ଖୋର୍ଦ୍ଧା : ଭାରତୀୟ ଜନତା ପାର୍ଟିର ପ୍ରତିନିଧି ମଣ୍ଡଳୀ ଖୋର୍ଦ୍ଧା ବ୍ଲକ୍ର ବନ୍ୟା ପ୍ରପିଡ଼ିତ ନରଣଗଡ଼, ଓରବରସିଂହ, ବ୍ରଜମୋହନପୁର ଗ୍ରାମପଂଚାୟତର ପ୍ରାୟ ୧୫ ଖଣ୍ଡ ଗ୍ରାମକୁ ଦୀର୍ଘ ୪ଦିନ ଧରି ଗ୍ରସ୍ତ କରି ଜନସାଧାରଣଙ୍କ ସହ ସ୍ଥାନୀୟ ସମସ୍ୟା ଗୁଡ଼ିକ ସମ୍ପର୍କରେ ଆଲୋଚନା କରିବା ସହ ବନ୍ୟାର ଭୟାଭୟତାକୁ ଅତି ନିକଟରୁ ନୀରିକ୍ଷଣ କରି ପ୍ରତିନିଧି ମଣ୍ଡଳୀ ଅନେକ ଅଭାବ ଅସୁବିଧା ଓ ସମସ୍ୟା ତଥା ଆବଶ୍ୟକତାକୁ ଅନୁଭବ କରି ୫ଦଫା ଦାବୀ ସମ୍ବିଳିତ ଏକ ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।

ସେ ଦାବୀଗୁଡ଼ିକ ମଧ୍ୟରେ ନରଣଗଡ଼, ଓରବରସିଂହ ଓ ବ୍ରଜମୋହନପୁର ଗ୍ରାମପଂଚାୟତର ବନ୍ୟା ପ୍ରଭାବିତ ଗ୍ରାମଗୁଡ଼ିକରେ ପାନୀୟ ଜଳର ଘୋର ଅଭାବ ପରିଲକ୍ଷିତ ହେଉଛି । ପ୍ରଶାସନ ତରଫରୁ ଯେଉଁ ପାଣି ଟ୍ୟାଙ୍କର ଯୋଗେଁ ଯୋଗାଇ ଦିଆଯାଉଛି ତାହା ଦୂଷିତ ଏବଂ ଗୋଳିଆ ପାଣି ବୋଲି ଅଭିଯୋଗ ହେଉଛି । ଯାହା ଦ୍ୱାରା ଜ୍ୱର, ଝାଡ଼ା ରୋଗରେ ଲୋକମାନେ ପିଡ଼ିତ ହେଉଛନ୍ତି । ବନ୍ୟାର ୧୦ଦିନ ପରେ ମଧ୍ୟ ଶୁଖିଲା ଖାଦ୍ୟ ସବୁ ଗ୍ରାମରେ ପହଁଚିପାରି ନାହିଁ କିମ୍ବା ରନ୍ଧା ଖାଦ୍ୟ ଏବେ ବି ଓରବରସିଂହ ଏବଂ ନରଣଗଡ଼ ଗ୍ରାମପଂଚାୟତରେ ପହଁଚିପାରି ନାହିଁ । ଯେଉଁଠି ବି ଦିଆଯାଉଛି ଦୁଇ ଓଳା ପରିବର୍ତେ ଏକ ଓଳା ଦିଆଯାଉଛି ।

ଦୀର୍ଘ ୧୦ ଦିନ ହେବ ଗୋରୁ ଗାଈ ଗୁଡ଼ିକ ଖାଦ୍ୟ ବିନା ଭୋକ ଉପାସରେ ଅଛନ୍ତି । ଯେଉଁ ଗୋଖାଦ୍ୟ ଦିଆଯାଉଛି ତାହା ପର୍ଯ୍ୟାପ୍ତ ହେଉନାହିଁ । ଏହାର ପରିମାଣ ଆହୁରି ବୃଦ୍ଧି ହେବା ଆବଶ୍ୟକ । ଉପରୋକ୍ତ ତିନି ଗୋଟି ଗ୍ରାମପଂଚାୟତ ସମେତ ନିଜିଗଡ଼ ତାପଙ୍ଗ ଓ ଧଉଳିମୁହଁ ଗ୍ରାମପଂଚାୟତର ଅନେକ ଅଂଚଳ ଜଳମଗ୍ନ ହେବା କାରଣରୁ ହଜାର ହଜାର ଏକର ଚାଷ ଜମି ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି । ତେଣୁ ତୁରନ୍ତ ନଷ୍ଟ ହୋଇଥିବା ଫସଲ ଗୁଡ଼ିକର ସଠିକ୍ ଭାବରେ ଆକଳନ କରାଯାଇ ରିପୋର୍ଟ ଦାଖଲ କରାଯିବା ସହିତ ରାଜ୍ୟ ସରକାରଙ୍କ ତରଫରୁ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉ । ବନ୍ୟା ପାଣିରେ ଅନେକ ଲୋକଙ୍କର କଚ୍ଚା ଘର ଭାଙ୍ଗି ଯାଇଛି ।

ତୁରନ୍ତ ଏଗୁଡ଼ିକର ସଠିକ୍ ମୂଲ୍ୟାଙ୍କନ କରି ସେହି ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅର୍ନ୍ତଭୁକ୍ତ କରାଯାଇ ବାସଗୃହ ପ୍ରଦାନ କରାଯାଉ । ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁଚରଣ ଖଣ୍ଡେଇତରାୟଙ୍କ ନେତୃତ୍ୱରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀରଂଜନ ମଙ୍ଗରାଜ, ଖୋର୍ଦ୍ଧା ନଗର ସଭାପତି ଲୋକନାଥ ପ୍ରଧାନ, ଦକ୍ଷିଣ ମଣ୍ଡଳ ସଭାପତି ସୀତାରାମ ରାଉତରାୟ, ବରିଷ୍ଠ ନେତା ଗଗନ ମଲ୍ଲ, ଯୁବ ନେତା ଈଶ୍ୱର ବରାଳ, ମଧ୍ୟମ ମଣ୍ଡଳ ସାଧାରଣ ସମ୍ପାଦକ ତି୍ରଲୋଚନ ଦାସ, ଅଭିମନୁ୍ୟ ଘଟୁଆଳ, ପୂର୍ବତନ କାଉନସିଲର ଅରବିନ୍ଦ ରାଉତରାୟ, ପୂର୍ବତନ ନଗର ସଭାପତି ଦେବବ୍ରତ ଆ·ର୍ଯ୍ୟ, ନଗର ଉପସଭାପତି ତ୍ରିନାଥ ମହାପାତ୍ର, ନଗର ଓବିସି ମୋର୍ଚ୍ଚା ସଭାପତି ଜିତେନ୍ଦ୍ର କୁମାର ବେହେରା, ବିଶ୍ୱଭୂଷଣ ପଟ୍ଟନାୟକ, ପ୍ରଭାକର ପ୍ରଧାନ ପ୍ରମୁଖଙ୍କ ଉପସ୍ଥିିତିରେ ଏହି ଦାବୀ ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା

LEAVE A REPLY

Please enter your comment!
Please enter your name here