ପୁଣେ : ପୁଣେର ଏକ କିନ୍ନର ଗୋଷ୍ଠୀ ପ୍ରବାସୀ ଶ୍ରମିକଙ୍କୁ ସହାୟତାର ହାତ ବଢ଼ାଇଛନ୍ତି । ସେମାନେ ମଦ ବିକ୍ରି କରି ଲବ୍ଧ ଅର୍ଥରେ ପ୍ରବାସୀଙ୍କୁ ଖାଦ୍ୟ ଯୋଗାଉଛନ୍ତି । ଏହି କିନ୍ନର ଗ୍ରୁପର ଗୁରୁ ଦୀପା ଭୋସଲେ କହିଛନ୍ତି, ଆମେ ଆର୍ଥିକ କ୍ଷେତ୍ରରେ ସ୍ୱଚ୍ଛଳ ନ ଥିବାରୁ ଖାଇବା ପାଇଁ ଟଙ୍କା ନ ଥିଲେ କିପରି ଲାଗେ ଜାଣିଛୁ । ସେଥିପାଇଁ ପ୍ରବାସୀଙ୍କୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଛୁ । ଆମ ପାଖରେ ପ୍ରଚୁର ମଦ ଥିଲା । ଲକ୍‌ଡାଉନ୍‌ ସମୟରେ ମଦ ପାଇଁ କିଛି ଲୋକ ଆମ ସହ ଯୋଗାଯୋଗ କଲେ । ଦାନ ପାଇଁ ଅଧିକ ଟଙ୍କାରେ ମଦ କିଣିବାକୁ ସେମାନେ ସର୍ତ୍ତ ରଖିଲେ । ଏପରି ୨୩,୦୦୦ ଟଙ୍କା ଯୋଗାଡ଼ କରି ଆମେ ରାଶନ୍‌ କିଣି ପ୍ରତିଦିନ ୨୫୦-୩୦୦ ପ୍ରବାସୀଙ୍କୁ ଖାଦ୍ୟ ଦେଉଛୁ ।

LEAVE A REPLY

Please enter your comment!
Please enter your name here