ଭୁବନେଶ୍ୱର: ଓଡିଶା ରାଜନୀତିର ପ୍ରବୀଣ ନେତା, ବାଗ୍ମୀ ତଥା ଚାଣକ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଜାନକୀ ବଲ୍ଲଭ ପଟ୍ଟନାୟକ ଆଉ ନାହାଁନ୍ତି । ତାଙ୍କ ପତ୍ନୀ ଜୟନ୍ତୀ ପଟ୍ଟନାୟକ ରାଜନୀତିରୁ ଦୀର୍ଘ ଦିନ ହେଲା ବିଦାୟ ନେଇଛନ୍ତି । କିନ୍ତୁ ତାଙ୍କ ପୁତ୍ର ପୃଥ୍ୱୀ ବଲ୍ଲଭ ପଟ୍ଟନାୟକ ଏବେ ରାଜନୀତିକୁ ଆସିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଏଥିନେଇ ସୁଚନା ମିଳିିବା ପରେ ତାଙ୍କୁ ନେଇ ଚାଲିଛି ଚର୍ଚ୍ଚା । କିନ୍ତୁ ଉଭୟ କେବେହେଲେ ତାଙ୍କ ପୁତ୍ର ପୃଥ୍ୱୀ ବଲ୍ଲଭ ପଟ୍ଟନାୟକ ରାଜନୀତିକୁ ଆଣିନଥିଲେ । କେହି କେବେ ଓଡିଶା ରାଜନୀତିରେ ଜାନକୀ ବଲ୍ଲଭଙ୍କ ପୁଅଙ୍କ ସମ୍ପର୍କରେ ଜାଣିନଥିବେ । ତାଙ୍କୁ ବହୁ ଲୋକ ଚିହ୍ନି ନଥିବେ । ସମ୍ପର୍କୀୟଙ୍କୁ ଛାଡିଦେଲେ ବାହାର ଲୋକ କେହି ତାଙ୍କୁ ଜାଣିବି ନାହାଁନ୍ତି । କାରଣ ଅନ୍ୟ ରାଜନେତାଙ୍କ ଭଳି ସ୍ୱର୍ଗତ ପଟ୍ଟନାୟକ ମଧ୍ୟ ପୁଅ କିମ୍ବା ଝିଅକୁ ରାଜନୀତିକୁ ଆଣୁନଥିଲେ କିମ୍ବା ସାମିଲ କରିନଥିଲେ । ଏହି ଘଟଣା ହଠାତ୍ ଚର୍ଚ୍ଚାକୁ ଆସିିଲା ପରେ ସମସ୍ତେ ଚକିତ ହୋଇଛନ୍ତି । ଏକଥା ବି ଅନେକଙ୍କ ମନରେ ପ୍ରଶ୍ନ ଆସୁଛି ସତରେ କଣ ସ୍ୱର୍ଗତ ପଟ୍ଟନାୟକଙ୍କ ରାଜନୀତିକୁ ଆସିବେ । ଯଦି ସେ ରାଜନୀତିକୁ ଆସନ୍ତି ତେବେ କେଉଁ ଦଳରେ ସାମିଲ ହେବେ, ତାହା ମଧ୍ୟ ବଡ ପ୍ରଶ୍ନ । ସ୍ୱର୍ଗତ ପଟ୍ଟନାୟକ କଂଗ୍ରେସ ରାଜନୀତିରେ ବହୁ ଘାତ ପ୍ରତିଘାତ ଦେଇ ଗତି କରିଥିଲେ ମଧ୍ୟ କେବେ ଦଳ ଛାଡି ନାହଁନ୍ତି କିମ୍ବା ଦୂରେଇ ଯାଇ ନାହଁନ୍ତି । କିନ୍ତୁ ଇତି ମଧ୍ୟରେ ରାଜନୀତିରେ ବହୁ ପରିବର୍ତ୍ତନ ଘଟିଛି । ତାଙ୍କ ପୁଅ ୟେ କଂଗ୍ରେସରେ ସାମିଲ ହେବେ ତାହା ମଧ୍ୟ କହିବା କଷ୍ଟକର । କାରଣ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କେବଳ ଦଳର ରାଜ୍ୟ ମୁଖିଆ ନୁହଁନ୍ତି ପରିବାରର ଜଣେ ସଦସ୍ୟ । ତାଙ୍କ ପ୍ରତିକ୍ରିୟା ହେଉଛି ପୃଥ୍ୱୀ ବଲ୍ଲଭ ରାଜନୀତିକୁ ଆସିବା ସମ୍ପର୍କରେ ଆଗ୍ରହ ପ୍ରକାଶ କରିବା ନେଇ ସେ କିଛି ଜାଣି ନାହାଁନ୍ତି ।
ଚର୍ଚ୍ଚା ଆସିଛି ପୃଥ୍ୱୀ ବଲ୍ଲଭ ଯେତେବେଳେ ରାଜନୀତିରେ ରୁଚି ରଖିବା ନେଇ ମତ ପୋଷଣ କରିଛନ୍ତି । ସେ କହିଛନ୍ତି ରାଜନୀତିକୁ ଆସିବା ନେଇ ଏ ଯାଏଁ କିଛି ସ୍ଥିର କରି ନାହାନ୍ତି କିନ୍ତୁ ଯଦି ନିର୍ବାଚନ ଲଢିବେ ବୋଲଗଡ- ବେଗୁନିଆରୁ ଲଢିବେ । କଂଗ୍ରେସରୁ ଲଢିବେ କି ବୋଲି ପ୍ରଶ୍ନ ଆସିବାରୁ ସେ କହିଛନ୍ତି କଂଗ୍ରେସ କର୍ତ୍ତୃପକ୍ଷ ତାଙ୍କୁ କିଛି ପ୍ରସ୍ତାବ ଦେଇନାହାନ୍ତି । ଏଣୁ ସେ କେଉଁ ଦଳରୁ ଲଢିବେ ତାହା ସ୍ପଷ୍ଟ କରିନାହାନ୍ତି । ଏହି ଘଟଣାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ପୃଥ୍ୱୀ ବଲ୍ଲଭ ତାଙ୍କୁ ଏ ବିଷୟରେ କିଛି କହି ନାହାନ୍ତି କି ସେ ଏ ବିଷୟରେ କିଛି ଜାଣି ନାହାନ୍ତି ।
ଯଦି ଲଢିବେ ବେଗୁନଆରୁ ଲଢିବେ ବୋଲି କହି ପରୋକ୍ଷରେ ସେ ରାଜନୀତି ପ୍ରତି ମନବଳାଉଥିବା କଥା କୁହାଯାଉଛି । କାରଣ ବେଗୁନିଆ ହେଉଛି ତାଙ୍କ ପିତା ଜାନକୀ ବଲ୍ଲଭଙ୍କ ବିଧାନସଭା ନିର୍ବାଚନ ମଣ୍ଡଳୀ ଥିଲା । ଏଣୁ ପିତାଙ୍କ ନିର୍ବାଚନ ମଣ୍ଡଳୀରେ ଲଢିବା ପାଇଁ ତାଙ୍କର ଇଚ୍ଛା ରହିଛି ।

LEAVE A REPLY

Please enter your comment!
Please enter your name here