କେନ୍ଦ୍ରାପଡା :  କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ତହସିଲ ଅଧିନ ବଡଫୋଗଳ ଗ୍ରାମରେ ବିଜେ କମଳା ଠାକୁରାଣୀଙ୍କ ଜମି ପଟ୍ଟାରେ ଗ୍ରାମବାସୀଙ୍କ ନାମ ଦର୍ଜ କରିବା ପାଇଁ ଜିଲ୍ଲାପାଳଙ୍କ ଠାରେ ଦାବି କରାଯାଇଛି । ମଙ୍ଗଳବାର କେତେକ ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଚି ଦାବିପତ୍ର ପ୍ରଦାନ କରିଥିଲେ ।

ଦାବି ମୁତାବକ ଠାକୁରାଣୀଙ୍କ ନାମରେ ଥିବା ୮୦ ଡିସିମିଲ ଭୂସମ୍ପତି ସଂପର୍କିତ ପଟ୍ଟାରେ ମାଫର୍ତଦାର ସେହି ଗ୍ରାମର କୁଞ୍ଜ ବିହାରୀ ଶତପଥୀ, ବିନୋଦ ବିହାରୀ ଶତପଥୀ, ପିତା-ନଟବର ଶତପଥୀ ଲେଖା ଥିବାବେଳେ ଗ୍ରାମବାସୀଙ୍କ ନାମ ଉଲେଖ କରାଯାଇ ନାହିଁ । ତେଣୁ ଏହାକୁ ସଂଶୋଧନ କରି ଗ୍ରାମବାସୀଙ୍କ ନାମ ଲେଖିବା ପାଇଁ ପିତାମ୍ବର ବାରିକ, ଭ୍ରମରବର ନାୟକ, ପ୍ରଭଞ୍ଜନ ମିଶ୍ର, ପୁଷ୍ପକ ମଲ୍ଲ, ଉମାକାନ୍ତ ନାୟକ, ଭାଗବତ ଜେନା ପ୍ରମୁଖ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here