୍କ ସରକାରୀ ଵିଦେଶୀ ମଦ ଦୋକାନରେ ସମସ୍ତ ପ୍ରକାର କାଗଜ ପତ୍ର ଠିକ ଥିବା ସେ ତଦାରଖ କରିବା ସମୟରେ ଜାଣିବାକୁ ପାଇଥିଲେ। ଯୁବ ଆଇଏସ ଅଫିସର ଗୌରବ ଜୀ ମଦଦୋକାନ ତଦାରଖ ବେଳେ ସରକାରୀ ସ୍ୱିକୃତି ମଦ୍ୟ ବ୍ୟବସାୟୀ ତଥା ଦୋକାନର ମାଲିକ ଦେବାଶିଷ ମହାନ୍ତି ଉପସ୍ଥିତ ରହି ଯୁବ ଆଇଏସ ଙ୍କୁ ସମସ୍ତ କାଗଜ ପତ୍ର ସହ ଦୋକାନରେ ଥିବା ବିଭିନ୍ନ ପ୍ରକାର ମଦ ର ତଥ୍ୟ ପ୍ରଦାନ କରିଥିଲେ।ପରେ ସେ ଅବକାରୀ ଅଧିକ୍ଷକ ଙ୍କ ସହ କାଜିପଟଣା ଠାରେ ଥିବା ଵଟଲିଂ ପ୍ଲାଣ୍ଟଗ୍ରସ୍ତ କରିଥିଲେ।

LEAVE A REPLY

Please enter your comment!
Please enter your name here