ଖୋର୍ଦ୍ଧା : ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ନିରୀକ୍ଷଣ କମିଟିର ଦ୍ୱିତୀୟ ବୈଠକ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ସାଂସଦ ଅପରାଜିତା ଷଡଙ୍ଗୀ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ । ଜିଲ୍ଲାରେ କେନ୍ଦ୍ରସରକାରଙ୍କ ର ଆନୁକୁଲ୍ୟରେ ହୋଇଥିବା ଯୋଜନା ଓ କାର୍ଯ୍ୟକ୍ରମ ଗୁଡିକରେ ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ନିରିକ୍ଷଣ କମିଟି ସମନ୍ୱୟ ରଖିଥାଏ ।

ଯୋଜନା ଓ କାର୍ଯ୍ୟକ୍ରମ କିପରି ସଠିକଭାବେ କାର୍ଯ୍ୟକାରୀ ହେବ ଏବଂ ଏହାକୁ ତ୍ୱରାନ୍ୱିତ କରାଯିବ ସେଥିପାଇଁ ଏହି କମିଟଇ ଗୁରୁତ୍ୱ ଦେଉଛି । ଭିଡିଓ କନଫରେନ୍ସଂ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ବିଜ୍ଞାନ ଓ ପ୍ରଯୁକ୍ତି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ତାଙ୍କ କାର୍ଯ୍ୟାଳୟରୁ ଯୋଗଦେଇଥିଲେ । ବନ୍ୟା କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ପ୍ରଦାନ କରିବାକୁ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । କୋଭିଡ ନିୟମ ପାଳନ କରି ଚଳିବାକୁ ସେ ପରାର୍ଶ ଦେଇଥିଲେ ।

ଜିଲ୍ଲାପାଳ ସନତ କୁମାର ମହାନ୍ତି ସ୍ୱାଗତଭାଷଣ ଦେବା ସହିତ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ଜିଲ୍ଲାକୁ କେନ୍ଦ୍ରରୁ ଯେଉଁ ଅନୁଦାନ ଆସୁଛି ଏହି କମିଟି ତାର ତଦାରଖ କରିବ ଏବଂ କେନ୍ଦ୍ରୀୟ ପାଣ୍ଠିର ସଠିକ ବିନିଯୋଗ ହେବ ବୋଲି ସେ କହିଥିଲେ । ଏହାପରେ ସାଂସଦ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ ।

କୃଷି ବିଭାଗର କାର୍ଯ୍ୟକ୍ରମରେ ମୃତିକା ସ୍ୱାସ୍ଥ୍ୟ କାର୍ଡ ଓ ପରମ୍ପରାଗତ କୃଷି ବିକାଶ ଯୋଜନା ସମ୍ପର୍କରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଖୋର୍ଦ୍ଧା କହିଥିଲେ । ବନ୍ୟାଯୋଗୁ ହୋଇଥିବା ଚାଷଜମି ଓ ଫସଲ ନଷ୍ଟର କ୍ଷୟକ୍ଷତି ଆକଳନ କରିବାକୁ ସାଂସଦ କହିଥିଲେ । ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରିତା ବିଷୟରେ ନିର୍ବାହୀଯନ୍ତ୍ରୀ ଜଳସେଚନ ଡିଭିଜନ ଖୋର୍ଦ୍ଧା ଓ ପ୍ରାଚୀ କହିଥିଲେ । ଜଟଣୀ ବ୍ଲକ୍ ବେଣାପଞ୍ଜରୀ ପଂଚାୟତରେ ପାଣ୍ଡିଆବିଲୀ ଗ୍ରାମ ବନ୍ୟାଜଳ ଘେରରେ ରହି ଯୋଗାଯୋଗ ବିଛିନ୍ନ ହୋଇଥିବାରୁ ସେଠାରେ ଏକ ବି୍ରଜ୍ କିମ୍ବା ଉଚ୍ଚରାସ୍ତା ନିର୍ମାଣ କରିବା ପାଇଁ ସାଂସଦ ପ୍ରସ୍ତାବ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ବିଷୟରେ ଆଲୋଚନା ହୋଇଥିଲା । ଖୋର୍ଦ୍ଧା ଜିଲ୍ଲାରେ ୨୦୧୯-୨୦ ବର୍ଷରେ ଗ୍ରାମୀଣ ଆବାସରେ ଧାର୍ଯ୍ୟ ଲକ୍ଷ୍ୟ ୨୯୨୭ମଧ୍ୟରୁ ୨୧୮୯ ଗୃହ ସମ୍ପୁର୍ଣ୍ଣ ହୋଇଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିଦେ୍ର୍ଦଶକ ସୂଚନା ଦେଇଥିଲେ । ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୪୯୮୨ଜଣ ହିତାଧିକାରୀ ଘର ପାଇବା ପାଇଁ ଅଛନ୍ତି । ଏଥିପାଇଁ ଆବଶ୍ୟକ ଅର୍ଥ ମଞ୍ଜୁର କରି ହିତାଧିକାରୀମାନଙ୍କୁ ଘର ଯୋଗାଇବା ପାଇଁ ବ୍ୟବସ୍ଥା କରାଯିବ ବୋଲି ସାଂସଦ କହିଥିଲେ ।

ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ହେଉଥିବା ଫାର୍ମ ପଣ୍ଡ, ଜମି ଉନ୍ନତିକରଣ, ବୃକ୍ଷ ରୋପଣ, ନୁ୍ୟଟ୍ରି ଗାର୍ଡନ୍ ଆଦି ବିଷୟରେ ଆଲୋଚନା ହୋଇଥିଲା । ଜାତୀୟ ଗ୍ରାମୀଣ ପାନୀୟ ଜଳ ଯୋଗାଣ କାର୍ଯ୍ୟକ୍ରମ ବିଷୟରେ ବୈଠକରେ ଆଲୋଚନା ହୋଇଥିଲା । ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ମେଗା ପାନୀୟ ଜଳ ପ୍ରକଳ୍ପ ବିଷୟରେ କହିଥିଲେ । ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଓ ଗ୍ରାମ୍ୟ ବିଦୁ୍ୟତକରଣ କାର୍ଯ୍ୟକ୍ରମ ବିଷୟରେ ସାଂସଦ ସମୀକ୍ଷା କରିଥିଲେ । ଜିଲ୍ଲାରେ କୋଭିଡ ସ୍ଥିତି ଓ କାର୍ଯ୍ୟକ୍ରମ ସମ୍ପର୍କରେ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିସôାଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦଳେଇ, ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥା ପ୍ରକଳ୍ପ ନିଦେ୍ର୍ଦଶକ ଦିଗନ୍ତ ରାଉତରାୟ, ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମକର୍ତା ଯୋଗଦେଇଥିଲେ । ଶେଷରେ ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥା ପ୍ରକଳ୍ପ ନିଦେ୍ର୍ଦଶକ ଶ୍ରୀ ରାଉତରାୟ ଧନ୍ୟବାଦ ଦେଇଥିଲେ

LEAVE A REPLY

Please enter your comment!
Please enter your name here