ନୂଆଦିଲ୍ଲୀ,୭ା୧୧(ଏଜେନ୍ସି): ଫଟାଫଟ କ୍ରିକେଟକୁ ଅଧିକ ଆକର୍ଷିତ କରିବା ପାଇଁ ଆଇପିଏଲରେ ଉଦ୍‌ଘାଟନୀ ଉତ୍ସବ ଆୟୋଜନ କରାଯାଉଥିଲା । ଏଥିରେ ବଲିଉଡ୍‌ କଳାକାରମାନେ ସାମିଲ ହୋଇ ନୃତ୍ୟ ପରିବେଷଣ କରୁଥିଲେ । ହେଲେ ୨୦୨୦ ଆଇପିଏଲ ଠାରୁ ଏହି ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବରେ ବ୍ରେକ୍‌ ଲାଗିବ । ଏହି ଉଦ୍‌ଘାଟନୀ ଉତ୍ସବ ଯୋଗୁ ବିପୁଳ ଅର୍ଥ ଅଯଥା ଖର୍ଚ୍ଚ ହେଉଥିବାରୁ ବିସିସିଆଇ ଏହା ଉପରେ ରୋକ ଲଗାଇବାକୁ ନିଷ୍ପତ୍ତି ନେଇଛି । ବିସିସିଆଇ ପକ୍ଷରୁ କୁହାଯାଇଛି ଯେ ଉଦ୍‌ଘାଟନୀ ଉତ୍ସବରେ ଅଯଥା ଟଙ୍କା ଖର୍ଚ୍ଚ କରାଯାଉଛି । ଏଭଳି ଉଦଘାଟନୀ ଉତ୍ସବ ପାଇଁ କ୍ରିକେଟ ଫ୍ୟାନ୍‌ ମଧ୍ୟ ଆଗ୍ରହ ଦେଖାଉନାହାନ୍ତି ।

LEAVE A REPLY

Please enter your comment!
Please enter your name here