କେନ୍ଦ୍ରାପଡା : କେନ୍ଦ୍ରାପଡା ଟାଉନ ଥାନା ପକ୍ଷରୁ ସହରର ବିଭିନ୍ନ ଅଂଚଳରେ ମଙ୍ଗଳବାର ମାସ୍କ ଚେକିଙ୍ଗ ଅଭିଯାନ କରାଯାଇଛି । ଥାନା ପକ୍ଷରୁ ୪ ଟି ଟିମ୍ ଗଠନ କରାଯାଇ ଇଛାପୁର, ପୁରୁଣା ଓ ନୂଆ ବସଷ୍ଟାଣ୍ଡ, ତିନିମୁହାଣୀ ପ୍ରଭୃତି ଅଂଚଳରେ ମାସ୍କ ପିନ୍ଧି ନଥିବା ବ୍ୟକ୍ତିମାନଙ୍କୁ ତାଗିଦା କରାଯିବା ସହ ଜୋରିମାନା ଆଦାୟ କରାଯାଇଥିଲା ।

କରୋନା କଟକଣାରେ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ ଥିବାବେଳେ କେତେକ ଯୁବକ ଓ ବ୍ୟକ୍ତି ଖାମ ଖିଆଲିରେ ଏହା ପିନ୍ଧୁ ନଥିବା ଦେଖାଯାଇ   ଥିଲା । ତେବେ ପୋଲିସ ଯାଂଚ କଡାକଡି କରାଗଲେ ସମସ୍ତେ ସଚେତନ ହୋଇ ପାରିବେ ରିପୋର୍ଟ ଲେକା ହେଲା ବେଳକୁ ଚେକିଂ ଚାଲୁ ଥିବାରୁ କେତେ ଟଙ୍କା ଜୋରିମାନା ଅଦାୟ ହୋଇଛି ତାହା ଜଣା ପଡିନାହିଁ ।

LEAVE A REPLY

Please enter your comment!
Please enter your name here