ଭୁବନେଶ୍ୱର : ଢେଙ୍କାନାଳ ଜିଲା କୁଆଳ ସ୍ଥିତ କନକେଶ୍ୱର ମହାଦେବ ମନ୍ଦିର ଏଏସଆଇ ରକ୍ଷାଣବେକ୍ଷଣ କାମର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ମନ୍ଦିରର ମୂଳ ଭିତିଭୂମି ମରାମତି ସହ ଏହି ମନ୍ଦିର ସୁରକ୍ଷିତ ରଖିବା ପାଇଁ ଏଏସଆଇ ଦାୟିତ୍ୱ ହାତକୁ ନେଇଛି । ଏଏସଆଇ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏହି କାମର ଶୁଭାରମ୍ଭ କରିଛନ୍ତି ଶ୍ରୀ ପ୍ରଧାନ । ଦେଶର ସ୍ୱାଧୀନତା ସଂଗ୍ରାମର ମହାନ୍ ଯୋଦ୍ଧା ତୀର୍ଥବାସୀ ସାହୁଙ୍କର ପ୍ରତିମୂର୍ତିକୁ ଲୋକାର୍ପଣ କରିଥିଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ।ଏହି ଅବସରରେ ଶ୍ରୀ ପ୍ରଧାନ ଏକ ରୋଡ ସୋ ରେ ଯୋଗଦେଇ ଅଂଚଳ ପରିକ୍ରମା କରିଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପର୍ଜଙ୍ଗର କୁଆଳ ର ଅଷ୍ଟଶମ୍ଭୁ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଏହାପରେ ଏହାପରେ ପର୍ଜଙ୍ଗର ପାତରପଦାରେ ଜନତାଙ୍କୁ ସମ୍ଭୋଧିତ କରିବା ପରେ ସ୍ଥାନୀୟ ରାମମନ୍ଦିରରେ ଦର୍ଶନ କରିଥିଲେ ।

Loading...

LEAVE A REPLY

Please enter your comment!
Please enter your name here