ନୂଆଦିଲ୍ଲୀ,୧୪ା୯(ଏଜେନ୍ସି): ଆଉ ଦିନ କେଇଟାର ବ୍ୟବଧାନ ପରେ ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣ ବିଗୁଲ ବାଜିବ । କରୋନାକୁ ଖାତିର ନକରି ଆଇପିଏଲ୍‌ ସାରାବିଶ୍ୱ କ୍ରିକେଟ୍‌ରେ ପୁଣି ହଟ୍ଟଚମଟ ଦେଖାଇବ । ଅବଶ୍ୟ ଘରୋଇ ମାହୋଲରେ ନୁହେଁ, କିନ୍ତୁ ବିଦେଶ ମାଟିରେ ଆଇପିଏଲ୍‌ ମହକ ଚାରିଆଡେ ଛୁଟିବ । ଗତ ମାସରୁ ଅଂଶଗ୍ରହଣକାରୀ ୮ଟି ଦଳ ୟୁଏଇରେ ସଜବାଜ ଜାରି ରଖିଛନ୍ତି । ଗତ ସଂସ୍କରଣର ମଉଡମଣି ମୁମ୍ବାଇ ଇଣ୍ଡିଆନ୍ସ ତଥା ଉପବିଜେତା ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ମ୍ୟାଚ୍‌ରୁ ଆଇପିଏଲ୍‌ ଆରମ୍ଭ ହେବ ।

ଏଥର ସେପେଫମ୍ବର ୧୯ରୁ ନଭେମ୍ବର ୧୦ ତାରିଖ ଯାଏଁ ୟୁଏଇ ସାଜିବ ମିନି ବିଶ୍ୱ । ବିଶ୍ୱ କ୍ରିକେଟ୍‌ର ଏକାଧିକ କିମ୍ବଦନ୍ତୀ ଆଇପିଏଲ୍‌ ରଣାଙ୍ଗନକୁ ଓହ୍ଲାଇବା ପାଇଁ ପାଗଭିଡା ଶେଷ କଲେଣି । ଖେଳାଳି ପ୍ରସ୍ତୁତ, ଆୟୋଜକ ପ୍ରସ୍ତୁତ, ନବବଧୂ ପରି ସଜେଇ ହେଲାଣି ୟୁଏଇର ଆବୁଧାବୀ, ସାରଝା ଓ ଦୁବାଇ ଷ୍ଟାଡିୟମ୍‌ । ସେପେଫମ୍ବର ୧୯ ଅପେକ୍ଷାରେ ସଭିଏଁ । ଏଥର କରୋନା ପାଇଁ ଆଇପିଏଲ୍‌ ଅବଧି ବଢ଼ିଯାଇଛି । ୫୩ ଦିନ ଧରି ଆଇପିଏଲ୍‌ ମହାସମରରେ ୬୦ଟି ମ୍ୟାଚ୍‌ ଖେଳାଯିବ ।

କେବଳ ବାକି ରହିଲା ଏଥର କେଉଁ ଦଳ ମୁଣ୍ଡରେ ହାତି ସୁନା କଳସ ଢ଼ାଳିବ । ନିରାଡମ୍ବର ଭାବେ ଖେଳାଯିବାକୁଥିବା ଆଇପିଏଲ୍‌କୁ ଦର୍ଶକ ଡିଭି ମାଧ୍ୟମରେ ହିଁ ସିଧାପ୍ରସାରଣ ଦେଖିବେ । ଏଥର ଆଇପିଏଲ ତ୍ରୟୋଦଶ ସଂସ୍କରଣ ଏକାଧିକ ପରିବର୍ତ୍ତନ ସହ ଆରମ୍ଭ ହେବାକୁଯାଉଛି । ଖେଳାଳି ଅଦଳବଦଳଠୁ ଆରମ୍ଭ କରି ଟାଇଟଲ ପ୍ରାୟୋଜକ ପର୍ଯ୍ୟନ୍ତ ପରିବର୍ତ୍ତନ ସମ୍ପର୍କରେ ଜାଣିବା । ୨୦୦୭ ଟି-୨୦ ବିଶ୍ୱକପ୍‌ରେ ଭାରତ ବିଶ୍ୱ ବିଜେତା ବନିବା ପରେ ଆରମ୍ଭ ହୋଇଥିଲା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) । ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ମାନସ ସନ୍ତାନ ଆଇପିଏଲ୍‌ ଇତିମଧ୍ୟରେ ୧୨ଟି ସଂସ୍କରଣ ପୂରଣ କରିସାରିଛି । କିନ୍ତୁ ତ୍ରୟୋଦଶ ସଂସ୍କରଣ ଆରମ୍ଭ ପୂର୍ବରୁ ହିଁ ପ୍ରତିବନ୍ଧକ ସୃଷ୍ଟି ହୋଇଥିଲା । କରୋନା ମହାମାରୀ ହେତୁ ଆଇପିଏଲ୍‌-୧୩ ପାଖାପାଖି ୬ ମାସ ବିଳମ୍ବରେ ଆରମ୍ଭ ହେବାକୁଯାଉଛି । ସୋମବାର ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଚଳିତବର୍ଷ ମାର୍ଚ୍ଚ ୨୯ରେ ଆଇପିଏଲ୍‌ ଆରମ୍ଭ ହେବାରଥିଲା ।

କରୋନା ଯୋଗୁଁ ଆଇପିଏଲ୍‌ ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୧୫ ତାରିଖ ଯାଏଁ ସ୍ଥଗିତ ରଖାଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦି ସାରାଦେଶରେ ଲକ୍‌ଡାଉନ୍‌ ଅବଧି ମେ’ ୩ ଯାଏଁ ବଢ଼ିବ ବୋଲି ଘୋଷଣା କରିଥିଲେ । ତେଣୁ ପର୍ଯ୍ୟାୟକ୍ରମେ ଆଇପିଏଲ୍‌ ସ୍ଥଗିତ ସମୟ ଅବଧି ବଢ଼ିଚାଲିଥିଲା । ହେଲେ ଅଗଷ୍ଟ ୨ରେ ବିସିସିଆଇ କ୍ରିକେଟପ୍ରେମୀଙ୍କୁ ଖୁସି ଖବର ଜଣାଇଥିଲା । ଅଷ୍ଟ୍ରେଲିଆ ଟି- ୨୦ ବିଶ୍ୱକପ୍‌ ବାତିଲ ହେବା କାରଣରୁ ଆଇପିଏଲ୍‌ ଆୟୋଜନ ବାଟ ଫିଟିଥିଲା । କେନ୍ଦ୍ର ସରକାରଙ୍କ ଅନୁମତିକ୍ରମେ ଆଇପିଏଲ୍‌ ସେପେଫମ୍ବର ୧୯ରୁ ନଭେମ୍ବର ୧୦ ତାରିଖ ଯାଏଁ ୟୁଏଇରେ ଖେଳାଯିବ ବୋଲି ଗତ ଅଗଷ୍ଟ ୧୦ ତାରିଖରେ ବିଧିବଦ୍ଧ ଘୋଷଣା ହୋଇଥିଲା । ଚଳିତମାସ ୬ ତାରିଖରେ ବିସିସିଆଇ ଆଇପିଏଲ୍‌ର ନୂଆ ଖେଳସୂଚୀ ଘୋଷଣା କରିଥିଲା ।

କେଉଁ ଦଳରେ କିଏ : 
ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର: ବିରାଟ କୋହଲି, ଏବି ଡିଭିଲିୟର୍ସ, ଦେବଦତ୍ତ ପଡ଼ିକାଲ, ଗୁରୁକିରାତ ସିଂ, ଆରୋନ ଫିଞ୍ଚ, ଶାହାବାଜ ଅହମ୍ମଦ, ଜୋସୁଆ ଫିଲିପ୍‌, ପାର୍ଥିବ ପଟେଲ, ପୱନ ନେଗୀ, ଶିବମ ଦୁବେ, ମୋଇନ ଅଲ୍ଲୀ, ଇସୁରୁ ଉଦାନା, ପୱନ ଦେଶପାଣ୍ଡେ, ଖ୍ରୀଷ୍ଟୋଫର ମୋରିସ୍‌, କେନ୍‌ ରିଚାର୍ଡସନ୍‌, ଡେଲ ଷ୍ଟେନ୍‌, ମହମ୍ମଦ ସିରାଜ, ନବଦୀପ ସାଇନୀ, ଉମେଶ ଯାଦବ, ୱାଶିଂଟନ୍‌ ସୁନ୍ଦର, ୟୁଜଭେନ୍ଦ୍ର ଚହଲ ।

କୋଲକାତା ନାଇଟ ରାଇଡର୍ସ:
ଆନ୍ଦ୍ରେ ରସେଲ, ହାରି ଗୁର୍ନି, କମଲେଶ ନାଗାରକୋଟି, ଲୋକି ଫର୍ଗୁସନ, ନୀତିଶ ରାଣା, ପ୍ରସିଦ୍ଧ କ୍ରିଷ୍ଣା, ରିଙ୍କୁ ସିଂ, ଶୁଭମ ଗିଲ, ସିଦ୍ଦେଶ ଲାଡ, ଇଅନ ମୋର୍ଗାନ, ଟମ୍‌ ବଣ୍ଟନ, ରାହୁଲ ତ୍ରିପାଠୀ, ଦିନେଶ କାର୍ତ୍ତିକ, ନିଖିଲ ସରକାର ନାୟକ, ସୁନୀଲ ନାରିନ, ପାଟ୍‌ କୁମିନ୍ସ, ଶିବମ ମାଭି, ବରୁଣ ଚକ୍ରବର୍ତ୍ତୀ, କ୍ରିସ୍‌ ଗ୍ରୀନ, କୁଲଦୀପ ଯାଦବ, ସନ୍ଦିପ ୱାରିୟର, ପ୍ରବୀଣ ତାମ୍ବେ, ଏମ୍‌ ସିଦ୍ଧାର୍ଥ ।

ରାଜସ୍ଥାନ ରୟାଲ୍ସ :
ରିଆନ୍‌ ପରାଗ, ଶଶାଙ୍କ ସିଂ, ଷ୍ଟିଭସ୍‌ ସ୍ମିଥ୍‌, ରବିନ ଉଥªା, ଡେଭିଡ ମିଲର, ମନନ ଭୋରା, ଜୋଶ ବଟ୍ଟଲର, ସଞ୍ଜୁ ସାମସନ, ଅନୁଜ ରାୱତ, ବେନ୍‌ ଷ୍ଟୋକ୍ସ, ମହିପାଲ ଲୋମରର, ଶ୍ରେୟାସ ଗୋପାଲ, ଯଶଶିଭ ଜୟଶ୍ୱାଲ, ଟମ୍‌ କୁରନ, ଅଙ୍କିତ ରାଜପୁତ, ଜୋଫ୍ରା ଆର୍ଚର, ମୟଙ୍କ ମାର୍କେଣ୍ଡେ, ରାହୁଲ ତିୱାତିଆ, ବରୁଣ ଆରୋନ, ଜୟଦେବ ଉନାଦକଟ, କାର୍ତ୍ତିକ ତ୍ୟାଗୀ, ଆଣ୍ଡ୍ରୁ୍ୟ ଟେ, ଓସାନେ ଥୋମାସ୍‌, ଅନିରୁଦ୍ଧ ଅଶୋକ ଜୋଶୀ, ଆକାଶ ସିଂ ।

ଚେନ୍ନାଇ ସୁପରକିଙ୍ଗ୍ସ:
ଅମ୍ବାତି ରାଇଡୁ, ମନୁ ସିଂ, ମୁରଲୀ ବିଜୟ, ରୁତୁରାଜ ଗାଏକ୍ୱାର୍ଡ, ସୁରେଶ ରାଇନା, ମହେନ୍ଦ୍ର ସିଂ ଧୋନି, ଜଗଦେଶାନ ନାରାୟଣ, ଆଶିଫ କେଏମ୍‌, ଡେ୍ୱðନ ବ୍ରାଭୋ, ଫାଫ ଡୁପ୍ଲେସିସ୍‌, କର୍ଣ୍ଣ ଶର୍ମା, କେଦାର ଯାଦବ, ରବିନ୍ଦ୍ର ଜାଡେଜା, ସେନ ୱାର୍ଟସନ, ସାମ କୁରନ, ଦୀପକ ଚହର, ହରଭଜନ ସିଂ, ଇମ୍ରାନ ତାହିର, ଲୁଙ୍ଗି ଏନ୍‌ଗିଡି, ମିଚେଲ ସଣ୍ଟନର, ସର୍ଦ୍ଦୁଲ ଠାକୁର, ପିୟୂଷ ଚାୱଲା, ଯୋଶ ହାଜଲେଉଡ, ଆର୍‌ ସାଇ କିଶୋର ।

ମୁମ୍ବାଇ ଇଣ୍ଡିଆନ୍ସ:

ରୋହିତ ଶର୍ମା, ଅନମୋଲପ୍ରୀତ ସିଂ, ଅନୁକୂଳ ରଏ, ସର୍ଫାନେ ରଦ୍ଦରଫୋଡ, ସୂର୍ଯ୍ୟକୁମାର ଯାଦବ, କ୍ରିସ୍‌ ଲିନ୍‌, ସୌରଭ ତିୱାରୀ, ଆଦିତ୍ୟ ତାରେ, ଇସାନ କିଷାନ, କ୍ୱିଣ୍ଟନ ଡିକକ୍‌,
ହାର୍ଦ୍ଦିକ ପାଣ୍ଡ୍ୟା, କିରନ ପାଲାର୍ଡ, କ୍ରୁନାଲ ପାଣ୍ଡ୍ୟା, ରାହୁଲ ଚହର, ଦିଗ୍‌ବିଜୟ ଦେଶମୁଖ, ଫ୍ରିନ୍ସ ବଲୱନ ରାୟସିଂ, ଧବଲ କୁଲକର୍ଣ୍ଣି, ଯଶପ୍ରୀତ ବୁମରା, ଜୟନ୍ତ ଯାଦବ, ଲସିଥ ମାଲିଙ୍ଗା, ମିଚେଲ ମ୍ୟାକକ୍ଲିନ୍‌ଘନ, ଟ୍ରେଣ୍ଟ ବୋଲଫ, ନାଥନ କୋଲଟର ନିଲ, ମୋହସିନ୍‌ ଖାନ୍‌ ।ସନରାଇଜର୍ସ ହାଇଦ୍ରାବାଦ :
କେନ୍‌ ୱିଲିୟମ୍‌ସନ୍‌, ଅଭିଶେକ ଶର୍ମା, ଡେଭିଡ ୱାର୍ଣ୍ଣର, ମନୀଷ ପାଣ୍ଡେ, ପ୍ରିୟମ ଗର୍ଗ, ବିରାଟ ସିଂ, ଜନୀ ବେୟାରଷ୍ଟୋ, ଶ୍ରୀଭଟ୍ଟ ଗୌସ୍ୱାମୀ, ରିଦ୍ଧିମାନ ଶାହା, ବିଜୟ ଶଙ୍କର, ମିଚେଲ ମାର୍ସ, ମହମ୍ମଦ ନବୀ, ଫାବିଆନ୍‌ ଆଲିନ, ସନ୍ଦୀପ ବଭନକା, ସଞ୍ଜୟ ଯାଦବ, ଅବଦୁଲ ସମଦ, ବାସିଲ ଥମ୍ପି, ଭୁବନେଶ୍ୱର କୁମାର, ବିଲେ ଷ୍ଟାନଲାକ, ରସିଦ ଖାନ୍ନ, ସନ୍ଦିପ ଶର୍ମା, ସାହାବାଜ ନଦିମ, ସିଦ୍ଧାର୍ଥ କୌର, ସୟଦ ଖଲିଲ ଅହମ୍ମଦ, ଟି ନଟରାଜନ୍‌ ।

ଦିଲ୍ଲୀ କ୍ୟାପିଟାଲ୍ସ:
ସେୟାସ ଆୟର, ଆଜିଙ୍କ୍ୟ ରାହାଣେ, କେମୋ ପଲ, ପୃଥ୍ୱୀ ଶ’, ଶିଖର ଧାୱନ, ସିମରନ ହେଟ୍ଟମେୟାର, ଜାସନ ରଏ, ରିଷଭ ପନ୍ଥ, ଆଲେକ୍ସ କାରେ, ମାର୍କସ ଷ୍ଟୋଇନିସ୍‌, ଲଲିତ ଯାଦବ,
କ୍ରିସ ୱକ୍ସ, ଆଭେସ ଖାନ୍‌, ରବିଚନ୍ଦ୍ରନ ଅଶ୍ୱିନ, ସନ୍ଦିପ ଲାମିଚାନେ, ଅକ୍ଷର ପଟେଲ, ହର୍ସାଲ ପଟେଲ, ଇଶାନ୍ତ ଶର୍ମା, କାଗିସୋ ରବାଡା, ତୁଷାର ଦେଶପାଣ୍ଡେ, ଅମିତ ମିଶ୍ର ।

କିଙ୍ଗ୍ସ ଏକାଦଶ ପଞ୍ଜାବ:
କରୁଣ ନାଏର, ଅର୍ଶଦୀପ ସିଂ, କ୍ରିସ୍‌ ଗେଲ, ଦର୍ଶନ ନାଲକଣ୍ଡେ, ଗୌତମ କ୍ରିଷ୍ଣାªା, ହର୍ଦ୍ଦୁସ ବିଲଜୋଏନ, ହରପ୍ରୀତ ବ୍ରାର, ମୟଙ୍କ ଅଗ୍ରୱାଲ, ନିକୋଲାସ ପୁରନ, ସର୍ଫରାଜ ଖାନ୍‌, ପ୍ରଭାସୀ ରାମ ସିଂ, ଲୋକେସ ରାହୁଲ, ମନଦୀପ ସିଂ, ଗ୍ଲେନ୍‌ ମ୍ୟାକ୍ସେୱଲ, କ୍ରିସ୍‌ ଜୋର୍ଡାନ, ଦୀପକ ହୁଦା, ଜେମ୍ସ ନେସାମ, ତାଜିନ୍ଦର ଧିଳନ, ଈଶାନ ପୋରେଲ, ଜଗଦେଶାନ ସୁଚିତ, ମହମ୍ମଦ ସାମି, ରବି ବିଷ୍ଣୋଇ, ସେଲଡନ୍‌ କଟ୍ରେଲ, ମୁର୍ଗାନ ଅଶ୍ୱିନ ।


୩ ଷ୍ଟାଡିୟମ୍‌ ୬୦ ମ୍ୟାଚ୍‌ :
ସେପେଫମ୍ବର ୧୯ରୁ ନଭେମ୍ବର ୧୦ ତାରିଖ ମଧ୍ୟରେ ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣ ଆୟୋଜିତ ହେବ । ୟୁଏଇର ୩ଟି ଷ୍ଟାଡିୟମ୍‌ ଦୁବାଇ, ସାରଝା ଏବଂ ଆବୁଧାବୀରେ ମ୍ୟାଚ୍‌ ଖେଳାଯିବ । ୫୩ ଦିନ ଧରି ଚ । ଲ ି ବ । କ ୁ ଥ ି ବ । ଆଇପିଏଲ୍‌ରେ ମୋଟ୍‌ ୬୦ଟି ମ୍ୟାଚ୍‌ ଖେଳାଯିବ । କରୋନା ମହାମାରୀ ସକାସେ ବିସିସିଆଇ ଏସ୍‌ଓପି ଅନୁଯାଇ ଆଇପିଏଲ୍‌ ବାୟୋ ସୁରକ୍ଷିତ ବବଲରେ ଖେଳାଯିବ । ଆଇପିଏଲ୍‌ରେ ଭାଗ ନେବା ପାଇଁ ଗତ ଅଗଷ୍ଟ ୨୦ ତାରିଖରୁ ପର୍ଯ୍ୟାୟକ୍ରମେ ସ୍ୱତନ୍ତ୍ର ବିମାନ ଯୋଗେ ୮ଟି ଦଳର ଖେଳାଳି ୟୁଏଇ ପହଞ୍ଚିଥିଲେ । ନିୟମ ଅନୁଯାଇ ସମସ୍ତ ଖେଳାଳି ଓ ଅଫିସିଆଲଙ୍କୁ ୬ ଦିନିଆ ବାଧ୍ୟତାମୂଳକ କ୍ୱାରାଣ୍ଟାଇନ୍‌ରେ ରଖାଯାଇଥିଲା । ଏସମୟ ଅବଧି
ମଧ୍ୟରେ ୩ଥର ସମସ୍ତଙ୍କ କରୋନା ପରୀକ୍ଷା କରାଯାଇଥିଲା । ତେବେ ଚେନ୍ନାଇ ସୁପରକିଙ୍ଗ୍ସ ଦୁଇ ଖେଳାଳିଙ୍କ ସମେତ ମୋଟ୍‌ ୧୩ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା । ଏହାପରେ ୧୪ ଦିନିଆ ବାଧ୍ୟତାମୂଳକ କ୍ୱାରଣ୍ଟାଇନ୍‌ରେ ସେମାନଙ୍କୁ ରଖାଯାଇଥିଲା । ପୁଣି ୩ଥର କରୋନା ଟେଷ୍ଟ ପରେ ରିପୋର୍ଟ ନେଗେଟିଭ ଆସିବାରୁ ପରିସ୍ଥିତି ସ୍ୱଭାବିକ ହୋଇଛି । ତେଣୁ ଚେନ୍ନାଇ ସୁପରକିଙ୍ଗ୍ସର ଦୁଇ ବରିଷ୍ଠ ଖେଳାଳି ସୁରେଶ ରାଇନା ଓ ହରଭଜନ ସିଂ ଘରୋଇ ସମସ୍ୟା ଦର୍ଶାଇ କରୋନା ଭୟରେ ଦୁବାଇରୁ ଭାରତ ଫେରି ଆସିଥିଲେ । ଅର୍ଥାତ ଏହି ଦୁଇ ଖେଳାଳି ଚଳିତ ଆଇପିଏଲ୍‌ ଖେଳିବେ ନାହିଁ ।

ହାତ ଛାଡିଲା ଭିଭୋ:
ଡ୍ରିମ୍‌ ଏକାଦଶ ନୂଆ ପ୍ରାୟୋଜକ ଆଇପିଏଲ୍‌ ଟାଇଟଲ ପ୍ରାୟୋଜକ ଚୀନ୍‌ର ମୋବାଇଲ ପ୍ରସ୍ତୁତକାରୀ କମ୍ପାନୀ ଭିଭୋ ତ୍ରୟୋଦଶ ସଂସ୍କରଣରୁ ହଟିଯାଇଛି । ବିସିସିଆଇ ସହ ୨୦୨୨ ପର୍ଯ୍ୟନ୍ତ ଭିଭୋ ଟାଇଟଲ ପ୍ରାୟୋଜକ ରହିବ ବୋଲି ଚୁକ୍ତି ହୋଇଥିଲା । କରୋନା ଯୋଗୁଁ ମାନ୍ଦାବସ୍ଥା ତଥା ଭାରତ-ଚୀନ ସୀମାରେ ଉତ୍ତେଜନା କାରଣରୁ ଭିଭୋ ତ୍ରୟୋଦଶ ସଂସ୍କରଣର ଟାଇଟଲ ପ୍ରାୟୋଜକ ରହିବ ନାହିଁ ବୋଲି ବିସିସିଆଇକୁ ଜଣାଇଥିଲା । ତେଣୁ ଗତ ଅଗଷ୍ଟ ୧୮ ତାରିଖରେ ଅନ୍‌ଲାଇନ୍‌ ଏଜୁକେସନ୍‌ ଟେକ୍ନୋଲୋଜି କମ୍ପାନୀ ଡ୍ରିମ୍‌ ଏକାଦଶକୁ ଗୋଟିଏ ସଂସ୍କରଣ ପାଇଁ ଟାଇଟଲ ଅଧିକାର ମିଳିଛି । ଅର୍ଥାତ୍‌ ଏଥର ଆଇପିଏଲ୍‌ ଡ୍ରିମ୍‌ ଇଲେଭେନ୍‌ ଭାବେ ପରିଚିତ ହେବ । ଗୋଟିଏ ସଂସ୍କରଣ ପାଇଁ ଏହି
କମ୍ପାନୀ ବିସିସିଆଇକୁ ୨୨୨ କୋଟି ଟଙ୍କା ଦେବ ।

ଅଦଳବଦଳ
ଆଇପିଏଲ୍‌-୧୩ ପୂର୍ବରୁ ୮ଟି ଯାକ ଫ୍ରାଞ୍ଚାଇଜ୍‌ରେ ଖେଳାଳି ଅଦଳବଦଳ ଦେଖିବାକୁ ମିଳିଥିଲା । କିଙ୍ଗ୍ସ ଏକାଦଶ ପଞ୍ଜାବ ଅଧିନାୟକ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ନେଇଥିଲା । ସେହିଭଳି ଆଜିଙ୍କ୍ୟ ରାହାଣେ, ଟ୍ରେଣ୍ଟ ବୋଲï ଓ ମୟଙ୍କ ମାର୍କେଣ୍ଡେ’ଙ୍କ ମୂଲ୍ୟ ଖେଳାଳି ନିଲାମ୍‌ରେ ଢ଼େର ବଢ଼ିଥିଲା । ଗତ ୨୦୧୯ ନଭେମ୍ବର ୧୫ରେ କେଉଁ ଦଳ କେଉଁ ଖେଳାଳିଙ୍କୁ ରିଲିଜ୍‌ କରିଥିଲେ ତାହା ଘୋଷଣା ହୋଇଥିଲା । ରବିନ ଉଥªା, ଯୁବରାଜ ସିଂ ଏବଂ କ୍ରିସ୍‌ ଲି’ଙ୍କ ପରି ଖେଳାଳିଙ୍କୁ ଦଳ ରିଲିଜ୍‌ କରିଥିଲା । ୨୦୧୯ ଖେଳାଳି ନିଲାମ୍‌ରେ ଜୟଦେବ ଉନାଦକଟ ଭାରତୀୟ ଖେଳାଳିଙ୍କ ମଧ୍ୟରେ ସବୁଠୁ ଅଧିକ ଦାମ୍‌ରେ ବିକ୍ରି ହୋଇଥିଲେ । ୨୦୨୦ ଆଇପିଏଲ୍‌ ପୂର୍ବରୁ ୮ଟି ଦଳ ୧୨ ଜଣ ଖେଳାଳିଙ୍କୁ ଅଦଳବଦଳ କରିଥିଲେ । କୋଲକାତାରେ ଗତବର୍ଷ ଡିସେମ୍ବର ୧୯ରେ ଖେଳାଳି ନିଲାମ୍‌ ହୋଇଥିଲା । ସ୍ଥାନୀୟ ଦଳ କୋଲକାତା ନାଇଟରାଇଡର୍ସ ପାର୍ଟ କୁମିନ୍ସଙ୍କୁ ସର୍ବାଧିକ ୧୫.୫ କୋଟି ଟଙ୍କାରେ ନିଲାମ୍‌ରୁ କିଣିଥିଲା । ସେହିଭଳି ଭାରତୀୟ ଖେଳାଳିଙ୍କ ମଧ୍ୟରେ ପିୟୂଷ ଚାୱଲା ୬.୭୫ କୋଟି ଟଙ୍କାରେ ବିକ୍ରି ହୋଇଥିଲେ । ତାଙ୍କୁ ଚେନ୍ନାଇ ସୁପରକିଙ୍ଗ୍ସ କିଣିଥିଲା । ଆମେରିକାର ପ୍ରଥମ କ୍ରିକେଟ୍‌ ଭାବେ ଅଲ୍ଲୀ ଖାନ୍‌ ଆଇପିଏଲ୍‌ରେ ସ୍ଥାନ ପାଇଛନ୍ତି । କୋଲକାତା ନାଇଟରାଇଡର୍ସ ହାରି ଗୁମିଙ୍କ ସ୍ଥାନରେ ଅଲ୍ଲୀ ଖାନ୍‌ଙ୍କୁ ଦଳରେ ସାମିଲ କରିଛି ।

LEAVE A REPLY

Please enter your comment!
Please enter your name here