କେନ୍ଦ୍ରାପଡା ୫/୯( ରବୀନ୍ଦ୍ର ଦାଶ ) -ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ବିପୁଳ ପରିମାଣର ଚୋରା ମଦ ଜବତ ହୋଇଥିବା ସୂଚନା ମିଳିଛି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦେଶରେ ଅବକାରୀ ଅଧିକ୍ଷକ ବାସନ୍ତୀ ପ୍ରଭା ନାୟକଙ୍କ ନେତୃତ୍ୱରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୧୯ଲିଟର ୪୮୦ମିଲିଲିଟର ଚୋରା ବିଦେଶୀ ମଦ ଜବତ କରାଯାଇଛି । ସକାଳ ୭ଟା ଠାରୁ ୧୨ଟା ପର୍ଯ୍ୟନ୍ତ ଏହି ଚଢାଉ କରାଯାଇଥିଲା । ଚାନେ୍ଦାଳର କାକତିଆ ଠାରେ ଚଢାଉ କରାଯାଇ ଧିରେନ ମଲ୍ଲିକଙ୍କ ଠାରୁ ୧୦ଲିଟର ବିଦେଶୀ ଚୋରାମଦ ଜବତ କରାଯିବା ସହ ତାଙ୍କୁ ଗିରଫ କରାଯାଇଥିଲା ।

ଗୁଲନଗର ଗ୍ରାମର ଜଳଧର ସେଠୀଙ୍କ ଠାରୁ ୪ଲିଟର ୬୮୦ମିଲିଲିଟର ବିଦେଶୀ ଚୋରା ମଦ ଜବତ କରାଯାଇ ତାଙ୍କୁ ଗିରଫ କରାଯାଇଛି । ସେହିପରି ନରିଲୋ ଗ୍ରାମର ଗୋକୁଳାନନ୍ଦ ଜେନାଙ୍କ ଠାରୁ ୪ଲିଟର ୮୬୦ମିଲି ଲିଟର ଚୋରା ବିଦେଶୀ ମଦ ଜବତ କରାଯିବା ସହ ତାଙ୍କୁ ଅବକାରୀ ବିଭାଗ ଗିରଫ କରିଥିଲା । ଏହି ଚଢାଉରେ ଅବକାରୀ ବିଭାଗର ସବଇନିସପେକ୍ଟର ସରୋଜ କୁମାର ବାଗ, କନେଷ୍ଟବଳ ସୁନିଲ କୁମାର ମିଶ୍ର, ଜଗନ୍ନାଥ ବେସ୍ରା, ଧର୍ମେନ୍ଦ୍ର ପ୍ରଧାନ, ମହିଳା କନେଷ୍ଟବଳ ଲୁଲୁ ସାହୁ ଓ ବବିତା ନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଗିରଫ ଚୋରାମଦ ବେପାରୀ ୩ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here