କେନ୍ଦ୍ରାପଡା ୧୫/୯(ରବୀନ୍ଦ୍ର ଦାଶ ) – ମହିଳା ସାଥି ନିଯୁକ୍ତି ବାତିଲ କରାଯିବା ପାଇଁ ନିଖିଳ ଓଡିଶା ଗାଁ ସାଥି ସଙ୍ଘ କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଦାବି କରାଯିବା ସହ ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଛି । ୨୦୦୭ମସିହାରେ କେନ୍ଦ୍ର ସରକାର ଯେଊଁ ଆଇନରେ ପ୍ରତ୍ୟେକ ପରିବାର ବର୍ଷକୁ ନିଶ୍ଚିତ ଏକଶହ ଦିନର କାମ ପାଇବେ । କାମ ନପାଇଲେ ଭତ୍ତା ପାଇବ ।

ସଚେତନ ନାଗରିକମାନେ ଆଶା କରିଥିଲେ ଏହି ଯୋଜନା କ୍ରମେ ବୃଦ୍ଧି ହୋଇ ପ୍ରତ୍ୟେକ ପରିବାରର ପ୍ରତ୍ୟେକ ବ୍ୟକ୍ତି ବର୍ଷସାରା କାମ ପାଇବେ , ମାତ୍ର ତାହା ହେଲା ନାହିଁ । ଏହି ଯୋଜନାକୁ ସୁପରିଚାଳନା ପାଇଁ ଦେଶସାରା ପ୍ରତ୍ୟେକ ରାଜସ୍ୱ ଗ୍ରାମରେ ଦୁଇଜଣ ମେଟ ବା ସାଥି ଥିବା ବେଳେ ଓଡିଶା ସରକାର ବିଜ୍ଞାପନ ପ୍ରକାଶ କଲେ ଯେ ମାସିକ ୨ହଜାର ୫ଶହ ଟଙ୍କା ପାରିଶ୍ରମିକରେ ୩୫ବର୍ଷରୁ କମ ବୟସର ଓ ସେହି ଗ୍ରାମର ସର୍ବୋଚ୍ଚ ଶିକ୍ଷିତ ଯୁବକ/ଯୁବତୀ ୨ଜଣଙ୍କୁ ନିଯୁକ୍ତି ଦେବାପାଇଁ ଯାହାର ଫଳ ସ୍ୱରୂପ ବ୍ଲକ ମାଧ୍ୟମରେ ଦରଖାସ୍ତ କରି ଶତକଡା ୩୦ ପ୍ରତିଶତ ରୁ ଅଧିକ ମାଷ୍ଟର ଡିଗ୍ରୀ ଓ ୯୦ପ୍ରତିଶତରୁ ଅଧିକ ଗ୍ରାଜୁଏଟ ଏହି ଗାଁ ସାଥିରେ ଓଡିଶା ସରକାରଙ୍କ ଦ୍ୱାରା ଚୟନ ହେଲେ ।

ସେମାନଙ୍କ କାର୍ଯ୍ୟ ହେଲା ସରକାରଙ୍କ ଏମ.ଜି.ଏନ.ଆର.ଇ.ଜି.ଏ.କୁ ପରିଚାଳନା କରିବା ଓ ମାସିକ ସର୍ବନିମ୍ନ ୧୦ଦିନର ପାରିଶ୍ରମିକ ପାଇବା । ପରିବାର ପ୍ରତିପୋଷଣ ପାଇଁ ପାରିବାରିକ ଜରୁରୀ ଆବଶ୍ୟକତା ଥିବାବେଳେ କୋଭିଡ-୧୯ ସାରା ବିଶ୍ୱକୁ କବଳିତ କଲା । ଗତ ମାର୍ଚ୍ଚମାସ ଠାରୁ ଆଜି ପର୍ଯ୍ୟନ୍ତ ରୋଜଗାର ନାହିଁ ସରକାର ଏବେ ୨ଜଣ ଗାଁ ସାଥିଙ୍କୁ ବଂଚିବା ପାଇଁ ସୁଯୋଗ ନଦେଇ ଆଉ ୨ଜଣ ମହିଳାଙ୍କୁ ପ୍ରତି ରାଜସ୍ୱ ଗ୍ରାମରେ ନିଯୁକ୍ତି ଦେବା ପାଇଁ ବିଜ୍ଞାପନ ବାହାର କରିଛନ୍ତି ।

ତୁରନ୍ତ ଏହି ନିଯୁକ୍ତି ବିଜ୍ଞାପନକୁ ପ୍ରତ୍ୟାହାର କରାଯିବା,ଗାଁ ସାଥିମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇ ଖାଲିଥିବା ସରକାରୀ ପଦବୀରେ ନିଯୁକ୍ତି ଦିଆଯିବା,ପ୍ରତ୍ୟେକ ରାଜସ୍ୱ ଗ୍ରାମରେ କରୋନା ପାଇଁ ପ୍ରବାସୀ ଶ୍ରମିକ ଓ ବେକାର ଯୁବକ/ଯୁବତୀମାନଙ୍କୁ ରୋଜଗାର ପାଇଁ ୨ଶହ ଦିନର ଏମ.ଜି.ଏନ.ଆର.ଇ.ଜି.ଏ. କାମ ଯୋଗାଇ ଦିଆଯିବା,ମୋ ବଗିଚା ଭଳି କୃଷି କ୍ଷେତ୍ରରେ ଏମ.ଜି.ଏନ.ଆର.ଇ.ଜି.ଏ.କୁ ସାମିଲ କରାଯାଇ ଗାଁ ସାଥିଙ୍କୁ ମାସିକ ସର୍ବନିମ୍ନ ୭ହଜାର ୫ଶହ ଟଙ୍କା ଦିଆଯାଉ ବୋଲି ସଙ୍ଘ ପକ୍ଷରୁ ଦାବୀ କରାଯାଇଛି । ସଙ୍ଘର ଉପଦେଷ୍ଟା ତଥା ଆଇନଜୀବି ରମଣୀରଞ୍ଜନ ରାଉତରାୟଙ୍କ ନେତୃତ୍ୱରେ ସଙ୍ଘର ରାଜ୍ୟ କାର୍ଯ୍ୟକାରୀ ସଭାପତି ପ୍ରମିଳା ସାମଲ, ଜିଲ୍ଲା ସଭାପତି କ୍ଷୀରୋଦ କୁମାର ଖଟୁଆ, ଜିଲ୍ଲା ସମ୍ପାଦକ ନିତ୍ୟସୁନ୍ଦର ଜେନା, ଜିଲ୍ଲା ଉପସଭାପତି ଉପେନ୍ଦ୍ର ସାହୁ, ଜିଲ୍ଲା ସହସମ୍ପାଦକ ମୁକୁନ୍ଦ ମହାପାତ୍ର ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here