ଜଳେଶ୍ୱର : ରାଇବଣିଆର ବୃଷ୍ଟିପୃଷ୍ଟ ଅଂଚଳଭାବେ ପରିଚିତ ପଂଚାୟତ ମାନଙ୍କ ମଧ୍ୟରୁ ୨ଟି ପଞ୍ଚାୟତର ୫ଟି ଗାଁକୁ ଏହି ଯୋଜନାରେ ଅର୍ନ୍ତଭୁକ୍ତ କରାଯାଇଛିା ଫଳରେ ଏହି ଗାଁ ଗୁଡିକରେ ଗାଈ, ଛେଳି, ମାଛଚାଷ ଓ ଧାନଚାଷ କରୁଥିବା ଚାଷୀମାନଙ୍କୁ ପ୍ରାସôାହନ ଲାଗି ହେକ୍ଟର ପ୍ରତି ୨୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି ।

ରାଇବଣିଆ ଏକ ପାହାଡିଆ ଉଚ୍ଚ ସ୍ଥାନ ବୋଲି ବିବେଚିତ । ଏହି ଥାନା ଅନ୍ତର୍ଗତ ୧୪ ପଂଚାୟତ ମଧ୍ୟରୁ ପ୍ରାୟ ୬ଟିରେ ପଥୁରିଆ, ଶକ୍ତ ମାଟିଯୋଗୁଁ ଚାଷ ହୋଇପାରେ ନାହିଁ । ତେଣୁ ସେ ଗୁଡିକ ମଧ୍ୟରୁ କାଳିକ ଓ ଶ୍ୟାମନଗର ପଂଚାୟତର କାଳିକ, ଭଦୁଆ, ଶ୍ୟାମନଗର, ବେଗୁନିଆ, ଚନ୍ଦରପୁର-କାନପୁର ଗାଁକୁ ଏହି ଯୋଜନାରେ ସାମିଲ କରାଯାଇଛି । ଏହି ଯୋଜନା ମଧ୍ୟରେ କୃଷି, ଗାଈ, ଛେଳି ଓ ପୋଖରୀ ମାଛଚାଷରେ ପୋ୍ରସôାହନ ଯୋଗାଇବାର ବ୍ୟବସ୍ଥା ରହିଛି ।

ମୃର୍ତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗ ପକ୍ଷରୁ କୃଷକ ମାନଙ୍କୁ ସହାୟତା କରିବାଲାଗି ଏପରି ଯୋଜନାର ଆଜି କାଳିକସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ଉଦ୍ଘାଟିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୃର୍ତ୍ତିକା ସଂରକ୍ଷଣ ଅଧିକାରୀ ରଶ୍ମିରଂଜନ ପାତ୍ର ଏଥିରେ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥିଭାବେ ବିଧାୟକ ଅଶ୍ୱିନୀ କୁମାର ପାତ୍ର ଯୋଗ ନେଇ ରାଇବଣିଆ ମାଟି ପଥୁରିଆ, ଶକ୍ତ ଓ ଶୁଷ୍କ ହୋଇଥିଲେ ମଧ୍ୟ ଖମ୍ବଆଳୁ, ସପୁରି, ରୁଦ୍ରାକ୍ଷ ଇତ୍ୟାଦି ଭଲ ଚାଷ ହେବା ସହିତ, ଘାସ, ମକା, ପନିପରିବା,ମାଛଚାଷ, ଛେଳି ଚାଷ, ଗାଈ ଚାଷ ଓ ଧାନ ଚାଷ ହୋଇପାରୁଥିବାରୁ ସେମାନଙ୍କୁ ପ୍ରୋସôାହନ ରାଶି ଦିଆଯାଉଥିବାର କହିଥିଲେ । ପ୍ରଥମ ପର୍ଯ୍ୟାୟରେ ୭୧ଜଣ ଚାଷୀଙ୍କ ମଧ୍ୟରୁ ୬୮ଜଣଙ୍କୁ ୨୦ହଜାର ଲେଖାଏଁ ମିଳିଥିବାର ପ୍ରମାଣ ପତ୍ର ପ୍ରଦାନ କରିଥିଲେ ।

ମୁଖ୍ୟବକ୍ତାଭାବେ ପ୍ରକଳ୍ପ ଅଧିକାରୀ ବିଚିତ୍ର ନାରାୟଣ ମନ୍ତ୍ରୀ ଯୋଗ ଦେଇ ବାଲେଶ୍ୱର ଜିଲାରେ ଏଭଳି ଯୋଜନା ପ୍ରଥମକରି ରାଇବଣିଆ ଅଂଚଳର ୨ଟି ପଂଚାୟତରେ ଶୁଭାରମ୍ଭ ହୋଇଥିବା ବେଳେ ଓଲମରା ଓ ସର୍ଦ୍ଧାରବନ୍ଧ ଅଂଚଳକୁ ସାମିଲ କରାଯିବ ବୋଲି ସେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜଳେଶ୍ୱର କୃଷିଜିଲ୍ଲା ଅଧିକାରୀ ଅନ୍ତର୍ଯ୍ୟାମୀ ଧିର, ପ୍ରାଣୀଚିକିସôକ ସୁନିଲ କୁମାର ଭୂୟାଁ, ଅତିରିକ୍ତ ପ୍ରାଣୀଚିକିସôକ ବିଶ୍ୱନାଥ ପୃଷ୍ଟି, ରାଇବଣିଆ ପ୍ରାଣୀଚିକିସôକ ଶୁଭସ୍ମିତା ଦାସ, ମସô୍ୟ ଅଧିକାରୀ ମହମ୍ମଦ ଫିରୋଜ ପ୍ରମୁଖ ଯୋଜନା ସଂପର୍କରେ ଉପସ୍ଥିତ ଚାଷୀମାନଙ୍କୁ ପ୍ରଶିକ୍ଷଣ ଓ ଯୋଜନା ସଂପର୍କରେ କହିଥିଲେ । କାଳିକ ସରପଂଚ ବିଜୟ କୁମାର ବେହେରା, ସମିତି ସଦସ୍ୟା ମାମି ପାତ୍ର, ଜିଲ୍ଲାପରିଷଦ ସଦସ୍ୟା ମାନିନୀ ପ୍ରମାଣିକ, ଶ୍ୟାମନଗର ସରପଞ୍ଚ ସସ୍ମିତା ପାତ୍ର, ସମିତି ସଦସ୍ୟ ଲକ୍ଷ୍ମଣ ପାତ୍ର ଉପସ୍ଥିତ ଥିଲେ । ଏହି କାର୍ଯକ୍ରମକୁ ସମାଜସେବୀ ଗଂଗାଧର ଦାସ ପରିଚାଳନା କରିଥିଲେ

LEAVE A REPLY

Please enter your comment!
Please enter your name here