ଖୋର୍ଦ୍ଧା : ଜିଲ୍ଲାରେ କୋଭିଡସ୍ଥିତି ସମୀକ୍ଷା ନିମନ୍ତେ ଆଜି ଏକ ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସ୍ପେଶାଲ ଏଡିଏମ୍(କୋଭିଡ) ବିଶାଲ ସିଂ ଅଧ୍ୟକ୍ଷତା କରିଥିଲେ । ଜିଲ୍ଲାରେ ବିଏମସି ବ୍ୟତୀତ କରୋନା ସଂକ୍ରମଣ ସ୍ଥିତି ଓ ଏହାର ନିୟନ୍ତ୍ରଣ ନିମନ୍ତେ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଥିଲା ।

କୋଭିଡ ନିୟମାବଳୀ ପାଳନ ଓ ଏନଫୋର୍ସମେଂଟ କଡାକଡି କରିବା ପାଇଁ ସ୍ପେଶାଲ ଏଡିଏମ୍ ଗୁରୁତ୍ୱ ଦେଇଥିଲେ । ମାସ୍କ ନପିନ୍ଧିଲେ, ସାମାଜିକ ଦୂରତ୍ୱ ନରଖିଲେ ଏବଂ କୋଭିଡ ନିୟମ ଉଲଙ୍ଘନ କଲେ ଫାଇନ ଆଦାୟ କରାଯିବ । ସହରାଂଚଳ ଓ ଗ୍ରାମାଂଚଳରେ ଏନଫୋର୍ସମେଂଟ କଡାକଡି କରାଯିବ । ପ୍ରତି ବ୍ଲକ୍ରେ ଏନଫୋର୍ସମେଂଟ ଟିମ୍ ଗଠନ କରାଯାଇଛି । ତହସିଲଦାର ଓ ବିଡିଓ ଏନଫୋର୍ସମେଂଟ କାର୍ଯ୍ୟର ତଦାରଖ କରିବେ । ସଚେତନତା କାର୍ଯ୍ୟକ୍ରମ ଜାରୀ ରହିବ ।

ସାମାନ୍ୟ ଲକ୍ଷଣଥିବା କରୋନା ରୋଗୀ ଗୃହରେ ସଂଗରୋଧଭାବେ ରହି ଚିକିସôିତ ହେବେ । ହୋମ ଆଇସୋଲେସନରେ ରହି ଚିକିସôିତ ହେଉଥିବା ବ୍ୟକ୍ତିଙ୍କ ଘର ଆଗରେ ପୋଷ୍ଟର ଲଗାଯିବ ଏବଂ ଏ ସମ୍ପର୍କରେ ଲୋକମାନେ ଜାଣିପାରିବେ । ଖୋର୍ଦ୍ଧା ଜିଲ୍ଲାରେ କରୋନା ସଂକ୍ରମଣ ସମ୍ପର୍କରେ ଅଧିକ ନମୁନା ସଂଗ୍ରହ ଓ ପରୀକ୍ଷା କରାଯାଇଛି । ଲୋକମାନଙ୍କୁ ସଚେତନ କରିବା, ସତର୍କ କରିବା ଏବଂ ପ୍ରତିଷେଧକମୂଳକ ବ୍ୟବସ୍ଥା ପାଇଁ ଗୁରୁତ୍ୱ ଦିଆଯାଉଛି । ଜଣେ ବ୍ୟକ୍ତି କରୋନା ସଂକ୍ରମିତ ହେଲେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କର ମଧ୍ୟ ପରୀକ୍ଷା କରାଯିବ ।

LEAVE A REPLY

Please enter your comment!
Please enter your name here