କ ୍ୱ । ଲ । ଲ ମ୍ପୁ ର ,୧୧ା୪ (ଏଜେନ୍ସି) : ମାଲେସିଆ ବିପକ୍ଷ ୫ମ୍ୟାଚ୍‌ ବିଶିଷ୍ଟ ଦ୍ୱିପାକ୍ଷିକ ମହିଳା ହକି ସିରିଜ୍‌ରେ ଭାରତ ୪- ୦ରେ ବିଜୟୀ ହୋଇଛି । ଗୁ ର ୁ ବ । ର ଅନୁଷ୍ଠିତ ୫ମ ତଥା ଶେଷ ମ୍ୟାଚ୍‌ରେ ଭାରତ ୧-୦େ ଗ । ଲ ୍‌ େ ର ମ । େ ଲ ସି ଅ । କ ୁ ହରାଇଥିଲା । ତୀବ୍ର ସଂଘର୍ଷପୂର୍ଣ୍ଣ ପ୍ରଥମାର୍ଦ୍ଧ ଗୋଲ୍‌ ଶୂନ୍ୟ ରହିଥିଲା । କିନ୍ତୁ ୩୫ତମ ମିନିଟ୍‌ରେ ନବଜ୍ୟୋତ କୌର ଜମାଣିଆ ଫିଲï ଗୋଲ୍‌ କରି ଭାରତର ବିଜୟ ନିଶ୍ଚିତ କରିଥିଲେ । ଶେଷ ପର୍ଯ୍ୟନ୍ତ ମାଲେସିଆ ଗୋଲ୍‌ ପରିଶୋଧର ଭରପୂର ସୁଯୋଗ ପାଇଥିଲା । କିନ୍ତୁ ଭାରତର ଶୃଙ୍ଖଳିତ ଡିଫେନ୍ସ ବଳୟ ଭେଦ କରିବାକୁ ମାଲେସିଆ ଖେଳାଳି ସମର୍ଥ ହୋଇପାରି ନଥିଲେ । ଦଳ ପ୍ରଦର୍ଶନରେ ମୁଖ୍ୟ କୋଚ୍‌ ଜୋରେଡ ମାରିଜନେ ସନ୍ତୋଷବ୍ୟକ୍ତ କରିଛନ୍ତି । ଭାରତ ପ୍ରଥମ ମ୍ୟାଚ୍‌ରେ ୩-୦, ଦ୍ୱିତୀୟରେ ୫-୦, ତୃତୀୟ ମ୍ୟାଚ୍‌ ୪-୪ରେ ଡ୍ର’ ଓ ୪ର୍ଥ ମ୍ୟାଚ୍‌ରେ ଭାରତ ୧-୦ରେ ଜିତିଥିଲା । ଶୁକ୍ରବାର ମଧ୍ୟାହ୍ନ ୧୨ଟାରେ ଭାରତୀୟ ମହିଳା ଦଳ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବ ।

LEAVE A REPLY

Please enter your comment!
Please enter your name here