ଖଲ୍ଲିକୋଟ-ତିନି ଜଣ କରନା ପଜିତିଭ ଚିହ୍ନଟ ହେବା ପରେ  ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଲଂଗଲେଶ୍ୱର ପଞ୍ଚାୟତ ର ତିନୋଟି ଗ୍ରାମ କଣ୍ଟେନମେଣ୍ଟ ଓ ୮ ଟି ଗ୍ରାମ କୁ ବଫର ଯୋନ ଘୋଷଣା କଲେ ଗଞ୍ଜାମ ଜିଲ୍ଲାପାଳ ।ଲଂଗଲେଶ୍ୱର ପଞ୍ଚାୟତ ର ଭେଜିପୁଟ ରୁ ୨ ଜଣ ଓ ଲଂଗଲେଶ୍ୱର ରୁ ଜଣେ କରନା ପଜିତିଭ ଚିହ୍ନଟ ହେବା ପରେ ଭେଜିପୁଟ, ଲଂଗଲେଶ୍ୱର, ତେଲିଦିହ ଗ୍ରାମ କୁ କଣ୍ଟେନମେଣ୍ଟ ଯୋନ ଭାବେ ଘୋଷଣା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗ ।ଏଥିସହ ଲଂଗଲେଶ୍ୱର ପଞ୍ଚାୟତ ର ନଗରଡିହ ପାଟଣା, କରାପଦର, ପଥରକଟା ଓ କମାଳାଦେଇପୁର, ବାକୁଟୁ ଗାଁ ପଞ୍ଚାୟତ ର ବାକୁଟୁ ଗାଁ, ପଥରା ପଞ୍ଚାୟତ ର ପଥରା ଗ୍ରାମ, ଓଡ଼ିଆ ଆଲପୁର ପଞ୍ଚାୟତ ର ଶ୍ରୀ ନଲିନାକ୍ଷପୁର ଓ ଗୁରାପଲ୍ଲୀ ଗ୍ରାମ କୁ ବଫର ଯୋନ ଘୋଷଣା କରାଯାଇଛି ।

କଣ୍ଟେନମେଣ୍ଟ ଯୋନ ରେ ଲୋକ ଙ୍କୁ ଘରୁ ବାହାରି ବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଥିବା ବେଳେ ବଫର ଯୋନ ରେ କେବଳ ଅତ୍ୟାବଶ୍ୟକ କାର୍ଯ୍ୟ ରେ ଲୋକେ ବାହାର କୁ ଯାଇପାରିବେ ବୋଲି ଅନୁମତି ପ୍ରଦାନ କରାଯାଇଛି ।ଲୋକ ଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ସ୍ଥାନୀୟ ବିଡ଼ିଓ ଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।କଣ୍ଟେନମେଣ୍ଟ ଓ ବଫର ଯୋନ ଘୋଷିତ ସମଗ୍ର ଅଂଚଳକୁ ସାନିଟାଇଜ କରିବା ପାଇଁ ସ୍ଥାନୀୟ ଦମକଳ ବାହିନୀ କୁ ନିର୍ଦ୍ଦେଶ ଦିଆଯାଇଛି ।ଗ୍ରାମ ର ପ୍ରବେଶ ପଥ ରେ ଅସ୍ଥାୟୀ ଚେକ ପୋଷ୍ଟ ନିର୍ମାଣ କରି ଲୋକ ଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।ବ୍ଲକ ପ୍ରଶାସନ ତରଫରୁ କଣ୍ଟେନମେଣ୍ଟ ଓ ବଫର ଯୋନ ଘୋଷିତ ଗ୍ରାମ ଗୁଡିକ ର ପ୍ରବେଶ ପଥରେ ବ୍ୟାରିକେଡ ନିର୍ମାଣ କରାଯାଇଛି ।

ଘରକୁ ଘର ବୁଲି ଲୋକ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗ କୁ ନିର୍ଦ୍ଦେଶ ଦିଆଯାଇଛି ।ଅତିରିକ୍ତ ତହସିଲଦାର ଜ୍ୟୋତିର୍ମୟ ଦାଶ ଙ୍କୁ ଏକଜୁକ୍ୟୁଟିଭ ମାଜିଷ୍ଟ୍ରେଟ ଭାବେ ଦାୟିତ୍ବ ଦିଆଯାଇଛି ।ଖଲ୍ଲିକୋଟ ଅଞ୍ଚଳରେ ଗତ କିଛି ଦିନ ମଧ୍ୟରେ କରନା ମହାମାରୀ ବ୍ୟାପିବାରେ ଲାଗିଛି ।ଗତ କିଛି ଦିନ ତଳେ ବାଦପଲ୍ଲୀ ଓ ଆଇତିପୁର ପଞ୍ଚାୟତରେ ୧୫ ଜଣ କରନା ପଜିତିଭ ଚିହ୍ନଟ ହେବା ପରେ ୯ ଟି ଗ୍ରାମ କଣ୍ଟେନମେଣ୍ଟ ଓ ୧୨ ଟି ଗ୍ରାମ କୁ ବଫର ଯୋନ ଘୋଷଣା କରାଯାଇଥିଲା ।ଖଲ୍ଲିକୋଟ ସହର ରେ ଗୋଟିଏ ପରିବାରର ତିନି ଜଣ କରନା ପଜିତିଭ ବର୍ତ୍ତମାନ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।ଶ୍ରୀକୃଷ୍ଣ ଶରଣ ପୁର ପଞ୍ଚାୟତ ରେ ଦୁଇ ଜଣ କରନା ପଜିତିଭ ଚିହ୍ନଟ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here