ଭାରତୀୟ ରେଳବାଇଠାରୁ ଏକ ଲକ୍ଷ ଟନ୍ ରେଳ ଯୋଗାଇବା ପାଇଁ ପାଇଥିବା ଅର୍ଡରର ୫୫ ପ୍ରତିଶତ ରେଳ ଜିନ୍ଦଲ ଷ୍ଟିଲ୍ ପାୱାର ଲିଃ (ଜେଏସପିଏଲ) ଯୋଗାଇ ସାରିଛି । ଜୁଲାଇ ୨୦୧୮ ରେ, ଭାରତୀୟ ରେଳବାଇର ୨୫୦୦ କୋଟି ଟଙ୍କାର ଗ୍ଲୋବାଲ୍ ଟେଣ୍ଡର ପ୍ରକ୍ରିୟାରେ ୨୦ ପ୍ରତିଶତ ଲମ୍ବା ରେଳ ଯୋଗାଇବା ନିମନ୍ତେ ଅର୍ଡର ହାସଲ କରିଥିଲା । ଏକ ବର୍ଷ ମଧ୍ୟରେ ଭାରତୀୟ ରେଳବାଇକୁ ପ୍ରାୟ ଏକ ଲକ୍ଷ ଟନ୍ର ରେଳ ଯୋଗାଇବା ନିମନ୍ତେ ଏହି ଅର୍ଡର ମିଳିଥିଲା । ବର୍ତମାନ ସୁଧା ୯୭,୦୦୦ ଟନ୍ ମଧ୍ୟରୁ ଆମେ ୫୪,୩୦୨ ଟନ୍ ରେଳ ଯୋଗାଇ ସାରିଛୁ
। ଆସନ୍ତା ଫେବୃଆରୀ ମଧ୍ୟରେ ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ଏହି ଅର୍ଡରକୁ ସମ୍ପୂର୍ଣ୍ଣ କରିବାକୁ ଆମେ ଲକ୍ଷ ରଖିଛୁ ବୋଲି ଜେଏସପିଏଲର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଏନ୍. ଏ. ଅନସାରୀ କହିଛନ୍ତି ।

ସେ ଆହୁରି ମଧ୍ୟ କହିଥିଲେ ଯେ, ଭାରତୀୟ ରେଳବାଇ ସହିତ ସହଭାଗିତାକରି ଦେଶର ଭିତିଭୂମି ବିକାଶରେ ଯୋଗଦାନ କରିଥିବା ପାଇଁ ଜେଏସପିଏଲ ଗୌରବାନ୍ୱୀତ । ମିଡିଆରେ ପ୍ରକାଶ ପାଇଥିବା ଖବର ଅନୁଯାୟୀ ୨୦୧୮-୧୯ ରେ ୧୪ ଲକ୍ଷ ଟନ୍ ଏବଂ ୨୦୧୯-୨୦୨୦ ରେ ୧୭ ଲକ୍ଷ ଟନ୍ ରେଳ ଆବଶ୍ୟକ ବୋଲି ଭାରତୀୟ ରେଳବାଇ
ପକ୍ଷରୁ ସୁଚନା ଦିଆଯାଇଛି । ଭାରତୀୟ ରେଳବାଇକୁ ସେବା ଯୋଗାଇଦେବା ନିମନ୍ତେ ଜେଏସପିଏଲ ସଂପୂର୍ଣ୍ଣ ସକ୍ଷମ ଏବଂ
ପ୍ରସ୍ତୁତ ବୋଲି ଶ୍ରୀ ଅନ୍ସାରୀ କହିଥିଲେ । ଭାରତରେ କେବଳ ୨ଟି କଂପାନୀ ରେଳ ନିର୍ମାଣ କରୁଛନ୍ତି । ଷ୍ଟିଲ୍ ଅଥରିଟି ଅଫ ଇଣ୍ଡିଆ
ପକ୍ଷରୁ ଭିଲାଇ ଇସ୍ପାତ କାରଖାନାରେ ଏହା ନିର୍ମାଣ କରାଯାଉଥିବା ବେଳେ, ଶ୍ରୀ ନବୀନ ଜିନ୍ଦଲଙ୍କ ନେତୃତ୍ୱରେ ଜେଏସପିଏଲ ପକ୍ଷରୁ ଏହାର ରାୟଗଡ କାରଖାନାରେ ଏହା ନିର୍ମାଣ କରାଯାଉଛି ।

LEAVE A REPLY

Please enter your comment!
Please enter your name here