ଖୋର୍ଦ୍ଧା : ୧୬ନଂ ଜାତୀୟ ରାଜପଥର ଗଡଖୋର୍ଦ୍ଧା ଛକଠାରେ ଆଜି ଏକ ଅଟୋ ଓଳଟି ଜଣେ ବ୍ୟକ୍ତିଙ୍କର ମୃତୁ୍ୟ ଘଟିଥିବାବେଳେ ୨ଜଣ ମହିଳା ଆହତ ହୋଇଥିବା ଜଣାଯାଇଛି । ମୃତକ ହେଲେ ପୁରୀ ଜିଲ୍ଲା କଣାସ ଥାନା ଅନ୍ତର୍ଗତ ମନ୍ଦାରବସ୍ତ କଂଟାବଣିଆ ଗ୍ରାମର ହରିହର ଜୟସିଂ(୫୯) । ଆହତ ଦ୍ୱୟ ହେଲେ ମୃତକଙ୍କ ଦୁଇ ବୋହୁ ଗାୟତ୍ରୀ ଜୟସିଂ(୩୫) ଓ ଅସ୍ମିନୀ ଜୟସିଂ(୩୨) ।

ସୂଚନା ଅନୁସାରେ, ମୃତକ ହରିହର ଆଜି କୌଣସି କାମରେ ଭୁବନେଶ୍ୱର ଯାଇ ଓଡି.୦୨-ଏଚଏଫ୍-୪୬୭୦ ନମ୍ବର ବିଶିଷ୍ଟ ଅଟୋଯୋଗେ ଘରକୁ ଫେରୁଥିବାବେଳେ ଅପରାହ୍ନରେ ଗଡଖୋର୍ଦ୍ଧା ଛକଠାରେ ଭାରସ୍ୟାମ ହରାଇ ଅଟୋଟି ରାସ୍ତା ପାଶ୍ୱର୍କୁ ଓଲଟି ପଡିଥିଲା । ଫଳରେ ହରିହରଙ୍କର ଘଟଣାସ୍ଥଳରେ ମୃତୁ୍ୟ ହୋଇଥିବାବେଳେ ତାଙ୍କ ଦୁଇ ବୋହୁ ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ଦୁହେଁଙ୍କୁ ଖୋର୍ଦ୍ଧା ମେଡିକାଲ ରେ ଭର୍ତି କରୀାଯାଇଥିବାବେଳେ ଘଟଣାସ୍ଥଳରୁ ଅଟୋ ଡ୍ରାଇଭର ଫେରାର ହୋଇଯାଇଛି । ଦୁର୍ଘଟଣାଗ୍ରସ୍ତ ଅଟୋକୁ ପୁଲିସ ଜବତ କରିଥିବାବେଳେ ଏ ଘଟରାରେଯ ୨୧୯/୨୦ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରୀ ରଖିଛି ।

LEAVE A REPLY

Please enter your comment!
Please enter your name here