ଟୋକିଓ : ଜାପାନ ସଂସଦ ୭୧ ବର୍ଷୀୟ ୟୋଶିହିଦେ ସୁଗାଙ୍କୁ ଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ କରିଛି । ପ୍ରାୟ ୮ବର୍ଷ ପରେ ତାଙ୍କୁ ଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ କରାଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସ୍ଥାନରେ ତାଙ୍କୁ ବଛାଯାଇଛି । ବୁଧବାର ସିଞ୍ଜୋ ଆବେ ତାଙ୍କ ପଦରୁ ଇସ୍ତଫା ଦେବା ପରେ ଦଳ କ୍ୟାବିନେଟର ମୁଖ୍ୟ ସଚିବ ସୁଗାଙ୍କୁ ନିଜର ନେତା ବାଛିଚି । ସୁଗାଙ୍କୁ ୫୩୪ରୁ ୩୭୭ଟି ଭୋଟ ମିଳିଛି ।

ଦୀର୍ଘ ସମୟ ଧରି ଜାପାନର ପ୍ରଧାନମନ୍ତ୍ରୀ ଥିବା ସିଞ୍ଜୋ ଆବେ କୋଲାଇଟିସ ରୋଗରେ ପୀଡ଼ିତ ହେବା ପରେ ନିଜ ପଦରୁ ଇସ୍ତଫା ଦେଇଥିଲେ । ସିଞ୍ଜୋଙ୍କ ଘନିଷ୍ଠ ଥିବା ସୁଗାଙ୍କ ସହ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ତଥା ଶିଗେରୁ ଇଶିବା ଓ ଏଲଡ଼ିପିର ନୀତି ନିର୍ଧାରକ କମିଟି ମୁଖ୍ୟ ଫ୍ୟୁମିଓ କିସିଦାଙ୍କ ସହ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା । ମାତ୍ର ଏଥି​‌ରେ ସୁଗା ବିଜୟୀ ହୋଇଥିଲେ । ସୁଗା ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଆବେଙ୍କର ଅତ୍ୟନ୍ତ ବିଶ୍ଵସ୍ତ ଥିଲେ । ସେ ଆବେଙ୍କର ପରାମର୍ଶଦାତା ଥିଲେ, ସରକାରଙ୍କ ମୁଖପାତ୍ର ଭାବରେ କାର୍ଯ୍ୟ କରିଥିଲେ ।

LEAVE A REPLY

Please enter your comment!
Please enter your name here