କଣ୍ଟାପଡା,  ଗତ ଫନୀ ବାତ୍ୟାରେ ଘରଭଙ୍ଗା ସହାୟତା ପାଇନଥିବା ପ୍ରତିବାଦରେ କଣ୍ଟାପଡା ତହସିଲ ସମ୍ମୁଖରେ ବ୍ରାହ୍ମଣସାଇଲୋ ଓ ଯୋହଳ ଦୁଇଟି ଗ୍ରାମବାସୀମାନେ ଆଜିସକାଳୁ ପୃଥକଭାବେ ଧାରଣାରେ ବସି ରହିଥିଲେ । କଣ୍ଟାପଡା ତହସିଲଦାର ଆର୍ତ୍ତତ୍ରାଣ ମଲିକ ବୁଝାସୁଝା କରିବାପରେ ବ୍ରାହ୍ମଣସାଇଲୋ ଗ୍ରାବାସୀମାନେ ଦିନପ୍ରାୟ ସାଢ଼େ ଗୋଟାଏବେଳେ ଧାରଣାରୁ ଉଠି ଯାଇଥିବାବେଳେ ଯୋହଳ ଗ୍ରାମବାସୀମାନେ ଅପରାହ୍ନ ପାଞ୍ଚଟାରେ ଧାରଣା ପ୍ରତ୍ୟାହୃତ କରି ନେଇଥିଲେ । ବ୍ରାହ୍ମଣସାଇଲୋ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଫନୀପରେ ହୋଇଥିବା ସର୍ଭେରେ ସେମାନଙ୍କ ନାମ ଘରଭଙ୍ଗା ତାଲିକାରେ ରହିଥିଲା । ମାତ୍ର ରାଜନୈତିକ ଆକ୍ରୋସରୁ ପରବର୍ତ୍ତି ସମୟରେ ସେମାନଙ୍କ ନାମକୁ କାଟି ଦିଆଯାଇଥିଲା । ଏବେ ମଧ୍ୟ ସମ୍ପୃକ୍ତ ପରିବାର ପଲିଥିନ ଟାଣି ରହୁଛନ୍ତି । ସେମାନେ ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ସେମାନଙ୍କ କଥାକୁ ପ୍ରଶାସନ ଗୁରୁତ୍ୱ ନଦେବାରୁ ବାଧ୍ୟହୋଇ ସେମାନେ ଧାରଣାରେ ବସିଥିଲେ ।ଅନ୍ୟପଟେ ନାହାଳପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଯୋହଳ ଗ୍ରାମରେ କେନ୍ଦ୍ର ସରକାରଙ୍କ ଅର୍ଥନୈତିକ ଜନଗଣନା ତାଲିକା ଅନୁଯାୟୀ ଏହି ଗ୍ରାମରେଥିବା ଘରସଂଖ୍ୟା ଠାରୁ ଯଥେଷ୍ଟ ଅଧିକ ସଂଖ୍ୟାର ଘରଭଙ୍ଗା ସହାୟତା ଦିଆଯାଇଥିବାବେଳେ ଆହୁରି ପଚାଶରୁ ଉଦ୍ଧ୍ୱର୍ ପରିବାର ଏଥିରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ କ୍ଷତିଗ୍ରସ୍ତ ପରିବାର ଗୁଡିକ କ୍ଷତିପୂରଣା ଦାବୀରେ ଧାରଣାରେ ବସିଥିଲେ । ଏ ସମ୍ପର୍କରେ ଜିଲାପାଳଙ୍କ ସହ ଆଲୋଚନା କରି ପଦକ୍ଷେପ ନେବାକୁ କଣ୍ଟାପଡା ତହସିଲଦାର ପ୍ରତିଶୃତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here