କେନ୍ଦ୍ରାପଡା ୪/୯( ରବୀନ୍ଦ୍ର ଦାଶ )- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ପଂଚାୟତରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିନ୍ତ କର୍ମନିଯୁକ୍ତି ଯୋଜନା(ଏମ. ଜି. ଏନ. ଆର. ଇ. ଜି. ଏସ.)ରେ ତରାପୁର-ବାଲିଆ ଆର.ଡି.ରାସ୍ତାର ଉଭୟ ପାଶ୍ୱର୍ରେ ଶୁକ୍ରବାର ପୂର୍ବାହ୍ନରେ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି ।

ଏହି ଉପଲକ୍ଷେ ଭାଗବତପୁର ପଂଚାୟତ ଆନୁକୁଲ୍ୟରେ ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ମୁଖ୍ୟ ଅତିଥି ଓ ବିଡିଓ ସୁଧିର କୁମାର ସିଂ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଗୋଟିଏ ଗୋଟିଏ ବୃକ୍ଷରୋପଣକରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଭାଗବତପୁର ପଂଚାୟତ ସରପଂଚ ଧରଣୀଧର ଦାସ, ସମିତିସଭ୍ୟ ଧିରେନ୍ଦ୍ର କୁମାର ସ୍ୱାଇଁ, ଭରତପୁର ପଂଚାୟତ ସମିତିସଭ୍ୟ ହେମନ୍ତ କୁମାର ବିଶ୍ୱାଳ, ବାଲିଆ ବଜାର କମିଟି ସଭାପତି ପ୍ରମୋଦ କୁମାର ସାହୁ, ଗ୍ରାମରୋଜଗାର ସେବକ ଲିପିକା ଅଗ୍ନିହୋତ୍ରୀ ଓ ପଂଚାୟତ ନିର୍ବାହୀ ଅଧିକାରୀ ଦିପକ କୁମାର ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here