ବଲିଉଡ ଷ୍ଟାର୍‌ ମାନେ ଇନଷ୍ଟାଗ୍ରାମ୍‌ରେ ଥିବା ବେଳେ ଏବେ ଏଥିରେ ଯୋଡି ହୋଇଛନ୍ତି ଲତା ମଙ୍ଗେସକର । ୯୦ ବର୍ଷରେ ପାଦ ଥାପିଥିବା ସୁର ସାମ୍ରାଜ୍ଞୀ ଲତା ଇନଷ୍ଟାଗ୍ରାମ୍‌କୁ ଡେବୁ୍ୟ କରିଛନ୍ତି । ସେ ଟ୍ୱିଟ୍‌ର ମାଧ୍ୟମରେ ଜଣାଇଛନ୍ତି, ‘ନମସ୍କାର! ଆଜି ପ୍ରଥମଥର ପାଇଁ ଆପଣ ସମସ୍ତଙ୍କ ସହିତ ଇନଷ୍ଟାଗ୍ରାମ୍‌ରେ ଯୋଡି ହେଉଛି ।’ ପ୍ରଥମ ଇନଷ୍ଟାଗ୍ରାମ୍‌ ପୋଷ୍ଟ୍‌ ଭାବେ ଲତାଙ୍କ ଭଉଣୀ ମୀନା ଖୈଦକର ତାଙ୍କ ଜୀବନୀ ଉପରେ ଲେଖିଥିବା ବହି ହାତରେ ଧରି ଲତା ନିଜ ଫଟୋ ସେୟାର କରିଛନ୍ତି ।

LEAVE A REPLY

Please enter your comment!
Please enter your name here