ଜଳେଶ୍ୱର-୧୦/୦୧ : ଜଳେଶ୍ୱର ବ୍ଲକ ଚମାରଗାଁ ପଂଚାୟତ ଅନ୍ତର୍ଗତ ଚମାରଗାଁ ଗ୍ରାମରେ ରବିବାର ଜଳେଶ୍ୱର କଂଗ୍ରେସ ତରଫରୁ ଏକ ବନ୍ଧୁମିଳନ ଓ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି । ଦଳର ଜିଲ୍ଲା ସଭାପତି ସଂଜୀବ ଗିରିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବାଲେଶ୍ୱର ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି,ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ,ପୂର୍ବତନ ପିସିସି ସମ୍ପାଦକ ଅଜିତ ଜେନା,ଭୋଗରାଇ ବିଧାୟକ ପ୍ରାର୍ଥୀ ସତ୍ୟଶିବ ଦାସ,ବସ୍ତା ବିଧାୟକ ପ୍ରାର୍ଥୀ ବିଜନ ନାୟକ,ଜଳେଶ୍ୱର ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ ପ୍ରମୁଖ ଯୋଗଦେଇ ଉଭୟ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଓ ବିଜେଡି ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ ।ଏହି ଦୁଇ ଦଳର ନେତୃବୃନ୍ଦ ଗରିବ,ଖଟିଖିଆ,ମଜଦୁର ଲୋକଙ୍କ ଦୁଃଖସୁଖ ତଥା ସମସ୍ୟା ନବୁଝି ପୁଂଜିପତି ଓ ଶିଳ୍ପପତିଙ୍କ ଉପରେ ଅନୁକମ୍ପା ଦେଖାଇ ତାଙ୍କ ପୁଂଜି ବଢ଼ାଇବାରେ ଲାଗିଛନ୍ତି । ଏଣିକି କଂଗ୍ରେସ ପୁଂଜିବାଦ୍ ରାଜନିତୀକୁ ବରଦାସ୍ତ ନକରି ଲୋକଙ୍କ ହକ୍ ପାଇଁ ଲଢ଼େଇ ଆରମ୍ଭକରିବ ବୋଲି ଉକ୍ତ ସଭାରେ ଉପସ୍ଥିତ ନେତୃବୃନ୍ଦ ଶତାଧିକ କର୍ମୀମାନଙ୍କ ସମ୍ମୁଖରେ ହୁଂକାର ଦେଇଥିଲେ ।
ଆଗାମୀ ଟାଉନ୍,ପଂଚାୟତ ଓ ବିଧାନସଭା ନିର୍ବାଚନରେ କଂଗ୍ରେସ ପୂର୍ବଭଳି ଶାସନକୁ ଫେରିବ ବୋଲି ନେତୃବୃନ୍ଦ ସମେତ କର୍ମୀମାନେ ନବବର୍ଷରେ ସଂକଳ୍ପ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବସ୍ତା କଂଗ୍ରେସ ନେତା ସତ୍ୟନାରାୟଣ ଗୁପ୍ତା,ସୂର୍ଯ୍ୟ ଘୋଷ,ଜଳେଶ୍ୱର ଟାଉନ୍ ସଭାପତି ଅବଦୁଲ ରିୟାଜ ଖାଁ,ସତ୍ୟସୁନ୍ଦର ଦାସ,ପୁର୍ଣ୍ଣଚନ୍ଦ୍ର ମହାନ୍ତି,ସୁଶାନ୍ତ ଦେ,ଗୈାରାଂଗ ମହାପାତ୍ର,ମଧୁସୂଦନ ଗାନ୍ଧୀ,ଯୁବନେତା ପଦ୍ମଲୋଚନ ବେହେରା,ଗତିକୃଷ୍ଣ ଦଳାଇ,ବିରଂଚି ଭୂୟାଁ,ସୁଧାଂଶୁଶେଖର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଚମାରଗାଁ ପଂଚାୟତର ପୂର୍ବତନ ସରପଂଚ ହେମନ୍ତ ଗିରିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ସଭା ପରିଚାଳନା ହୋଇଥିଲା ।
ଆଜିର ଏହି ମିଶ୍ରଣ ପର୍ବରେ ନଛିମପୁର ପାଂଚୟତର ପୂର୍ବତନ ସରପଂଚ ତଥା ସିପିଏମ ନେତା କମ୍ରେଡ୍ ସୁଦାମ ଚରଣ ପାତ୍ର,ଅକ୍ଷୟ ଜେନା,ସରସ୍ୱତୀ ଗିରି,ସୁଜିତ ଜେନା,ରମାକାନ୍ତ ଜେନା,ସେଖ କମିରୁଦ୍ଦିନ ପ୍ରମୁଖ ଶତାଧିକ କର୍ମୀ ତଥା ନେତୃବୃନ୍ଦ ବିଭିନ୍ନ ଦଳ ଛାଡ଼ି କଂଗ୍ରେସ ଦଳରେ ମିଶିଥିଲେ । ସେମାନଙ୍କୁ ପୁଷ୍ପଗୁଚ୍ଛ,ଦଳୀୟ ଉତ୍ତରୀୟ ଓ ଟୋପି ଦେଇ ଦଳକୁ ସ୍ୱାଗତ କରିଥିଲେ ବିଧାୟକ ତାରାପ୍ରସାଦ ବାହିନୀପତି ଓ ନେତା ନବଜ୍ୟୋତି ପଟ୍ଟନାୟକ । ସଭା ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ନେତା ଦେବ ନନ୍ଦୀ