କେନ୍ଦ୍ରାପଡା (ରବୀନ୍ଦ୍ର ଦାଶ ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗଣ୍ଡାଖିଆ ରାସ୍ତାର ଆୟବା ଠାରେ ଏକ ମଟର ସାଇକେଲ ଦୁର୍ଘଟଣାରେ ଜଣେ ପ୍ରାଣ ହରାଇଥିବା ବେଳେ ୨ ଜଣ ଗୁରୁତର ଭାବରେ ଆହତ ହୋଇଥିବା ଜଣା ପଡିଛି ।

ମିଳିଥିବା ସୂଚନା ଅନୁଯାୟୀ ସଦର ଥାନା ଅନ୍ତର୍ଗତ ରବିବାର ଦିନ ୩ଟା ସମୟରେ କ୍ଷିରୋଦ ରାଉତ ଓ ଟୁଲିଆ ସେଠୀ ମଟର ସାଇକେଲରେ ଯାଉଥିବା ସମୟରେ ଅନ୍ୟପଟୁ ଆସୁଥିବା ଜଙ୍କର ପ୍ରଧାନଙ୍କ ସାମ୍ନା ସାମ୍ନୀ ମଟର ସାଇକେଲ ଧକ୍କା ହୋଇଥିଲା ।

ଜଙ୍କର ପ୍ରଧାନ ଘଟଣା ସ୍ଥଳରେ ମୃତୁ୍ୟ ବରଣ କରିଥିବା ବେଳେ କ୍ଷିରୋଦ ଓ ଟୁଲିଆ ଗୁରୁତର ଭାବରେ ଆହତ ହୋଇ କେନ୍ଦ୍ରାପଡା ମୁଖ୍ୟ ଚିକିସôାଳୟରେ ଚିକିସôିତ ହେଉଛନ୍ତି । ସଦର ପୋଲିସ ୨ଟି ଯାକ ମଟର ସାଇକେଲ ଜବତ କରି ଘଟଣାର ତଦନ୍ତ କରୁଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here