ନୂଆଦିଲ୍ଲୀ : LAC ରେ ଚୀନ ସହିତ ଚାଲିଥିବା ଉତେଜନା ମଧ୍ୟରେ ସେନା ପ୍ରମୁଖ ଜେନେରାଲ ମନୋଜ ମୁକୁନ୍ଦ ନରବଣେ ଭାରତୀୟ ସୈନିକ ମାନଙ୍କର ଉତ୍ସାହ ବଢିଆ ଛନ୍ତି l ଆର୍ମି ଚିଫ ଯବାନ ମାନଙ୍କୁ କହିଛନ୍ତି ଯେ ପୁରା ଦେଶର ନଜର ଏହି ସମୟରେ ସେନା ଉପରେ ରହିଛି l ତେଣୁ ଏହି ସମୟରେ ସବୁ ପରିସ୍ଥିତିରେ ଉତ୍ସାହ ଓ ଦେଶଭକ୍ତି ଦୁଇଟିର ଆବଶ୍ୟକତା ରହିଛି l ସୂଚନା ଯୋଗ୍ୟଯେ ସେନା ମୁଖ୍ୟ ନରବଣେ ଦୁଇ ଦିନର ଗସ୍ତରେ ଲାଦଖ ଯାଇଛନ୍ତି l ସେପ୍ଟମ୍ବର ୨ ଓ ୩ ରେ ସେ ଲଦାଖରେ ଥିଲେ ,ସେଠାରେ ସେ ସୁରକ୍ଷା ସ୍ଥିତି ସମୀକ୍ଷା କରିଥିଲେ l ଲଦାଖରେ ଭାରତୀୟ ଓ ଚୀନ ସୈନିକଙ୍କ ମଧ୍ୟରେ ତିନି ମାସରୁ ଅଧିକ ସମୟ ହେଲାଣି ଉତେଜନା ସ୍ଥିତି ରହିଛି l

ଭାରତ ଚୀନ ସୀମା ନିକଟରେ ସୈନିକ ମାନଙ୍କୁ ସମ୍ବୋଧନ କରି ସେନା ମୁଖ୍ୟ କହିଛନ୍ତି ଯେ ଦେଶବାସୀଙ୍କ ନଜର ଆମ ଉପରେ ରହିଛି l ଜେନେରାଲ ନରବଣେ କହିଲେ ସୈନିକ ମାନଙ୍କୁ ଉତ୍ସାହ ସହିତ ଧର୍ଯ୍ୟ ଓ ଆତ୍ମନିୟନ୍ତ୍ରଣକୁ ନେଇ କାମ କରିବାକୁ ପଡିବ l ବାସ୍ତବିକ ନିୟନ୍ତ୍ର ରେଖା ଉପରେ ସ୍ଥିତି ବର୍ତ୍ତମାନ ଟିକେ ଉତେଜନା ପୂର୍ଣ୍ଣ ରହିଛି l ଦେଶର ସୁରକ୍ଷାକୁ ଧ୍ୟାନରେ ରଖି ଆମକୁ ଭାବିଚିନ୍ତି ପଦକ୍ଷପ ନେବାକୁ ପଡିବ l

ଜେନେରାଲ ନରବଣେ ଗୁରୁବାର ଦିନ ଲେହ ପହଞ୍ଚି ଥିଲେ ଓ ସେଠାରେ ଉପସ୍ଥିତ ଥିବା ବରିଷ୍ଠ ଅଧିକାରୀ ମାନଙ୍କ ସହିତ କଥା ହୋଇଥିଲେ l ସେଠାରେ ସେ ଚୀନର ରଣନୀତିକୁ ବିଫଳ କରିବା ପାଇଁ ନୂଆ ରଣନୀତି ଉପରେ ଚର୍ଚା କରିଥିଲେ l ଚୀନର ସୈନିକ ମାନେ ଗୋଟିଏ ସପ୍ତାହ ମଧ୍ୟରେ ତିନିଥର ଭାରତୀୟ କ୍ଷେତ୍ରରେ ଅବୈଧ ପ୍ରବେଶ ପାଇଁ ଚେଷ୍ଟା କରି ସାରିଛନ୍ତି l ଭାରତୀୟ ସେନା ତାଙ୍କର ଏହି ଚେଷ୍ଟାକୁ ଭଣ୍ଡୁର କରି ଦେଇଛନ୍ତି l ଦୁଇ ଦେଶର ସୈନ୍ୟ ପ୍ରତିନିଧି ମଧ୍ୟ ଉତେଜନା କମ କରିବା ପାଇଁ କଥାବାର୍ତା ଆରମ୍ଭ କରିଛନ୍ତି l

LEAVE A REPLY

Please enter your comment!
Please enter your name here