ଭୁବନେଶ୍ୱର,୨୯ା୧୧ : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ବିଶ୍ୱକପ୍‌ ଆୟୋଜନ ହେବ । ଷ୍ଟାଡିୟମ୍‌ର ଭିତ୍ତିଭୂମି ଏବଂ ଆୟୋଜକଙ୍କ ତପିରତାକୁ ଫିଫା ପ୍ରତିନିଧି ଦଳ ପ୍ରଶଂସା କରିଛି । ଫିଫା ପ୍ରତିନିଧି ଦଳର ମୁଖ୍ୟ ଅଲିଭର ଭୋଗ୍‌ଟ ଗାଇଡ ଲାଇନ୍‌ ଅନୁଯାୟୀ ଷ୍ଟାଡିୟମ୍‌ ପ୍ରସ୍ତୁତି କାମ ଚାଲିଥିବା ସୂଚନା ଦେଇଛନ୍ତି । ଅଲିଭରଙ୍କ ସହ ରାଜ୍ୟ କ୍ରୀଡା ସଚିବ ବିଶାଲ ଦେବ, ଟୁର୍ଣ୍ଣାମେଣ୍ଟ ଡାଇରେକଫର ରୋମା ଖାନ୍ନା ଓ ଅନ୍ୟାନ୍ୟ ଅଧିକାରୀ କଳିଙ୍ଗ ଷ୍ଟାଡିୟମ୍‌ ମୁଖ୍ୟ ଭେନୁ୍ୟ ବୁଲି ଦେଖିଥିଲେ । ଏହାପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଷ୍ଟାଡିୟମ୍‌ର ଭିତ୍ତିଭୂମିକୁ ନେଇ ସନ୍ତୋଷବ୍ୟକ୍ତ କରିଥିଲେ । ଗତ ୨୬ ତାରିଖରୁ ଫିଫାର ୮ ଜଣିଆ ପ୍ରତିନିଧି ଦଳ ଭାରତଗସ୍ତରେ ଆସିଛନ୍ତି । ଏହି ଟିମ୍‌ ପ୍ରଥମେ କୋଲକାତା, ପରେ ଗୌହାଟୀ ଓ ଶୁକ୍ରବାର ଭୁବନେଶ୍ୱର ଆସିଥିଲେ । ଶନିବାର ଅହମ୍ମଦାବାଦ ଷ୍ଟାଡିୟମ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

LEAVE A REPLY

Please enter your comment!
Please enter your name here