ଖୋର୍ଦ୍ଧା : ଗାଧୁଆ ତୁଠରେ ଦୁର୍ବବ୍ୟବହାର ଓ ଘରେ ପଶି ଆକ୍ରମଣ ଘଟଣାରେ ଭୟରେ ଗାଁ ରୁ ବାହାରେ ରହୁଥିବା ପରିବାର ନିଜ ସୁରକ୍ଷା ଦାବୀରେ ଆଜି ଏସପିଙ୍କୁ ଭେଟି ଗୁହାରୀ କରିଛନ୍ତି ।

ସୂଚନା ଅନୁସାରେ, ଗତ ୨୫ତାରିଖରେ ଖୋର୍ଦ୍ଧା ଜିଲ୍ଲା ବୋଲଗହ ଥାନା ଅନ୍ତର୍ଗତ ହରିପୁର ଶାସନ ଗ୍ରାମରେ ପ୍ରମିଳା ଜେନା ଙ୍କ ଦୁଇ ଝିଅ ଗାଧୋଇବା ପାଇଁ ପୋଖରିକୁ ଯାଇଥିଲେ । ଉକ୍ତ ସମୟରେ ଗ୍ରାମର ରବି ସାହୁ ଏବଂ ଖନା ସାହୁ ସେମାନଙ୍କୁ କମେଂଟ ମାରିବା ସହ ଅଶ୍ଳିଳ ଇଙ୍ଗିତ ଓ ଅସଦାଚରଣ କରିଥିଲେ ।

ଦୁଇ ଝିଅ ଘଟଣା ସମ୍ପର୍କରେ ଘରେ ଜଣାଇବା ପରେ ଏହାକୁ ନେଇ ଗଣ୍ଡଗୋଳ ହୋଇଥିଲା । ଏନେଇ ଉଭୟ ପକ୍ଷରୁ ବୋଲଗଡ ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିବାବେଳେ ପୁଲିସ ଏ ଘଟଣାରେ ୨ଜଣଙ୍କୁ ଗିରଫ କରିଛି ।

ତଥାପି ଗିରଫ ବ୍ୟକ୍ତିଙ୍କର ବାହାରେ ଥିବା କିଛିଲୋକ ପିଡିତ ପରିବାରଙ୍କୁ ବିଭିନ୍ନ ପ୍ରକାର ର ଧମକ ଚମକ ଦେଉଛନ୍ତି । ଯାହାଫଳରେ ଉକ୍ତ ପରିବାର ଗାଁକୁ ଯାଇପାରୁନାହାନ୍ତି । ତେଣୁ ପରିବାର ର ନିଜ ସୁରକ୍ଷା ଦାବୀରେ ଆଜି ଏସପି ଅଜେୟ ପ୍ରତାପ ସ୍ୱାଇର୍ଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଗୁହାରୀ କରିଛନ୍ତି । ଉକ୍ତ ପରିବାର ର ସୁରକ୍ଷା ଲାଗି ଗ୍ରାମରେ ପୁଲିସ ପଇଁତରା ମାରୁ ଥିବା ଏସପି ଶ୍ରୀ ସ୍ୱାଇଁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here