ଜିରାପାଣିରେ ଆଣ୍ଟିଅକ୍ସିଡାଣ୍ଟ୍‌, ଭିଟାମିନ୍‌ ଓ ମିନେରାଲ୍‌ ଅଛି । ଏହା ଖାଦ୍ୟହଜମ ପ୍ରକ୍ରିୟାକୁ ଭଲ କରେ । ପାଚନ ତନ୍ତ୍ରକୁ ସୁସ୍ଥ ରଖେ । କୋଷ୍ଠକାଠିନ୍ୟ, ଗ୍ୟାସ୍‌ ଓ ମର୍ଣ୍ଣିଂ-ସିକ୍‌ନେସ୍‌ ଦୂର କରେ। ଜିରାପାଣିରୁ ଶରୀରକୁ ପ୍ରଚୁର ଆଇରନ୍‌ ମିଳେ । ସେଥିରେ ଭିଟାମିନ୍‌ ଏ ଓ ଭିଟାମିନ୍‌ ସି ବି ରହିଛି । ପ୍ରତିଦିନ ଜିରାପାଣି ପିଇଲେ ଇମିନୁ୍ୟଟି ସିଷ୍ଟମ୍‌ ବଢ଼େ, ଓଜନ ନିୟନ୍ତ୍ରଣରେ ରହେ । ମୋଟା ଲୋକ ସବୁଦିନ ଜିରାପାଣି ପିଇଲେ ଭଲ ନିଦ ହୁଏ । ଜିରାପାଣିରେ ଫାଇବର୍‌ ମିଳେ । ଶରୀରକୁ ହାଇଡ୍ରେଟ୍‌ ରଖେ । ଗିଲାସେ ପାଣିରେ ଦୁଇ ଚାମଚ ଗୋଟା ଜିରା ପକାଇ ଏକ ପାତ୍ରରେ ୧୦ ମିନିଟ୍‌ ଫୁଟାନ୍ତୁ । ସେହି ପାଣିକୁ ସବୁଦିନ ଖାଲି ପେଟରେ ପିଅନ୍ତୁ ।

LEAVE A REPLY

Please enter your comment!
Please enter your name here