ଉଦୟଗିରି : ଯାଜପୁର ଜିଲ୍ଲା ବରୀ ବ୍ଲକ ସ୍ଥିତ ଅଭିମନ୍ୟୁ ସାମନ୍ତ ସିଂହାର ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଧିର ରାଉତ ଙ୍କ ଏକା ସମୟରେ ଦୁଇ ସ୍ଥାନରେ ଜାଲ ନିଯୁକ୍ତି ଗୁମର ଖୋଲିଛି । ତଦନ୍ତ ବାଟବଣା କରିବାକୁ ଶ୍ରୀ ରାଉତ ଓ ତାଙ୍କ ଭାଇ ତଥା ମୁକ୍ତଦେବୀ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ରାଉତ କରିଥିବା ସମସ୍ତ ଚେଷ୍ଟା ଫେଲ ମାରିଛି । ଶ୍ରୀ ରାଉତ ଜାଲିଆତି କରି ନିଯୁକ୍ତି ପାଇଥିବା ପ୍ରମାଣ ପାଇଛି ଉଚ୍ଚଶିକ୍ଷା ବିଭାଗ । ଏହି ଅଭିଯୋଗ ଉପରେ ତଦନ୍ତ କରୁଥିବା ଉଚ୍ଚଶିକ୍ଷା ବିଭାଗର ଏକ ଚାରିଜଣିଆ କମିଟି ଶ୍ରୀ ରାଉତ ଙ୍କ ଦରମା ବନ୍ଦ କରିବା ସହିତ କାହିଁକି ତାଙ୍କର ବ୍ଲକ ଗ୍ରାଣ୍ଟ ପ୍ରତ୍ୟାହାର କରାନଯିବ ସେଥି ପାଇଁ କାରଣ ଦର୍ଶାଅ ନୋଟିସ ଜାରି କରିବାକୁ ଉଚ୍ଚଶିକ୍ଷା ବିଭାଗକୁ ସୁପାରିଶ କରିଛନ୍ତି । ସୂଚନା ଯୋଗ୍ୟ ଯେ ଏବେ ଶ୍ରୀ ରାଉତ ୧୨/୭/୯୭ ରେ ମୁକ୍ତାଦେବୀ ସଂସ୍କୃତ ମହାବିଦ୍ୟାଳୟରେ ନିଯୁକ୍ତି ପାଇ ୧୭/୭/୯୭ ରେ ଏହି ମହାବିଦ୍ୟାଳୟରେ ଜଣେ ଇତିହାସ ବିଭାଗର ଅଧ୍ୟାପକ ଭାବେ କାର୍ଯ୍ୟରେ ଯୋଗଦେଇଥିଲେ ଏବଂ ୨୦୦୧ ରୁ ୨୦୦୮ ପର୍ଯ୍ୟନ୍ତ ସେ ଏହି ମହାବିଦ୍ୟାଲୟର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଥିଲେ ପରେ ସେଠାରୁ ଇସ୍ତଫା ଦେଇଥିଲେ । ତେବେ ଏହି ସମୟ ମଧ୍ୟରେ ୨୭/୪/୧୯୯୨ ମସିହାରେ ସେ ମଧ୍ୟ ଅଭିମନ୍ୟୁ ସାମନ୍ତ ସିଂହାର ମହାବିଦ୍ୟାଳୟରେ ଇତିହାସ ବିଭାଗର ଅଧ୍ୟାପକ ଭାବେ ମଧ୍ୟ ଯୋଗଦେଇଥିଲେ ଏବଂ ୨୦୦୮ ରୁ ସେ ବ୍ଲକ ଗ୍ରାଣ୍ଟ ହାତେଇଥିଲେ ।

ଶ୍ରୀ ରାଉତ ବରିଷ୍ଠତା ଦୃଷ୍ଟିରୁ ୨୦୧୬ ଠାରୁ ଅଭିମନ୍ୟୁ ସାମନ୍ତ ସିଂହାର ମହାବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ୱ ତୁଲାଉଛନ୍ତିା ତେବେ ଏକା ସମୟରେ ଦୁଇଟି ସ୍ଥାନରେ ନି୍ୁକ୍ତି କୁ ନେଇ ତାଙ୍କ ନାମରେ ଅଭିଯୋଗ ହୋଇଥିଲା । ଏନେଇ ଉଚ୍ଚଶିକ୍ଷା ବିଭାଗ ନିକଟରେ ଅଭିଯୋଗ ହେବା ପରେ ବିଭାଗ ପକ୍ଷରୁ ନିର୍ଦେଶକ ଉଚ୍ଚଶିକ୍ଷା ବିଭାଗ, ଉପନିର୍ଦେଶ ଉଚ୍ଚଶିକ୍ଷା ବିଭାଗ, ଆଞ୍ଚଳିକ ନିର୍ଦେଶକ ଉଚ୍ଚଶିକ୍ଷା, ଭୁବନେଶ୍ୱର ଓ ଉପନିର୍ଦେଶକ ଙ୍କୁ ନେଇ ଏକ ଚାରି ଜଣିଆ କମିଟି ଗଠନ କରାଯାାଇ ତଦନ୍ତ ଆରମ୍ଭ ହୋଇଥିଲା । ବର୍ତ୍ତମାନ ସମୟର ମୁକ୍ତଦେବୀ ସଂସ୍କତ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଶ୍ରୀ ରାଉତ ଙ୍କ ଭାଇ ଅଶୋକ ରାଉତ ଙ୍କୁ ସୁଧିର ଙ୍କ ନିଯୁକ୍ତି ବିଷୟରେ ତଥ୍ୟ ପ୍ରଦାନ ପାଇଁ କମିଟି ପକ୍ଷରୁ ନିର୍ଦେଶ ଦିଆଯାଇଥିଲା । ତେବେ ତଦନ୍ତ ବାଟବଣା କରିବାକୁ ମୁକ୍ତଦେବୀ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ସମ୍ପୁର୍ଣ୍ଣ ଚେଷ୍ଟା କରିଥିଲେ । ସେ ତାଙ୍କ ଲିଖିତ ଉତ୍ତରରେ ଦର୍ଶାଇଥିଲେ ଯେ ମୁକ୍ତାଦେବୀ ସଂସ୍କୃତ ମହାବିଦ୍ୟାଳୟରେ ନିଯୁକ୍ତି ପାଇଥିବା ସୁଧିର ରାଉତ ମୟୁରଭଞ୍ଜ ଜିଲ୍ଲାର ବାସିନ୍ଦା ଓ ତାଙ୍କର କୌଣସି ରେକର୍ଡ ମୁକ୍ତାଦେବୀ ସଂସ୍କୃତ ମହାବିଦ୍ୟାଳୟରେ ନାହିଁ । ଯାହା କିଛି ରେକର୍ଡ ଥିଲା ତାହା ଫନି ବାତ୍ୟାରେ ନଷ୍ଟ ହୋଇଯାଇଛି ।

ତେବେ ଏପରି ଉତ୍ତର ସମ୍ପୁର୍ଣ୍ଣ ବିଭା୍ରନ୍ତି କର ଫନି ବାତ୍ୟାରେ ଯାଜପୁରରେ ସେପରି କିଛି ପ୍ରଭାବ ନଥିବା ବେଳେ ମୁକ୍ତଦେବୀ ସଂସ୍କୃତ ମହାବିଦ୍ୟାଳୟ ପକ୍କାଘର ଭାଙ୍ଗି ରେକର୍ଡ ନଷ୍ଟ ହେବା ଘଟଣା ମନଗଢା ବୋଲି କମିଟି ପକ୍ଷରୁ ଦର୍ଶାଯାଇଥିଲା । କମିଟି ପକ୍ଷରୁ ଆହୁରି ଦର୍ଶାଯାଇଛି ଯେ ଆଞ୍ଚଳିକ ନିର୍ଦେଶକ ଉଚ୍ଚଶିକ୍ଷା ବିଭାଗ ଭୁବନେଶ୍ୱର କାର୍ଯ୍ୟଳୟ ତଥ୍ୟ ଅନୁଯାୟୀ ୧୯୯୭ ରୁ ୨୦୦୮ ପର୍ଯ୍ୟନ୍ତ ମୁକ୍ତଦେବୀ ସଂସ୍କୃତ ମହାବିଦ୍ୟାଳୟରେ କାର୍ଯ୍ୟରତ ସୁଧିର କୁମାର ରାଉତ ଯାଜପୁର ଜିଲ୍ଲା ସାହସପୁର ର ବାସିନ୍ଦା ସେ ମୟୁରଭଞ୍ଜର ନୁହନ୍ତି । ସେହିପରି ମୁକ୍ତଦେବୀ ପରଚାଳନା କମିଟିର ତକ୍ରାଳୀନ ସମ୍ପାଦକ ପ୍ରପୁଲ ରାଉତ, ଅଧ୍ୟକ୍ଷ ଅଶୋକ କୁମାର ରାଉତ ମଧ୍ୟ ସାହାସପୁର ବାସିନ୍ଦା । ତେବେ ଏହି ଅଭିଯୋଗ ସମ୍ପର୍କରେ ସୁଧିର ରାଉତ ଦାଖଲ କରିଥିବା ସତ୍ୟପାଠରେ ରହିଥିବା ତାଙ୍କର ହସ୍ତାକ୍ଷର ଓ ପୂର୍ବରୁ ମୁକ୍ତଦେବୀ ମହାବିଦ୍ୟାଳୟରେ କାଯ୍ୟରତ ଥିବା ସମୟରେ ତାଙ୍କର ହସ୍ତାକ୍ଷର ସମ୍ପୁର୍ଣ୍ଣ ସମାନ ଏବଂ ଜଣେ ବ୍ୟକ୍ତିଙ୍କର ।

ଏଥି ସହିତ ଉଚ୍ଚଶିକ୍ଷା ବିଭାଗ ନିକଟରେ ରହିଥିବା ଅନ୍ୟ ସମସ୍ତ ଦସ୍ତାବିଜରୁ ଜଣାପଡିଲା କୁ ମୁକ୍ତାଦେବୀ ସଂସ୍କୃତ ମହାବିଦ୍ୟାଳୟରେ ୧୯୯୭ ରୁ ୨୦୦୮ ପର୍ଯ୍ୟନ୍ତ କାର୍ଯ୍ୟରତ ସୁଧିର ରାଉତ ଓ ଅଭିମନ୍ୟୁ ସାମନ୍ତ ସିଂହାର ମହାବିଦ୍ୟାଳୟରେ ୧୯୯୨ ରୁ ଆଜି ଯାଏ କାର୍ଯ୍ୟ କରୁଥିବା ସୁଧର ରାଉତ ଜଣେ ବ୍ୟକ୍ତି । ଏସବୁକୁ ବିଚାର କୁନେଇ ସୁଧିର କୁମାର ରାଉତ ଜାଲିଆତିରେ ନୁଯୁକ୍ତି କରିଥିବା କମିଟି ତାର ରିପୋର୍ଟରେ ଦର୍ଶାଇଛି ।ଏଥି ସହ ଶ୍ରୀ ରାଉତଙ୍କ ଦରମା ବନ୍ଦ କରିବା ସହିତ କାହିଁକି ତାଙ୍କର ବ୍ଲକ ଗ୍ରାଣ୍ଟ ପ୍ରତ୍ୟାହାର କରାନଯିବ କାରଣ ଦର୍ଶାଅ ନୋଟିସ ଜାରି କରିବାକୁ ଉଚ୍ଚଶିକ୍ଷା ବିଭାଗକୁ ସୁପାରିସ କରିଛି । ତେବେ ଏହି ଘଟଣାକୁ ବିଚାରକୁ ନେଇ ଉଚ୍ଚଶିକ୍ଷା ବିଭାଗପକ୍ଷରୁ ଆଞ୍ଚଳିକ ନିର୍ଦେଶକ ଉଚ୍ଚଶିକ୍ଷା ଭୁବନେଶ୍ୱର ଙ୍କୁ ଆଇନ ଅନୁଯାୟୀ ଶ୍ରୀ ରାଉତ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here