କେନ୍ଦୁଝର: କେନ୍ଦୁଝର ସହର ରେ ରାଜ ରାଜୁଡା ଅମଳର ନାଳ ଏବଂ ପୋଲିଆ ପ୍ରତି ପୌର ପ୍ରାଶାସନର କୌଣସି ଧାରଣା ନ ଥିବାରୁ ବର୍ଷା ଦିନ ହେଉ କିମ୍ବା ଅନ୍ୟ ଦିନରେ ବେଙ୍ଗମୁତିଲେ ସହର ମଧ୍ୟରେ ପାଣି ପରିପୂର୍ଣ୍ଣ ହୋଇ ରହୁଛି । ଯାହାକି ଆଗାମୀ ଦିନରେ ସ୍ୱଚ୍ଛତା ପ୍ରତି ପରିହାସ ହେବା ସ୍ୱଭାବିକ । କେନ୍ଦୁଝର ସହର ସନ୍ନିକଟରେ ଥିବା ପାହାଡ ମାନଙ୍କରୁ ବର୍ଷା ଦିନରେ ବୋହି ଆସୁଥିବା ବର୍ଷାଜଳ କେନ୍ଦୁଝର ଜୁଡିଆ ଘାଟିଠାରୁ ଶଙ୍କରପୁର ମଧ୍ୟରେ ଅନ୍ୟୁନ ୧୦ଟି ପୋଲିଆ ଦେଇ ବର୍ଷାଜଳ ଅରଡେଇ ନଦୀରେ ପଡିଥାଏ ।

ହେଲେ ୧୦/୧୫ବର୍ଷ ଭିତରେ ଦେଖା ଯାଇଛିପୌର ପ୍ରଶାସନର ଖାମଖିଆଲି ମନୋଭାବ ସାଙ୍ଗକୁ କିଛିକର୍ମଚାରୀଙ୍କର ହାତ ଚିକ୍କଣ ହେତୁ ଗୃହଏବଂ ପାଚେରୀ ନିର୍ମାଣ ନିମନ୍ତେ ପ୍ଲାନ୍ ପାସ୍ହେଉଥିବାରୁ ବର୍ଷାଦିନରେ ସହରର କିଛି ଅଂଶ ଜଳ ମଗ୍ନହୋଇ ଯାତାୟତରେ ଘୋର ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ବର୍ତ୍ତମାନର ଜିଲ୍ଲାପାଳ ପୌରାଧ୍ୟକ୍ଷ ଦାୟୀତ୍ୱରେ ଥିବାହେତୁ ବର୍ତ୍ତମାନର ନିର୍ବାହୀ ଅଧିକାରୀ କେନ୍ଦୁଝର ସହରର ରାଜା ରାଜୁଡା ସମୟର ନାଳ ନର୍ଦ୍ଦମାକୁ ଅନୁଧ୍ୟାନ କରି ଅବାଧରେ ଜଳ ନିଷ୍କାସନ ପାଇଁ ପଦକ୍ଷେପ ଗ୍ରହଣ କଲେ କେନ୍ଦୁଝର ସହର ବର୍ଷା ଦିନରେ ଜଳାର୍ଣ୍ଣବରୁ ମୁକ୍ତି ପାଇବ l ସେହିଭଳି ସହର ମଧ୍ୟ ରେ ଜାତୀୟ ରାଜପଥ ପାଶ୍ୱର୍ରେ ଆବଶ୍ୟକକୁ ନେଇ ଡ୍ରେନ୍ ନିର୍ମାଣ ହେଲେ ବାରମ୍ବାର ଜାତୀୟ ରାଜପଥ ଦୂରା ବସ୍ଥାରସୁଧାର ଆସିପାରନ୍ତା । ବିଶେଷ କରି କେନ୍ଦୁଝରରେ ଡିଓ ଷ୍ଟେସନରୁ ଜୁଡିଆ ଘାଟି ଯାଏଁ ରାସ୍ତାର ଉଭୟ ପାଶ୍ୱର୍ରେ ଡ୍ରେନ୍ ନିର୍ମାଣର ଆବଶ୍ୟକତା ଅନୁଭବ କରାଯାଏ । ସେହିପରି ବାଇପାସ୍ ନଳାଘାଟ ସାହି ନିକଟରେ ଜାତୀୟ ରାଜପଥ ବିଭାଗର ଖାମଖିଆଲି ହେତୁ ଡ୍ରେନ୍ ନିର୍ମାଣ ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡିରହିଛି ।

ଏ ନେଇ ପୌର ପ୍ରଶାସନ ଓ ଉପଜିଲ୍ଲାପାଳ ଏନ୍.ଏଚ୍.ଏ.ଆଇ. ବିରୋଧରେ ମକୋଦ୍ଦମା ରୁଜୁ କରିବାକୁ ମତ ପ୍ରକାଶ ପାଏ । ସେହିପରି ପୁରୁଣା ସହର ରୁ ସେଣ୍ଟ୍ରାଲସ୍କୁଲ ଦେଇ ମଣ୍ଡୁଆ ଯାଏଁ ଡ୍ରେନେଜ୍ ନିର୍ମାଣ ହେବାକୁ ଦାବି ହେଉଛି ।

କେନ୍ଦୁଝର ସହରରେ ଅତୀତରେ ଥିବା ପ୍ରଶାସକ ମାନେ ସହରର ସ୍ଥିତିକୁ ଅନୁଧ୍ୟାନ କରି ଜଳ ନିଷ୍ପାସନ ପାଇଁ ପୋଲ ନିର୍ମାଣ କରିଥିଲେ । ବର୍ତ୍ତମାନ ସେସବୁ ପୋଲ ମୁହଁରେ ପୌର ପ୍ରଶାସନର ଖାମଖିଆଲି ମନୋଭାବ ହେତୁ ଜଳ ନିଷ୍ପାସନ ସ୍ଥଳିକୁ ପୋତି ଦିଆଯାଉଥିବା ଦେଖି ମଧ୍ୟ ବିଲେଇ ଆଖି ବୁଜି କ୍ଷୀର ପିଉ ଥିବା ନ୍ୟାୟରେ କାମ କରୁଥିବା ଦୁର୍ଭାଗ୍ୟ ଜନକ ବିଷୟ । ସବୁଠାରୁ ବଡକଥା ଯେ କେନ୍ଦୁଝର ସହରକୁ ବାଲିଯୋଡି ନାଳଏବଂ ଅରଡେଇ ନଦୀ ଜଳ ନିଷ୍କାସନ ନେଇସହାୟତା କରି ଆସୁଛନ୍ତି ଯାହାକି ଅନ୍ୟ ସହରରେ ପ୍ରାକୃତିକ ଉପାୟରେ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା ନାହିଁ ।

LEAVE A REPLY

Please enter your comment!
Please enter your name here