ଖଇରା : ନିକଟରେ ହୃଦ୍ଘାତରେ ପ୍ରାଣ ହରାଇଥିବା ବାଲେଶ୍ୱର ଜିଲାର ଅଗ୍ରଣୀ ଅନୁଷ୍ଠାନ ଖଇରା କଲେଜର ଅବସରପ୍ରାପ୍ତ ମୁଖ୍ୟ କିରାଣି ବିଭୂତି ଭୁଷଣ ନାୟକଙ୍କ ଉଦେ୍ଦଶ୍ୟରେ ଏକ ସର୍ବଦଳୀୟ ସ୍ମୃତିସଭା ବୁଧବାରଦିନ ଖଇରା ଦୁର୍ଗାମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସନ୍ତୋଷ କୁମାର ଶତ୍ପଥିଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ଅଧ୍ୟାପକ ଯୁଗଳ କିଶୋର ଗାହାଣ,ବନମାଳୀ ବାରିକ,ଗୌରାଙ୍ଗ ପାଣି,ମାନସ କୁମାର ମହାପାତ୍ର,ଲକ୍ଷ୍ମୀଧର ପଣ୍ଡା,ରନôାକର ବିଶ୍ୱାଳ ପ୍ରମୁଖ ବକ୍ତା ଭାବେ ଯୋଗ ଦେଇଥିଲେ ।

ଅସମୟରେ ଅସୁବିଧାରେ ପଡୁଥିବା ଲୋକ ମାନଙ୍କୁ ସେ ସ୍ୱର୍ଗତ ନାୟକ ଯଥାସମ୍ଭବ ସହାୟତା କରିବା ସହ କଲେଜରେ ଅଧ୍ୟାପନା ମଣ୍ଡଳୀ ,କର୍ମଚାରୀ ଓ ଛାତ୍ରୀଛାତ୍ରଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବାରେ ସେ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ ବୋଲି ବକ୍ତାମାନେ ଉଲ୍ଲେଖ କରିଥିଲେ । ଜନ୍ମେଜୟ ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ଅବସରରେ ସ୍ୱର୍ଗତ ନାୟକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପରେ ଅମରଆତ୍ମାର ସଦଗତି ନିମିତ୍ତ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା

LEAVE A REPLY

Please enter your comment!
Please enter your name here