କିଶୋରନଗର ଥାନା ଅଧିନ କଟକ-ପାରାଦ୍ୱିପ ସଡକର ନାନପୁର ଠାରେ ଏକ ସଡକ ଦୁର୍ଘଟଣାରେ ଜଣେ ଲୋକର ମୃତ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ କିଶୋର ମିଶ୍ର(୬୫) ସାଇକେଲ ଯୋଗେ ଉକ୍ତ ସଡକରେ ଯାଉଥିବା ସମୟରେ ପାରାଦ୍ୱିପ ଆଡୁ କଟକଅଭିମୁଖେ ଯାଉଥିବା ଓଆର-୍୧୯-ଏଲ୍-୫୮୮୫ ନଂ ବିଶିଷ୍ଟ ଏକ କାର୍ ସାଇକେଲ ଆରୋହୀଙ୍କୁ ପଛପଟୁ ଧକ୍କା ଦେଇଥିଲା । ତେବେ ସ୍ଥାନୀୟ ଲୋକଙ୍କ ସହାୟତାରେ ତାକୁ ଚିକିତ୍ସାପାଇଁ କଟକବଡ ମେଡିକାଲ ନିଆଯାଇଥିଲା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ୰ ମିଶ୍ର ଙ୍କ ଘର କିଶୋରନଗର ଥାନା ଅଧିନ ମାଣପୁର ପଂଚାୟତର ସରପୁର ଗ୍ରାମରେ ବୋଲି ଜଣାପଡିଛି । ତେବେ ସେ ଦୀର୍ଘ ଦିନ ହେବ ବିରିଡି ଥାନା ଅଧିନ ଅଢଙ୍ଗ ଶାସନ ଗ୍ରାମରେ ରହି ଆସୁଥିଲେ । ସୋମପୁର ବିଟ୍ ହାଉସ ପୋଲିସ ଅଧିକାରୀ ଲକ୍ଷ୍ମଣ ଜେନା ଘଟଣା ସ୍ଥଳରେ ପହଂଚିଦୁର୍ଘଟଣା ଘଟାଇଥିବା କାର ଟିକୁ ଜବତ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here