କ୍ରିକେଟର୍‌ ଇର୍‌ଫାନ୍‌ ପଠାନ୍‌ ଏବେ ଫିଲ୍ମରେ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି । ଷ୍ଟାଇଲିସ୍‌ ଖଳନାୟକ ଚରିତ୍ରରେ ଇର୍‌ଫାନ୍‌ ପ୍ରଥମଥର ପାଇଁ ସିନେ ଦୁନିଆରେ ପାଦ ଥାପିବେ । ‘ବିକ୍ରମ ୫୮’ ସୁଟିଂର ପ୍ରଥମ ସିଡୁ୍ୟଲ ଶେଷ କରିଥିବା ସେ ଇନ୍‌ଷ୍ଟାଗ୍ରାମ୍‌ରେ ଜଣାଇଛନ୍ତି । ସବୁ ତାମିଲ୍‌ ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଓ ସିନେମାରେ ତାଙ୍କୁ ସମସ୍ତେ ସହଯୋଗ କରିଥିବା ଲାଗି ସେ କୃତଜ୍ଞତା ଜ୍ଞାପନ କରିଛନ୍ତି ।ବିକ୍ରମ ୫୮ ସିନେମାକୁ ଅଜୟ ନାନାମୁଥୁ ନିର୍ଦ୍ଦେଶନା ଦେଉଛନ୍ତି । ଏହା ପୂର୍ବରୁ ଇରଫାନ୍‌ ଫିଲ୍ମର ଏକ ଭିଡ଼ିଓ ସେୟାର କରି କହିଥିଲେ, ‘ନୂଆ କାମ ଓ ନୂଆ ଚାଲେଞ୍ଜ ପାଇଁ ସେ ପ୍ରସ୍ତୁତ ’ । ଏହା ବାଦ୍‌ ସେ ତାଙ୍କ କ୍ରିକେଟ୍‌ ଜୀବନର ଷ୍ଟାଟିସ୍‌ଟିକ୍ସ ମଧ୍ୟ ସେୟାର କରିଥିଲେ । ଏହା ତାଙ୍କ ଅଭିନୟ ଜୀବନର ପ୍ରଥମ ସିନେମା ହୋଇ ଥିବା ବେଳେ ଆଗକୁ ସିନେମାରେ କାମ କରିବା ଜାରି ରଖିବେ । ତେବେ ଇର୍‌ଫାନ୍‌ ଶେଷଥର ପାଇଁ ୨୦୦୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ୍‌ ମ୍ୟାଚ୍‌ ଖେଳି ଥିଲେ ।

LEAVE A REPLY

Please enter your comment!
Please enter your name here