କେନ୍ଦ୍ରାପଡା ୮/୯( ରବୀନ୍ଦ୍ର ଦାଶ ) – ନିଖିଳ ଓଡିଶା ଆଶାକର୍ମୀ ସଙ୍ଘ ପକ୍ଷରୁ ପାରିଶ୍ରମିକ ନପାଇବା ପ୍ରତିବାଦରେ ଆସନ୍ତା ୧୦ତାରିଖରେ ଡେରାବିଶି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ କୋଭିଡ – ୧୯ ନିୟମକୁ ଅନୁପାଳନ କରାଯାଇ ଆମରଣ ଅନଶନ କରାଯିବାକୁ ଏକ ପ୍ରସ୍ତୁତି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । ଏହି ଉପଲକ୍ଷେ ଛତାଛକ ନିକଟସ୍ଥିତ ଛତାବଟ ମହାପୁରୁଷଙ୍କ ମନ୍ଦିର ପରିସରରେ ସଙ୍ଘର ସଭାନେତ୍ରୀ ସାଥି ରିନାରାଣୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଏଭଳି ନିଷ୍ପତି ଗ୍ରହଣ କରାଯାଇଥିବା ସୂଚନା ଦିଆଯାଇଛି ।

ଦେଶରେ ମାତୃ ଓ ଶିଶୁ ମୃତୁ୍ୟହାରକୁ କମାଇବା ଜନସାଧାରଣଙ୍କ ସ୍ୱାସ୍ଥ୍ୟ ରକ୍ଷା ପାଇଁ କେନ୍ଦ୍ର ସରକାର ୨୦୦୫ମସିହାରେ ଏନ.ଆର.ଏଚ.ଏମ.ସ୍କିମ ଆରମ୍ଭ କରିଥିଲେ । ଯେଉଁ ସ୍କିମର ଶେଷ କର୍ମଚାରୀ ଭାବେ ଆଶାକର୍ମୀମାନଙ୍କୁ ପ୍ରତ୍ୟେକ ଗାଁରେ ନିଯୁକ୍ତି ଦେଲେ । ଡେଲିଭରୀ, ପୋଷ୍ଟ ଡେଲିଭରୀ, ଇମୁନାଇଜେସନ, ମମତା ଦିବସ, ଗାଁ କଲ୍ୟାଣ ସମିତି, ଫାଇଲେରିଆ, ପୋଲିଓ ପ୍ରଭୃତି କେତେ କ’ଣ ସ୍ୱାସ୍ଥ୍ୟ ଓ ସଚେତନତା କାର୍ଯ୍ୟକ୍ରମ ମାସିକ ବେତନ ନଥାଇ କିଛି ପ୍ରୋସôାହନ ରାଶିରେ ଆଶାକର୍ମୀମାନେ ନିଜ ପରିବାର ଓ ନିଜକୁ ଭୁଲି ଏ ଯୋଜନାକୁ ସଫଳ କଲେ ଯାହା ଫଳରେ କେନ୍ଦ୍ର, ରାଜ୍ୟ ଓ ଜିଲ୍ଲା ଠାରୁ ପ୍ରତ୍ୟେକ ଗାଁରେ ସ୍ୱାସ୍ଥ୍ୟସେବାର ଯଥେଷ୍ଟ ଉନ୍ନତି ହୋଇ ସାରା ବିଶ୍ୱରେ ଆମ ନାମ ଟେକ ରହିଲା ।

ପରବର୍ତ୍ତୀ ପର୍ଯ୍ୟାୟରେ ଏନ.ଏଚ.ଏମ.ହୋଇ କାମ ଅଧିକରୁ ଅଧିକ ଚାଲିଛି । ଏହିପରି ଅବସ୍ଥାରେ କୋଭିଡ-୧୯ ଆସିଲା । ସାରା ବିଶ୍ୱ ମହାମାରୀ ଆମ ଦେଶ -ଆମ ରାଜ୍ୟ – ଆମ ଜିଲ୍ଲାକୁ କବଳିତ କଲାବେଳେ ଆମେ ଆଶାକର୍ମୀମାନେ ସଂସାର ଓ ନିଜକୁ ଭୁଲି କରୋନା ହଟିବ-ଆମେ ଜିତିବୁ ଏହି କଥାକୁ କାର୍ଯ୍ୟକାରୀ କରିବାକୁ ଗଲାବେଳେ କେତେ ଲା‚ନା କେତେ ଅପମାନ ତାର ହିସାବ ନାହିଁ । ମାତ୍ର ଦିନରାତି ଏକାକାର ଗାଁକୁ ବାହାରୁ ଆସୁଥିବା ପ୍ରବାସୀମାନଙ୍କୁ ସଚେତନ କରିବା, କୋଭିଡ ସେଂଟରରେ ଡୁ୍ୟଟି କରିବା, ପଂଚାୟତର ଗାଁ ମାନଙ୍କରେ ସବୁ କାମର ବିନ୍ଧାଣୀ ଆଶାକର୍ମୀର ପାରିଶ୍ରମିକ କଥା ନକହିଲେ ଭଲ । ମାସକୁ ଏକ ହଜାର କରୋନା ପାଇଁ ।

ଏହିପରି ଅତି କଷ୍ଟ ସମୟ ଦେଇ ଆଶାକର୍ମୀମାନେ ଗତି କରୁଥିବା ବେଳେ ଡେରାବିଶି ସି.ଏଚ.ସି.ରେ ସେମାନେ ଯେଉଁ ପ୍ରାପ୍ୟ ପାଉଥିଲେ ଯଥା ୩ବର୍ଷର ବ୍ୟବଧାନରେ ଗାଁ କଲ୍ୟାଣ ସମିତି, ମମତା ଦିବସ, ବିବାହର ୨ବର୍ଷର ବ୍ୟବଧାନ ଇତ୍ୟାଦି । ସେହି ପ୍ରାପ୍ୟରୁ ଆଶାକର୍ମୀଙ୍କୁ ବଂଚିତ କରାଯାଇ ଗତ ଜୁଲାଇମାସରୁ ପ୍ରଦାନ କରାଯାଇନାହିଁ । ଏସମ୍ପର୍କରେ ମେଡିକାଲ ଅଫିସରଙ୍କୁ ସଙ୍ଘ ପକ୍ଷରୁ ବାରମ୍ବାର ଦାବିପତ୍ର ପ୍ରଦାନ କରାଯାଇଥିଲେବି ସେ ସମସ୍ୟାର ସମାଧାନ ପାଇଁ କୈାଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି ।

ତେଣୁ ଚଳିତମାସ ୧୦ତାରିଖରେ ଆଶାକର୍ମୀମାନେ କୈାଣସି କାମ ନକରି ଡେରାବିଶି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର (ସି.ଏଚ.ସି.)ସମ୍ମୁଖରେ ନୀରବରେ କୋଭିଡ ନୀୟମ ପାଳନକରି ଉପବାଶରେ ଅନଶନ କରିବେ ବୋଲି ଏକ ପ୍ରସ୍ତୁତି ବୈଠକରେ ନିଷ୍ପତି ଗ୍ରହଣ କରିଛନ୍ତି । ଏହି ପ୍ରସ୍ତୁତି ବୈଠକରେ ସଙ୍ଘର ଡେରାବିଶି ସିଏଚ.ସି. ସମ୍ପାଦିକା ସାଥି ପୁଷ୍ପଲତା ଦଣ୍ଡପାଟ, ସାଥି କବିତା ମନ୍ତ୍ରୀ, କବିତା ସେଣ, ମଞ୍ଜୁଷା ସ୍ୱାଇଁ, ରାଜ୍ୟ ଉପସଭାପତି ସାଥି ଶଶୀରେଖା ମଲ୍ଲିକ, ସ୍ୱର୍ଣ୍ଣଲତା ପରିଡା, ମମତା ସାହୁ, ନୟନା ରାଉତ, ରେଣୁବାଳା ରାଉତ ଓ ମନ୍ଦାକିନୀ ମଲ୍ଲିକ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here