ଜିନ୍ଦଲ ଷ୍ଟିଲ ଏଣ୍ଡ୍ ପାୱାର ଲିମିଟେଡ (ଜେଏସପିଏଲ)ର ରାୟଗଡ ୟୁନିଟ୍ର ନିର୍ବାହୀ ନିର୍ଦ୍ଦେଶକ ତଥା ମୂଖ୍ୟ ଶ୍ରୀ ଦିନେଶ କୁମାର ସରୋଗୀ ପ୍ରତିଷ୍ଠିତ ଅନୁଷ୍ଠାନ ଫେମ୍ ଇଣ୍ଡିଆ ଦ୍ୱାରା ଇଣ୍ଡଷ୍ଟ୍ରିଆଲ ସେକ୍ଟର ପ୍ଲାଟିନମ୍ ବିଭାଗରେ ବେଷ୍ଟ ଡିରେକ୍ଟର (ଶ୍ରେଷ୍ଠ ନିର୍ଦ୍ଦେଶକ) ସମ୍ମାନ ପାଇବା ନିମନ୍ତେ ମନୋନିତ ହୋଇଛନ୍ତି । ଜେଏସପିଏଲ ଅନୁଗୁଳର ମେଗା ଷ୍ଟିଲ ପ୍ଲାଂଟ ସମେତ ବିଭିନ୍ନ ପ୍ରକଳ୍ପର ସଫଳ ରୂପାୟନ ତଥା ନିଜର କର୍ପୋରେଟ ସାମାଜିକ ଦାୟିତ୍ୱ ବିଷୟରେ ନିଜର ଦୃଷ୍ଟିକୋଣ ନିମନ୍ତେ ଏହି ସମ୍ମାନ ପାଇଁ ମନୋନିତ ହୋଇଛନ୍ତି । ଜେଏସପିଏଲର ରାୟଗଡ ୟୁନିଟ୍ର ମୂଖ୍ୟ ଭାବରେ ଦାୟିତ୍ୱ ନେବା ପୂର୍ବରୁ, ଶ୍ରୀ ସରୋଗୀ ଜେଏସପିଏଲର ଅନୁଗୁଳ ୟୁନିଟ୍ ମୂଖ୍ୟ ଭାବରେ ଓଡିଶାର ସର୍ବବୃହତ ତଥା ଆଧୁନିକ ବାର୍ଷିକ ୬ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନା ପ୍ରତିଷ୍ଠା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିଜା ନିର୍ବାହ କରିଥିଲେ । ଓମାନ ଠାରେ ଜେଏସପିଏଲେ ଇସ୍ପାତ କାରଖାନା ପ୍ରତିଷ୍ଠା ଏବଂ ପରିଚାଳନା କ୍ଷେତ୍ରରେ ତାଙ୍କର ବିଶେଷ ଅବଦାନ ରହିଛି । ଭାରତର ଶିଳ୍ପ ଇତିହାସରେ ପ୍ରଥମ ଥର ନିମନ୍ତେ ଏକ ଘରୋଇ କମ୍ପାନୀ ଭାବରେ ଜେଏସପିଏଲ ଭାରତୀୟ ରେଳବାଇକୁ ରେଳ ଯୋଗାଇବା ଥିଲା । ଏହି ରେଳ ଯୋଗାଣର ପ୍ରଥମ ରେକ୍ର ଶୁଭାରମ୍ଭ ଶ୍ରୀ ସରୋଗୀଙ୍କ ନେତୃତ୍ୱରେ ହୋଇଥିଲା । ଏତଦ୍ ବ୍ୟତିତ ବହୁଦିନର ବ୍ୟବଧାନ ପରେ କଂପାନୀ ଲାଭ ଅର୍ଜନ କରିଥିଲା । ଏହି ସବୁ ସଫଳତା ନିମନ୍ତେ ଶ୍ରୀ ସରୋଗୀଙ୍କୁ ଜୁରୀ ଏହି ସମ୍ମାନଜନକ ପୁରସ୍କାର ନିମନ୍ତେ ମନୋନୀତ କରିଥିଲେ । ଆସନ୍ତା ମାର୍ଚ୍ଚ ୨୦୧୯ ରେ ଚଣ୍ଡିଗଡଠାରେ ଆୟୋଜିତ ହେବାକୁ ଥିବା ଏକ ଭବ୍ୟ ସମାରୋହରେ ଶ୍ରୀ ସରୋଗୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ଏହି ପୁରସ୍କାର ଘୋଷଣା ହେବା ପରେ ଶ୍ରୀ ସରୋଗୀ କହିଲେ ଯେ, ଏହି ପୁରସ୍କାର ଜେଏସପିଲଏର କାର୍ଯ୍ୟଧାରା ଓ ଭାବନାର ଏକ ସ୍ୱୀକୃତି । ଜେଏସପିଲ ତାର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲଙ୍କ ସଫଳ ମାର୍ଗଦର୍ଶନ କ୍ରମେ ଆଗ୍ରସର ହୋଇଚାଲିଛି । ଏବେ ସଫଳତାର ଶୀର୍ଷ ଛୁଇଁବା ନିମନ୍ତେ ଜେଏସପିଏଲ ପ୍ରସ୍ତୁତ । ୨୦୧୯ ବର୍ଷ ଜେଏସପିଏଲ ନିମନ୍ତେ ଟର୍ଣ୍ଣଆରାଉଣ୍ଡ ବର୍ଷ ହେବ ବୋଲି ସେ ବିଶ୍ୱାସର ସହ କହିଥିଲେ ।

LEAVE A REPLY

Please enter your comment!
Please enter your name here