ଖଇରା-୦୪/୦୯ : ବାଲେଶ୍ୱର ଜିଲ୍ଲା ଖଇରା ଥାନାରେ ଗୁରୁବାର ସନ୍ଧ୍ୟାର ଘଟଣା ଖଇରାବାସୀଙ୍କୁ ଦ୍ୱିଧାରେ ପକାଇଛି । ଖଇରା ପୋଲିସର ଏକ ଟିମ୍ ଗୁରୁବାର ସନ୍ଧ୍ୟାରେ ଗଣ୍ଡିବେଡ ରୁ ୭ଲିଟର ଓ ବଟେଶ୍ୱରରୁ ୮ଲିଟର ମଦ ଜବତ କରିବା ସହ ଏଥିରେ ସଂପୃକ୍ତଥିବା ୨ଜଣଙ୍କୁ ଗିରଫ କରି ଖଇରା ଥାନାକୁ ଆଣିଥିଲେ । ସେମାନଙ୍କ ବିରୋଧରେ ୨ଟି ମାମଲା(୧୮୧/୨୦,୧୮୨/୨୦) ରୁଜୁ କରାଯାଇଥିଲା । ହେଲେ ଅଭିଯୁକ୍ତ ୨ଜଣ ଶୁକ୍ରବାର ସକାଳେ ଥାନାରେ ନଥିଲେ ।

ସାଧାରଣ ଲେକେ ଭାବିଥିଲେ କି ସେମାନେ ରାତିରେ କିମ୍ବା ପ୍ରତୁ୍ୟଷରୁ କୋର୍ଟ ଚାଲାଣ ହୋଇ ଯାଇଛନ୍ତି । ହେଲେ ସେମାନଙ୍କୁ ରାତିରେ ମୁକ୍ତ କରାଯିବା କଥା ଜଣାପଡିବା ପରେ ସାଧାରଣ ଲୋକଙ୍କ ଆଶ୍ଚାର୍ଯ୍ୟାନ୍ୱିତ କରିଥିଲା । କେବଳ ଗୋଟିଏ ନୁହେଁ ବିଗତ ୧ମାସ ମଧ୍ୟରେ ମଦବିକ୍ରିରେ ସଂପୃକ୍ତ ଥିବା ୧୦ରୁ ଉଦ୍ଧ୍ୱର୍ ବ୍ୟକ୍ତି ସନ୍ଧ୍ୟାରେ ଗିରଫହୋଇ ରାତିରେ ଖଲାସ ହୋଇଥିବାର ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଆଇଆଇସି ସୁବ୍ରତ କୁମାର ବେହେରାଙ୍କୁ ପଚାରିବାରେ ଛୋଟ ଛୋଟ ମଦ କାରବାରରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲଣ ନକରିବାକୁ କଡା ନିଦେ୍ର୍ଦଶ ରହିଥିବାରୁ ସେମାନଙ୍କୁ ଥାନାରୁ ଛାଡି ଦିଆଯାଉଥିବାର କହିଛନ୍ତି ।ଏଥିରେ ଏସପିଙ୍କ ହସ୍ତକ୍ଷେପ ଦାବୀ କରାଯାଇଛି ।

LEAVE A REPLY

Please enter your comment!
Please enter your name here